Biblia Todo Logo
Bib sou entènèt

- Piblisite -




ଗୀତସଂହିତା 12:4 - ପବିତ୍ର ବାଇବଲ

4 ସେହି ଲୋକମାନେ କହନ୍ତି, “ଆମ୍ଭେମାନେ ଏହିପରି ମିଥ୍ୟା କହି ଲୋକମାନଙ୍କ ମଧ୍ୟରେ ପ୍ରାଧାନ୍ୟ ବିସ୍ତାର କରିବୁ। ଆମ୍ଭେ ଜାଣୁ ଆମ୍ଭକୁ କ’ଣ କହିବାକୁ ପଡ଼ିବ। ଯାହା ଫଳରେ କେହି ଆମ୍ଭମାନଙ୍କ ଉପରେ କର୍ତ୍ତା ସାଜି ପାରିବ ନାହିଁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ସେମାନେ କହନ୍ତି, ଆମ୍ଭେମାନେ ଜିହ୍ଵା ଦ୍ଵାରା ପ୍ରବଳ ହେବା; ଆମ୍ଭମାନଙ୍କ ଓଷ୍ଠାଧର ଆମ୍ଭମାନଙ୍କ ନିଜର; ଆମ୍ଭମାନଙ୍କ ଉପରେ କର୍ତ୍ତା କିଏ?

Gade chapit la Kopi

ଓଡିଆ ବାଇବେଲ

4 ସେମାନେ କହନ୍ତି, ଆମ୍ଭେମାନେ ଜିହ୍ୱା ଦ୍ୱାରା ପ୍ରବଳ ହେବା; ଆମ୍ଭମାନଙ୍କ ଓଷ୍ଠାଧର ଆମ୍ଭମାନଙ୍କ ନିଜର; ଆମ୍ଭମାନଙ୍କ ଉପରେ କର୍ତ୍ତା କିଏ ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ସେମାନେ କହନ୍ତି, “ଆମ୍ଭେମାନେ ଜିହ୍ୱା ଦ୍ୱାରା ପ୍ରବଳ ହେବା; ଆମ୍ଭମାନଙ୍କ ଓଷ୍ଠାଧର ଆମ୍ଭମାନଙ୍କ ନିଜର; ଆମ୍ଭମାନଙ୍କ ଉପରେ କର୍ତ୍ତା କିଏ?”

Gade chapit la Kopi




ଗୀତସଂହିତା 12:4
10 Referans Kwoze  

ସେହି ମନ୍ଦ ବ୍ୟକ୍ତି, ପରମେଶ୍ୱରଙ୍କ କିମ୍ବା ଏପରି କିଛି ଯାହା ଲୋକଙ୍କ ଦ୍ୱାରା ଉପାସିତ, ଏହିପରି ପ୍ରତ୍ୟେକ ବିଷୟର ବିରୋଧୀ କରେ। ସେ ନିଜକୁ ପ୍ରତ୍ୟେକଠାରୁ ଉଚ୍ଚ ବୋଲି ଦେଖାଏ, ଈଶ୍ୱରଙ୍କ ନାମରେ ଖ୍ୟାତ ଓ ପୂଜା ପାଉଥିବା ସମସ୍ତଙ୍କର ସେ ବିରୋଧ କରେ। ସେ ଲୋକ ପରମେଶ୍ୱରଙ୍କ ମନ୍ଦିରକୁ ଯାଇ, ସିଂହାସନରେ ବସି ନିଜକୁ ପରମେଶ୍ୱର ବୋଲି ଘୋଷଣା କରେ।


କିନ୍ତୁ ଫାରୋ କହିଲେ, “ସଦାପ୍ରଭୁ କିଏ? ମୁଁ କାହିଁକି ତାଙ୍କୁ ମାନିବି? ମୁଁ କାହିଁକି ଇସ୍ରାଏଲୀୟମାନଙ୍କୁ ଯିବାକୁ ଦେବି? ସଦାପ୍ରଭୁ କିଏ ମୁଁ ତାହା ଜାଣେ ନାହିଁ। ତେଣୁ ମୁଁ ଇସ୍ରାଏଲୀୟମାନଙ୍କୁ ଯିବାକୁ ଦେବି ନାହିଁ।”


ଯିରିମିୟଙ୍କ ଶତ୍ରୁଗଣ କହିଲେ, “ଆସ ଆମ୍ଭେମାନେ ଯିରିମିୟଙ୍କ ବିରୁଦ୍ଧରେ ଯୋଜନା କରିବା, କାରଣ ଯାଜକ ନିକଟରୁ ବ୍ୟବସ୍ଥା, ଶିକ୍ଷିତ ନିକଟରୁ ଜ୍ଞାନ ଅଥବା ଭବିଷ୍ୟ‌ଦ୍‌ବକ୍ତା ନିକଟରୁ ବାକ୍ୟ ଲୁପ୍ତ ହେବ ନାହିଁ। ତେଣୁ ଆସ ଆମ୍ଭେମାନେ ତାଙ୍କୁ ପ୍ରବଞ୍ଚନା ଦ୍ୱାରା ଧ୍ୱଂସ କରିବା। ଆମ୍ଭେମାନେ ତାଙ୍କର କୌଣସି କଥା ଶୁଣିବା ନାହିଁ।”


ଯେତେବେଳେ ତୂରୀ, ବଂଶୀ, ବୀଣା, ଚତୁସ୍ତନ୍ତ୍ରୀ, ନେବଲ, ମୃଦଙ୍ଗ ଓ ସବୁପ୍ରକାର ବାଦ୍ୟ ଶୁଣ, ତୁମ୍ଭେମାନେ ସୁବର୍ଣ୍ଣ ପ୍ରତିମାକୁ ମୁଣ୍ତ ନୁଆଁଇ ପ୍ରଣାମ କରିବ। ଯଦି ତୁମ୍ଭେମାନେ ପୂଜା ନ କର ତେବେ ତୁମ୍ଭମାନଙ୍କୁ ଜ୍ୱଳନ୍ତ ଅଗ୍ନି କୁଣ୍ଡରେ ଫିଙ୍ଗା ଯିବ। ଆଉ ଏପରି କୌଣସି ଦେବତା ନାହାନ୍ତି ଯେ କି ମୋ'ଠାରୁ ତୁମ୍ଭମାନଙ୍କୁ ଉଦ୍ଧାର କରିବ।”


ହେ ବର୍ତ୍ତମାନ ସମୟର ଲୋକମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟପ୍ରତି ଧ୍ୟାନ ଦିଅ। “ଆମ୍ଭେ କ’ଣ ଇସ୍ରାଏଲ ପ୍ରତି ପ୍ରାନ୍ତରସ୍ୱରୂପ କିଅବା ନିବିଡ଼ ଅନ୍ଧକାରମୟ ଦେଶ ସ୍ୱରୂପ ହୋଇଅଛୁ? ଆମ୍ଭର ଲୋକମାନେ କାହିଁକି କହୁଛନ୍ତି, ‘ଆମ୍ଭେମାନେ ବନ୍ଧନମୁକ୍ତ ହୋଇଅଛୁ, ଆମ୍ଭେମାନେ ଆଉ ତୁମ୍ଭ ନିକଟକୁ ଆସିବୁ ନାହିଁ?’


ପରମେଶ୍ୱର ଜାଣନ୍ତି ଯେ, ଯେତେବେଳେ ତୁମ୍ଭେ ସେହି ବୃକ୍ଷରୁ ଫଳ ଖାଇବ ତେବେ ତୁମ୍ଭମାନଙ୍କର ଚକ୍ଷୁ ଖୋଲିଯିବ ଏବଂ ତୁମ୍ଭେ ପରମେଶ୍ୱରଙ୍କ ପରି ହେବ, କାରଣ ତୁମ୍ଭେ ଜାଣିବ କ’ଣ ଭଲ ଏବଂ କ’ଣ ମନ୍ଦ ଅଟେ।”


ମୁଁ ଜାଣେ ଯେ, ସଦାପ୍ରଭୁ ଗରିବ ଲୋକମାନଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରିବେ ଏବଂ ସେ ନିଃସହାୟ ଲୋକମାନଙ୍କୁ ଆକ୍ରମଣରୁ ରକ୍ଷା କରିବେ।


ଧାର୍ମିକର ମୁଖ ଜ୍ଞାନ ଜନ୍ମାଏ, ମାତ୍ର କୁଟିଳବାଦୀର ଜିହ୍ୱା ଉଚ୍ଛିନ୍ନ ହେବ।


Swiv nou:

Piblisite


Piblisite