Biblia Todo Logo
Bib sou entènèt

- Piblisite -




ଗୀତସଂହିତା 109:22 - ପବିତ୍ର ବାଇବଲ

22 ମୁଁ ଏକମାତ୍ର ଦିନହୀନ ଓ ଅସହାୟ ବ୍ୟକ୍ତି ଅଟେ। ମୁଁ ବାସ୍ତବରେ ଦୁଃଖିତ, ମୋର ହୃଦୟ ଭାଙ୍ଗିପଡ଼ିଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

22 କାରଣ ମୁଁ ଦୁଃଖୀ ଓ ଦୀନହୀନ ଅଟେ, ଓ ମୋʼ ଅନ୍ତରରେ ମୋʼ ହୃଦୟ କ୍ଷତବିକ୍ଷତ ହୋଇଅଛି।

Gade chapit la Kopi

ଓଡିଆ ବାଇବେଲ

22 କାରଣ ମୁଁ ଦୁଃଖୀ ଓ ଦୀନହୀନ ଅଟେ, ଓ ମୋ’ ଅନ୍ତରରେ ମୋ’ ହୃଦୟ କ୍ଷତବିକ୍ଷତ ହୋଇଅଛି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 କାରଣ ମୁଁ ଦୁଃଖୀ ଓ ଦୀନହୀନ ଅଟେ, ଓ ମୋʼ ଅନ୍ତରରେ ମୋʼ ହୃଦୟ କ୍ଷତବିକ୍ଷତ ହୋଇଅଛି।

Gade chapit la Kopi




ଗୀତସଂହିତା 109:22
15 Referans Kwoze  

ହେ ସଦାପ୍ରଭୁ, ମୋର ଗୁହାରି ଶୁଣ। ଏବଂ ମୋ’ ପ୍ରାର୍ଥନାର ଉତ୍ତର ଦିଅ। କାରଣ ମୁଁ ଜଣେ ଦିନହୀନ, ନିଃସହାୟ ମଣିଷ।


ମୋର ଶକ୍ତିସବୁ ଶେଷ ହୋଇଯାଇଛି। ମୁଁ ଯେପରି ଶୁଖିଲା ତୃଣପରି। ଏପରିକି ମୁଁ ଖାଇବା ପାଇଁ କ୍ଷୁଧା ହରେଇଅଛି।


ହେ ସଦାପ୍ରଭୁ, ମୁଁ ଜଣେ ଗରିବ ଓ ଅସହାୟ ଲୋକ ଅଟେ। ହେ ମୋର ପରମେଶ୍ୱର, ଆଉ ବିଳମ୍ବ କର ନାହିଁ। ମୋତେ ସାହାଯ୍ୟ କର ଓ ମୋତେ ଉଦ୍ଧାର କର।


କିନ୍ତୁ ମୁଁ ଗୋଟିଏ କୀଟ, ବ୍ୟକ୍ତି ନୁହେଁ, ଲୋକମାନେ ମୋ’ ପାଇଁ ଲଜ୍ଜିତ ହୁଅନ୍ତି ଓ ମୋତେ ଅବଜ୍ଞା କରନ୍ତି।


ତୁମ୍ଭେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ସହିତ ପରିଚିତ। ତୁମ୍ଭେମାନେ ଜାଣ ଯେ, ଖ୍ରୀଷ୍ଟ ଈଶ୍ୱରଙ୍କଠାରେ ଧନୀ ହୋଇଥିଲେ ମଧ୍ୟ, ତୁମ୍ଭମାନଙ୍କ ପାଇଁ ସେ ଗରିବ ହେଲେ। ତାହାଙ୍କର ଗରିବ ହେବା ଦ୍ୱାରା ତୁମ୍ଭେମାନେ ଯେପରି ଧନୀ ହୁଅ, ସେଥିପାଇଁ ଯୀଶୁ ଖ୍ରୀଷ୍ଟ ଏପରି କଲେ।


“ବର୍ତ୍ତମାନ ମୁଁ ବହୁତ ‌‌‌‌ଉ‌‌‌‌‌‌‌ଦ୍‌‌ବିଗ୍ନ ଅଛି। ମୁଁ କ'ଣ କହିବି? ‘ହେ ପରମପିତା, ମୋତେ ଏ ଯନ୍ତ୍ରଣାଦାୟକ ସମୟରୁ ଉଦ୍ଧାର କର’, ଏଭଳି କହି କ'ଣ ମୁଁ ପ୍ରାର୍ଥନା କରିବି? ନା, କାରଣ ମୁଁ ତ’ ଯନ୍ତ୍ରଣା ଭୋଗିବି ବୋଲି ଆସିଛି।


ଯୀଶୁ ମର୍ମାନ୍ତକ ପୀଡ଼ାରେ ବୁଡ଼ି ରହି ଆହୁରି ଦୃଢ଼ ଭାବରେ ପ୍ରାର୍ଥନା କରିବାକୁ ଲାଗିଲେ। ତାହାଙ୍କ ମୁହଁରୁ ଘନ ଘନ ରକ୍ତ ଟୋପା ଭଳି ଝାଳ ବାହାରି ଆସି ଭୂଇଁରେ ପଡ଼ିଲା।


ଯୀଶୁ ତାହାଙ୍କୁ କହିଲେ, “କୋକିଶିଆଳିର ଗାତ ଅଛି ଓ ଆକାଶର ପକ୍ଷୀମାନଙ୍କର ବସା ଅଛି। କିନ୍ତୁ ମନୁଷ୍ୟପୁତ୍ରଙ୍କ ପାଇଁ ମୁଣ୍ଡ ଗୁଞ୍ଜିବାକୁ ଜାଗା ଟିକିଏ ନାହିଁ।”


ଲୋକମାନେ ତାଙ୍କୁ ଘୃଣା କଲେ ଓ ବନ୍ଧୁମାନେ ତାଙ୍କୁ ପରିତ୍ୟାଗ କଲେ। ସେ ଦୁଃଖ ଓ ଶୋକ ସହିତ ପରିଚିତ ହେଲେ। ସେ ଲୋକମାନଙ୍କଠାରୁ ନିଜ ମୁଖ ଲୁଗ୍ଭଇ ରଖିଲେ। ସେ ଘୃଣିତ ହେଲେ ଏବଂ ଆମ୍ଭେମାନେ ତାଙ୍କୁ ସମ୍ମାନ ଦେଲୁ ନାହିଁ।


କାରଣ ସେ ଦୟାଳୁ ଭାବେ କାମ କରିବାକୁ ମନେ କରି ନ ଥିଲେ। ସେ ଅତ୍ୟାଗ୍ଭର କରୁଥିଲେ ଏବଂ ସେ ଗରିବ ଓ ଦରିଦ୍ର ଲୋକମାନଙ୍କୁ ମାରି ଦେଲେ, ଯେଉଁମାନେ ଦିନହୀନ ଓ ହତାଶ ହୁଅନ୍ତି।


ପରମେଶ୍ୱର ସର୍ବଶକ୍ତିମାନ, ତାଙ୍କର ବାଣସବୁ ମୋ’ ଅନ୍ତରକୁ ବିଦ୍ଧ କରୁଛି। ମୋର ଆତ୍ମା ସେହି ବାଣର ବିଷକୁ ପାନ କରୁଛି। ପରମେଶ୍ୱରଙ୍କ ମାରାତ୍ମକ ଅସ୍ତ୍ରଶସ୍ତ୍ର ସବୁ ମୋର ବିରୁଦ୍ଧରେ ଗୋଟିଏ ଧାଡ଼ିରେ ସଜାଇ ରଖାଯାଇଛି।


ଅନନ୍ତର ସେ ପରମେଶ୍ୱରଙ୍କ ଲୋକ ନିକଟକୁ ଆସି ତାଙ୍କର ଚରଣ ତଳେ ପଡ଼ିଲା। ଏଥିରେ ଗିହେଜୀ ତାକୁ ଟାଣିବାରୁ ପରମେଶ୍ୱରଙ୍କ ଲୋକ କହିଲେ, “ତାହାକୁ ଛାଡ଼ିଦିଅ। କାରଣ ତା'ର ପ୍ରାଣ ଶୋକାକୁଳ। ମାତ୍ର ସଦାପ୍ରଭୁ ମୋତେ ଜାଣାଇଲେ ନାହିଁ କ’ଣ ବାଳକ ପ୍ରତି ଘଟିଅଛି। ସେ ଏହା ମୋ'ଠାରୁ ଗୋପନ ରଖିଲେ।”


ହେ ସଦାପ୍ରଭୁ, ମୁଁ ଆଘାତ ପ୍ରାପ୍ତ ଓ ଏକୁଟିଆ। ତୁମ୍ଭର କୃପାଦୃଷ୍ଟି ମୋ’ ଉପରେ ପକାଅ।


Swiv nou:

Piblisite


Piblisite