Biblia Todo Logo
Bib sou entènèt

- Piblisite -




ଗୀତସଂହିତା 119:2 - ପବିତ୍ର ବାଇବଲ

2 ଯେଉଁ ଲୋକମାନେ ସଦାପ୍ରଭୁଙ୍କର ଚୁକ୍ତି ମାନନ୍ତି, ଓ ଯେଉଁମାନେ ହୃଦୟରେ ସଦାପ୍ରଭୁଙ୍କୁ ଖୋଜନ୍ତି, ସେମାନେ ଧନ୍ୟ!

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ଯେଉଁମାନେ ତାହାଙ୍କ ପ୍ରମାଣ-ବାକ୍ୟସବୁ ପାଳନ କରନ୍ତି, ଯେଉଁମାନେ ସର୍ବାନ୍ତଃକରଣରେ ତାହାଙ୍କୁ ଖୋଜନ୍ତି, ସେମାନେ ଧନ୍ୟ।

Gade chapit la Kopi

ଓଡିଆ ବାଇବେଲ

2 ଯେଉଁମାନେ ତାହାଙ୍କ ପ୍ରମାଣ-ବାକ୍ୟସବୁ ପାଳନ କରନ୍ତି, ଯେଉଁମାନେ ସର୍ବାନ୍ତଃକରଣରେ ତାହାଙ୍କୁ ଖୋଜନ୍ତି, ସେମାନେ ଧନ୍ୟ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ଯେଉଁମାନେ ତାହାଙ୍କ ପ୍ରମାଣ-ବାକ୍ୟସବୁ ପାଳନ କରନ୍ତି, ଯେଉଁମାନେ ସର୍ବାନ୍ତଃକରଣରେ ତାହାଙ୍କୁ ଖୋଜନ୍ତି, ସେମାନେ ଧନ୍ୟ।

Gade chapit la Kopi




ଗୀତସଂହିତା 119:2
24 Referans Kwoze  

ପୁଣି ତୁମ୍ଭେମାନେ ଆମ୍ଭକୁ ଅନ୍ୱେଷଣ କରିବ। ଆଉ ସର୍ବାନ୍ତଃକରଣରେ ଯେତେବେଳେ ତୁମ୍ଭେମାନେ ଆମ୍ଭକୁ ଖୋଜିବ ସେତେବେଳେ ଆମ୍ଭକୁ ପାଇବ।”


ସଦାପ୍ରଭୁ, ମୁଁ ଚେଷ୍ଟା କରିବି ମୋର ସର୍ବାନ୍ତକରଣ ହୃଦୟରେ ତୁମ୍ଭର ସେବା କରିବି। ତୁମ୍ଭର ଆଜ୍ଞାରୁ ଗ୍ଭଲିଯିବାକୁ ମୋତେ ପ୍ରତିରୋଧ କର।


କିନ୍ତୁ ସେହି ସ୍ଥାନରେ ଯେବେ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ଅନ୍ୱେଷଣ କରିବ। ତେବେ ତୁମ୍ଭେମାନେ ଯଦି ହୃଦୟତାର ସହକାରେ ତାଙ୍କୁ ଅନ୍ୱେଷଣ କର ତେବେ ତୁମ୍ଭେ ତାଙ୍କୁ ପାଇପାରିବ।


ଯୀଶୁ ଉତ୍ତର ଦେଲେ, “ଯଦି କେହି ମୋତେ ପ୍ରେମ କରେ ତେବେ ସେ ମୋହର ଉପଦେଶ ପାଳନ କରିବ। ମୋର ପରମପିତା ତାକୁ ପ୍ରେମ କରିବେ। ମୋର ପରମପିତା ଓ ମୁଁ ସେହି ଲୋକ ପାଖକୁ ଆସିବୁ ଓ ତା’ ସହିତ ରହିବୁ।


ସଦାପ୍ରଭୁ ସେହିମାନଙ୍କ ପ୍ରତି ସ୍ନେହପୂର୍ଣ୍ଣ କରୁଣା ଦୃଷ୍ଟି କରନ୍ତି, ଯେଉଁମାନେ ତାଙ୍କର ନିୟମ ଓ ପ୍ରତିଜ୍ଞା ମାନି ଚଳନ୍ତି।


ଏବଂ ମୁଁ ତୁମ୍ଭମାନଙ୍କ ଅନ୍ତରରେ ମୋର ଆତ୍ମା ସ୍ଥାପନ କରିବି। ଏବଂ ମୁଁ ତୁମ୍ଭମାନଙ୍କୁ ପରିବର୍ତ୍ତନ କରିବି ଯେପରି ତୁମ୍ଭେମାନେ ମୋର ନିୟମ ସକଳ ମାନିବ ଏବଂ ମୋର ଆଜ୍ଞାସବୁ ରଖିବାକୁ ଯତ୍ନବାନ ହେବ।


ହେ ମୋର ପୁତ୍ର, ତୁମ୍ଭର ହୃଦୟ ମୋତେ ଦିଅ। ତୁମ୍ଭର ଚକ୍ଷୁ ମୋ’ ପଥରେ ତୁଷ୍ଟ ହେଉ।


ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ତୁମ୍ଭ ପ୍ରତି ଆଦିଷ୍ଟ ସମସ୍ତ ଆଜ୍ଞା ଓ ତାହାଙ୍କ ଶିକ୍ଷା ଓ ତାହାଙ୍କ ବିଧି ଯତ୍ନପୂର୍ବକ ପାଳନ କରିବ।


ଯେଉଁ ପ୍ରତ୍ୟେକ କାର୍ଯ୍ୟ ସେ ଆରମ୍ଭ କଲେ, ଯଥା: ପରମେଶ୍ୱରଙ୍କ ମନ୍ଦିରର ସେବାକାର୍ଯ୍ୟ ଓ ବ୍ୟବସ୍ଥା ନିୟମ ଓ ଆଦେଶର ବାଧ୍ୟ ହେବା ଏବଂ ତାଙ୍କର ପରମେଶ୍ୱରଙ୍କର ଅନୁଗମନ କରିବାରେ ସେ ସଫଳ ହେଲେ। ହିଜକିୟ ଏହି ସମସ୍ତ ବିଷୟ ତାଙ୍କର ହୃଦୟର ସହିତ କଲେ।


ବର୍ତ୍ତମାନ ତୁମ୍ଭେ ସାବଧାନତାର ସହ ଓ ବିଶ୍ୱସ୍ତତାର ସହ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କ ସମସ୍ତ ଆଦେଶ ପାଳନ କରିବାର ସମୟ। ତାଙ୍କର ସମସ୍ତ ବ୍ୟବସ୍ଥା, ସମସ୍ତ ଆଜ୍ଞା, ନିଷ୍ପତ୍ତି ଓ ନିୟମକୁ ମାନି ଚଳ। ମୋଶାଙ୍କ ଲିଖିତ ସମସ୍ତ ନିୟମକୁ ପାଳନ କର। ତାହାହେଲେ ତୁମ୍ଭେ ସବୁ କ୍ଷେତ୍ରରେ ସଫଳ ହେବ ଓ ଯେଉଁ ସ୍ଥାନକୁ ଯିବ କୁଶଳ ପ୍ରାପ୍ତ ହେବ।


ପରମେଶ୍ୱର ଏପରି କଲେ, ତେଣୁ ତାଙ୍କର ଲୋକମାନେ ତାଙ୍କର ନିୟମ ମାନିବେ ଓ ତାଙ୍କର ଦେଇଥିବା ଶିକ୍ଷା ପାଳନ କରିବେ। ପରମେଶ୍ୱରଙ୍କର ପ୍ରଶଂସା କର!


ଏଣୁ ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ଓ ସମସ୍ତ ଶକ୍ତି ସହିତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ପ୍ରେମ କରିବ।


ମୋ'ଠାରୁ ନିନ୍ଦା ଓ ଅପମାନସବୁ ଦୂର କର। ମୁଁ ତୁମ୍ଭର ବାକ୍ୟ ଅନୁସରଣ କରିଅଛି।


ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ଡାକ ପକାଉଛି, ମୋତେ ରକ୍ଷା କର, ଏବଂ ମୁଁ ତୁମ୍ଭର ବାକ୍ୟ ଅନୁସରଣ କରିବି।


ବର୍ତ୍ତମାନ, ତୁମ୍ଭେମାନେ ତୁମ୍ଭମାନଙ୍କର ହୃଦୟ ଓ ଆତ୍ମାକୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କଠାରେ ଅର୍ପଣ କର ଓ ସେ ଯାହା କହନ୍ତି, ତାହା କର। ସଦାପ୍ରଭୁ ପରମେଶ୍ୱରଙ୍କର ପବିତ୍ର ବାସସ୍ଥାନ ନିର୍ମାଣ କର। ସଦାପ୍ରଭୁଙ୍କ ନାମ ନିମନ୍ତେ ମନ୍ଦିର ନିର୍ମାଣ କର। ଏହା ପରେ, ନିୟମସିନ୍ଦୁକ ଓ ଅନ୍ୟାନ୍ୟ ପବିତ୍ର ବସ୍ତୁସବୁକୁ ମନ୍ଦିର ମଧ୍ୟକୁ ଆଣ।”


ମୁଁ ଯେମନ୍ତ ବଞ୍ଚିପାରିବି, ଏଥିପାଇଁ ତୁମ୍ଭେ ଆପଣା ଦାସର ମଙ୍ଗଳ କର, ଯେଉଁଥିରେ ମୁଁ ତୁମ୍ଭର ବାକ୍ୟ ପାଳନ କରି ପାରିବି।


ହେ ସଦାପ୍ରଭୁ, ତୁମ୍ଭ ନିୟମ ଦ୍ୱାରା ମୋତେ କିପରି ବଞ୍ଚିବାକୁ ହେବ ଶିଖାଅ ଏବଂ ତାକୁ ଅନୁସରଣ କଲେ ମୋର ପୁରସ୍କାର ହେବ।


ସେସବୁକୁ ବୁଝିବା ପାଇଁ ମୋତେ ସାହାଯ୍ୟ କର। ଏବଂ ମୁଁ ତୁମ୍ଭର ଶିକ୍ଷା ମାନିବି। ମୁଁ ସମ୍ପୂର୍ଣ୍ଣ ହୃଦୟ ସହିତ ତାହାକୁ ପାଳନ କରିବି।


ସଦାପ୍ରଭୁ, ମୁଁ ନିଷ୍ପତ୍ତି କରିଛି ମୋର କର୍ତ୍ତବ୍ୟ ହେଉଛି ତୁମ୍ଭର ଆଜ୍ଞାକୁ ମାନିବା।


ଯେଉଁ ଲୋକମାନେ ଭାବନ୍ତି ସେମାନେ ମୋ'ଠାରୁ ଉତ୍ତମ, ସେମାନେ ମୋ’ ବିଷୟରେ ମିଥ୍ୟା କହିଛନ୍ତି। କିନ୍ତୁ ହେ ସଦାପ୍ରଭୁ, ମୁଁ ହୃଦୟ ଅନ୍ତକରଣ ସହକାରେ ତୁମ୍ଭର ନିର୍ଦ୍ଦେଶ ଅନୁସରଣ କରିଅଛି।


ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ମୋତେ ଦେଖାଅ ଏବଂ ମୋତେ ବଞ୍ଚାଅ। ଯେପରି ମୁଁ ତୁମ୍ଭର ଆଦେଶ ରଖିପାରେ।


ସଦାପ୍ରଭୁ, ପ୍ରତ୍ୟେକ କୁପଥଠାରୁ ମୁଁ ଦୂରେଇ ରହିବି, ଯେପରିକି ମୁଁ ତୁମ୍ଭର ବାକ୍ୟ ରକ୍ଷା କରି ପାରିବି।


ମନ୍ଦ ଲୋକମାନେ, ମୋ’ ନିକଟକୁ ଆସନ୍ତି ନାହିଁ, ଯେପରିକି ମୁଁ ମୋର ପରମେଶ୍ୱରଙ୍କର ଆଜ୍ଞାମାନ ପାଳନ କରି ପାରିବି।


Swiv nou:

Piblisite


Piblisite