Biblia Todo Logo
Bib sou entènèt

- Piblisite -




ଗୀତସଂହିତା 118:24 - ପବିତ୍ର ବାଇବଲ

24 ଆଜି ଦିନକୁ ସଦାପ୍ରଭୁ ହିଁ ତିଆରି କରିଛନ୍ତି। ଆସ ଆମ୍ଭେମାନେ ଆଜି ଆନନ୍ଦ ଓ ଉଲ୍ଲାସ କରିବା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

24 ଏହା ସଦାପ୍ରଭୁଙ୍କ କୃତ ଦିନ; ଆମ୍ଭେମାନେ ଏଥିରେ ଆନନ୍ଦ ଓ ଉଲ୍ଲାସ କରିବା।

Gade chapit la Kopi

ଓଡିଆ ବାଇବେଲ

24 ଏହା ସଦାପ୍ରଭୁଙ୍କ କୃତ ଦିନ; ଆମ୍ଭେମାନେ ଏଥିରେ ଆନନ୍ଦ ଓ ଉଲ୍ଲାସ କରିବା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

24 ଏହା ସଦାପ୍ରଭୁଙ୍କ କୃତ ଦିନ; ଆମ୍ଭେମାନେ ଏଥିରେ ଆନନ୍ଦ ଓ ଉଲ୍ଲାସ କରିବା।

Gade chapit la Kopi




ଗୀତସଂହିତା 118:24
10 Referans Kwoze  

ଅନ୍ୟସ୍ଥାନରେ ଏକ ହଜାର ଦିନଠାରୁ ତୁମ୍ଭ ମନ୍ଦିରରେ ଏକଦିନ ବହୁତ ଭଲ। ଦୁଷ୍ଟ ଲୋକମାନଙ୍କ ଗୃହରେ ବାସ କରିବା ଅପେକ୍ଷା ପରମେଶ୍ୱରଙ୍କ ମନ୍ଦିର ସମ୍ମୁଖରେ ଛିଡ଼ା ହେବା ଭଲ।


ତୁମ୍ଭେ ଯଦି ବିଶ୍ରାମବାର ଲଙ୍ଘନରୁ ଆମ୍ଭ ପବିତ୍ର ଦିନରେ ନିଜ ଅଭିଳାଷ ଚେଷ୍ଟାରୁ ନିଜ ପାଦ ଫେରାଅ, ପୁଣି ବିଶ୍ରାମବାରକୁ ସୁଖଦାୟକ ଓ ସଦାପ୍ରଭୁଙ୍କ ପବିତ୍ର ଦିନକୁ ଆଦରଣୀୟ ବୋଲି କୁହ, ଆଉ ନିଜ କାର୍ଯ୍ୟ ନ କରି ଅବା ନିଜ ଅଭିଳାଷର ଚେଷ୍ଟା ନ କରି ଅଥବା ନିଜ କଥା ନ କହି ତାହାକୁ ଆଦର କରିବ;


ଆଉ ସେ ସେମାନଙ୍କୁ କହିଲେ, “ଘରକୁ ଯାଅ, ଚି‌କ୍‌କଣ ଦ୍ରବ୍ୟ ଭୋଜନ କର, ସୁମିଷ୍ଟ ଦ୍ରବ୍ୟ ପାନ କର ଓ ଯାହା ପାଇଁ ପ୍ରସ୍ତୁତି ହୋଇ ନାହିଁ, ତାହା ପାଇଁ କିଛି ପଠାଅ। କାରଣ ଆଜି ଆମ୍ଭମାନଙ୍କ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟେ। ତୁମ୍ଭେମାନେ ଦୁଃଖିତ ହୁଅ ନାହିଁ। ଯେଣୁ ସଦାପ୍ରଭୁଙ୍କ ଆନନ୍ଦ ତୁମ୍ଭମାନଙ୍କର ବଳ ହେବ।”


ଅଷ୍ଟମ ଦିନରେ ଶଲୋମନ ଲୋକମାନଙ୍କୁ ବିଦାୟ ଦେଲେ। ସମସ୍ତ ଲୋକେ ରାଜାଙ୍କୁ ଧନ୍ୟବାଦ ଦେଇ ସେମାନଙ୍କର ଘରକୁ ଗଲେ। ସଦାପ୍ରଭୁ ନିଜର ଦାସ ଦାଉଦଙ୍କ ପ୍ରତି ଓ ନିଜର ସନ୍ତାନ ଇସ୍ରାଏଲ ପ୍ରତି ଯେଉଁସବୁ ମଙ୍ଗଳବିଧାନ କଲେ, ତାହା ହୃଦୟଙ୍ଗମ କରି ପ୍ରତ୍ୟେକ ନିଜ ନିଜ ତମ୍ବୁକୁ ପ୍ରତ୍ୟାବର୍ତ୍ତନ କଲେ।


ପ୍ରଭୁଙ୍କ ଦିନରେ ପବିତ୍ରଆତ୍ମା ମୋତେ ସମ୍ପୂର୍ଣ୍ଣ ରୂପେ ଅଧିକାର କରି ନେଲେ। ମୁଁ ହଠାତ୍ ପଛପଟୁ ଗୋଟିଏ ଉଚ୍ଚ ଶବ୍ଦ ଶୁଣିଲି। ଏହି ଶବ୍ଦ ତୂରୀନାଦ ପରି ଥିଲା।


ଆମ୍ଭେ ସପ୍ତାହର ପ୍ରଥମ ଦିନ ପ୍ରଭୁଭୋଜର ରୋଟୀ ଭାଙ୍ଗିବା ପାଇଁ ଏକାଠି ହେବା ବେଳେ ପାଉଲ ସେମାନଙ୍କୁ ପ୍ରଭୁଙ୍କ କଥା କହିବା ଆରମ୍ଭ କଲେ। କାରଣ ସେ ତହିଁଆର ଦିନ ଗ୍ଭଲିଯିବା ପାଇଁ ଯୋଜନା କରି ମଧ୍ୟରାତ୍ରି ପର୍ଯ୍ୟନ୍ତ ସେମାନଙ୍କୁ ଉପଦେଶ ଦେଲେ।


ଯିହୋଶୂୟଙ୍କ ସମ୍ମୁଖରେ ଆମ୍ଭେ ଯେଉଁ ସ୍ୱତନ୍ତ୍ର ପ୍ରସ୍ତର ସ୍ଥାପନ କରୁଅଛୁ ତାକୁ ଦେଖ। ସେହି ପ୍ରସ୍ତରରେ ସାତୋଟି ଚକ୍ଷୁ ଅଛି। ସେହି ସ୍ୱତନ୍ତ୍ର ପ୍ରସ୍ତର ଉପରେ ଆମ୍ଭେ ବାର୍ତ୍ତା ଖୋଦନ କରିବା। ସଦାପ୍ରଭୁ କୁହନ୍ତି ଆମ୍ଭେ ସେ ଦେଶରୁ ଅଧର୍ମ ଦୂର କରିବା, ଏହା ସେ ପ୍ରସ୍ତର ଦିନେ ଦେଖାଇବ।”


Swiv nou:

Piblisite


Piblisite