Biblia Todo Logo
Bib sou entènèt

- Piblisite -




ଗୀତସଂହିତା 118:26 - ପବିତ୍ର ବାଇବଲ

26 ଯାଜକମାନେ କହନ୍ତି, “ଯିଏ ସଦାପ୍ରଭୁଙ୍କ ନାମରେ ଆସନ୍ତି ତାଙ୍କୁ ପରମେଶ୍ୱର ଆଶୀର୍ବାଦ କରନ୍ତୁ। ଆମ୍ଭେମାନେ ମଧ୍ୟ ସଦାପ୍ରଭୁଙ୍କ ମନ୍ଦିରରେ ଆଶୀର୍ବାଦ କରୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

26 ସଦାପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ; ଆମ୍ଭେମାନେ ସଦାପ୍ରଭୁଙ୍କ ଗୃହରୁ ତୁମ୍ଭକୁ ଆଶୀର୍ବାଦ କରିଅଛୁ।

Gade chapit la Kopi

ଓଡିଆ ବାଇବେଲ

26 ସଦାପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ; ଆମ୍ଭେମାନେ ସଦାପ୍ରଭୁଙ୍କ ଗୃହରୁ ତୁମ୍ଭକୁ ଆଶୀର୍ବାଦ କରିଅଛୁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

26 ସଦାପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ; ଆମ୍ଭେମାନେ ସଦାପ୍ରଭୁଙ୍କ ଗୃହରୁ ତୁମ୍ଭକୁ ଆଶୀର୍ବାଦ କରିଅଛୁ।

Gade chapit la Kopi




ଗୀତସଂହିତା 118:26
10 Referans Kwoze  

“ସ୍ୱାଗତ କରି କହିଲେ: “‘ପ୍ରଭୁଙ୍କ ନାମରେ ଯେଉଁ ରାଜା ଆସୁଛନ୍ତି, ତାହାଙ୍କୁ ପରମେଶ୍ୱର ଆଶୀର୍ବାଦ କରନ୍ତୁ।’ ସ୍ୱର୍ଗରେ ଶାନ୍ତି ଓ ପରମେଶ୍ୱରଙ୍କ ମହିମା ହେଉ।”


ଯୀଶୁଙ୍କ ଆଗେ ଆଗେ କେତେକ ଲୋକ ଯାଉଥିଲେ। ତାହାଙ୍କ ପଛେ ପଛେ ମଧ୍ୟ କେତେକ ଲୋକ ଯାଉଥିଲେ। ସେ ସମସ୍ତେ ପାଟି କରି କହୁଥିଲେ: “ଦାଉଦଙ୍କ ପୁତ୍ରଙ୍କ ମହିମା ଗାନକର। ଯିଏ ପ୍ରଭୁଙ୍କ ନାମରେ ଆସୁଛନ୍ତି। ସେ ଧନ୍ୟ। ସ୍ୱର୍ଗରେ ରହୁଥିବା ପରମେଶ୍ୱରଙ୍କ ମହିମା ଗାନ କର।”


ସେମାନେ ଖଜୁରୀ ବାହୂଙ୍ଗା ଧରି ଯୀଶୁଙ୍କୁ ଦେଖା କରିବା ପାଇଁ ଗଲେ। ସେ ଲୋକମାନେ ଖୁବ୍ ଜୋ‌ର୍‌ରେ କହିଲେ, “ତାହାଙ୍କୁ ପ୍ରଶଂସା କର, ସ୍ୱାଗତ କର, ଯିଏ ପ୍ରଭୁଙ୍କ ନାମରେ ଆସନ୍ତି। ପରମେଶ୍ୱର ତାହାଙ୍କୁ ଆଶୀର୍ବାଦ କର। ପରମେଶ୍ୱର ଇସ୍ରାଏଲର ରାଜାଙ୍କୁ ଆଶୀର୍ବାଦ କରନ୍ତି।”


ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି ଯେ, ଯେପର୍ଯ୍ୟନ୍ତ ତୁମ୍ଭେମାନେ ମୋତେ ନ କହିଛ: ‘ଯିଏ ପ୍ରଭୁଙ୍କ ନାମରେ ଆସୁଛନ୍ତି, ସେ ଧନ୍ୟ, ସେପର୍ଯ୍ୟନ୍ତ ତୁମ୍ଭେମାନେ ମୋତେ ଆଉ ଦେଖି ପାରିବ ନାହିଁ’।”


ବର୍ତ୍ତମାନ ତୁମ୍ଭମାନଙ୍କ ଘର ପୂରାପୂରି ଖାଲି ଛାଡ଼ି ଦିଆଯିବ। ମୁଁ ତୁମ୍ଭମାନଙ୍କୁ କହୁଛି, ଯେଉଁ ସମୟ ପର୍ଯ୍ୟନ୍ତ ତୁମ୍ଭେମାନେ ଏହି କଥା ନ କହିବ, ‘ପ୍ରଭୁଙ୍କ ନାମରେ ଯେଉଁ ବ୍ୟକ୍ତି ଆସନ୍ତି, ପରମେଶ୍ୱର ତାହାଙ୍କୁ ଆଶୀର୍ବାଦ କରନ୍ତୁ’, ‘ସେହି ସମୟ ପର୍ଯ୍ୟନ୍ତ ତୁମ୍ଭେମାନେ ମୋତେ ପୁନର୍ବାର ଦେଖି ପାରିବ ନାହିଁ।’”


ତାଙ୍କ ବାଟ ଦେଇ ଯାଉଥିବା ଲୋକମାନେ କହନ୍ତି ନାହିଁ, “ସଦାପ୍ରଭୁ ତୁମ୍ଭର ମଙ୍ଗଳ କରନ୍ତୁ! କିଅବା ଆମ୍ଭେ ସଦାପ୍ରଭୁଙ୍କ ନାମରେ ତୁମ୍ଭକୁ ଆଶୀର୍ବାଦ କରୁଛୁ।”


ସ୍ୱର୍ଗ ଓ ପୃଥିବୀର ନିର୍ମାଣକର୍ତ୍ତା, ସିୟୋନରୁ ତୁମ୍ଭଙ୍କୁ ଆଶୀର୍ବାଦ କରନ୍ତୁ।


ହେ ମହାନ ପର୍ବତ! ତୁମ୍ଭେ କ’ଣ? ଯିରୁବ୍ବାବିଲ ସମ୍ମୁଖରେ ତୁମ୍ଭେ ଗୋଟିଏ ସମତଳଭୂମି ପରି। ‘ପରମେଶ୍ୱରଙ୍କର ଏହା ଉପରେ କୃପା ହେଉ! ଧ୍ୱନି ମଧ୍ୟରେ ସେ କୋଣର ପ୍ରସ୍ତର ଆଣିବ।’”


Swiv nou:

Piblisite


Piblisite