Biblia Todo Logo
Bib sou entènèt

- Piblisite -




ଗୀତସଂହିତା 104:1 - ପବିତ୍ର ବାଇବଲ

1 ହେ ମୋର ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର! ହେ ସଦାପ୍ରଭୁ, ମୋର ପରମେଶ୍ୱର, ତୁମ୍ଭେ ମହାନ। ତୁମ୍ଭେ ସମ୍ଭ୍ରମ ଓ ଐଶ୍ୱର୍ଯ୍ୟରେ ବିଭୂଷିତ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ହେ ମୋହର ମନ, ସଦାପ୍ରଭୁଙ୍କର ଧନ୍ୟବାଦ କର। ହେ ସଦାପ୍ରଭୋ, ମୋʼ ପରମେଶ୍ଵର, ତୁମ୍ଭେ ଅତି ମହାନ; ତୁମ୍ଭେ ସମ୍ଭ୍ରମ ଓ ଐଶ୍ଵର୍ଯ୍ୟରେ ବିଭୂଷିତ।

Gade chapit la Kopi

ଓଡିଆ ବାଇବେଲ

1 ହେ ମୋହର ମନ, ସଦାପ୍ରଭୁଙ୍କର ଧନ୍ୟବାଦ କର। ହେ ସଦାପ୍ରଭୁ, ମୋ’ ପରମେଶ୍ୱର, ତୁମ୍ଭେ ଅତି ମହାନ; ତୁମ୍ଭେ ସମ୍ଭ୍ରମ ଓ ଐଶ୍ୱର୍ଯ୍ୟରେ ବିଭୂଷିତ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ହେ ମୋହର ମନ, ସଦାପ୍ରଭୁଙ୍କର ଧନ୍ୟବାଦ କର। ହେ ସଦାପ୍ରଭୋ, ମୋʼ ପରମେଶ୍ୱର, ତୁମ୍ଭେ ଅତି ମହାନ; ତୁମ୍ଭେ ସମ୍ଭ୍ରମ ଓ ଐଶ୍ୱର୍ଯ୍ୟରେ ବିଭୂଷିତ।

Gade chapit la Kopi




ଗୀତସଂହିତା 104:1
16 Referans Kwoze  

ହେ ସଦାପ୍ରଭୁଙ୍କ ହସ୍ତକୃତ ସୃଷ୍ଟିସକଳ ଓ ରାଜ୍ୟର ସର୍ବତ୍ର, ସମସ୍ତେ ତାଙ୍କର ପ୍ରଶଂସା କର। ହେ ମୋର ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର।


ସଦାପ୍ରଭୁ ହେଉଛନ୍ତି ମହାନ ଏବଂ ସେ ଅତ୍ୟନ୍ତ ପ୍ରଶଂସନୀୟ। ଆମ୍ଭେମାନେ ତାହାଙ୍କର ମହାନତାକୁ ପୁରାପୁରି ଜାଣି ପାରିବୁ ନାହିଁ।


ମହିମା ଏବଂ ସମ୍ମାନ ତାଙ୍କର ସମ୍ମୁଖରେ ଦୀପ୍ତି ପ୍ରକାଶ କରୁଛି। ଶକ୍ତି ଓ ଶୋଭା ତାହାଙ୍କ ମନ୍ଦିରରେ ବିଦ୍ୟମାନ।


ପୁଣି ସଦାପ୍ରଭୁ ଧାର୍ମିକତାର ସାଞ୍ଜୁ ବୁକୁରେ, ପରିତ୍ରାଣରୂପକ ଟୋପି ମସ୍ତକରେ, ପ୍ରତିଶୋଧରୂପକ ବସ୍ତ୍ର ଓ ଉ‌ଦ୍‌ଯୋଗରୂପକ ବସ୍ତ୍ର ଉତ୍ତରୀୟ ରୂପେ ପରିଧାନ କଲେ।


ସଦାପ୍ରଭୁ ରାଜା ଅଟନ୍ତି। ସେ ମହିମା ଓ ଶକ୍ତି ରୂପକ ବସ୍ତ୍ର ପରିଧାନ କରନ୍ତି। ସେ ନିଜ କଟିରେ ସମଗ୍ର ବିଶ୍ୱକୁ ଧରିଛନ୍ତି, ଏହା ଯେପରି ଟଳମଳ ହୋଇ ନ ଯାଏ।


ପୁଣି ମୁଁ ମୋର ପରମେଶ୍ୱର ସଦାପ୍ରଭୁଙ୍କୁ ପ୍ରାର୍ଥନା କଲି ଓ ମୋର ପାପ ସ୍ୱୀକାର କରି କହିଲି, “ହେ ସଦାପ୍ରଭୁ, ତୁମ୍ଭେ ମହାନ ଓ ଭୟାନକ ପରମେଶ୍ୱର। ଯେଉଁମାନେ ତୁମ୍ଭକୁ ପ୍ରେମ କରନ୍ତି ଓ ତୁମ୍ଭର ଚୁକ୍ତି ପାଳନ କରନ୍ତି, ତୁମ୍ଭେ ସେମାନଙ୍କ ପ୍ରତି ଦୟା ଓ ନିୟମ କରିଥାଅ।


ପାପୀମାନେ ପୃଥିବୀରୁ ଉଭେଇ ଯାଆନ୍ତୁ। ସବୁଦିନ ପାଇଁ ଦୁଷ୍ଟ ଲୋକମାନେ ନିଶେଷ ହୁଅନ୍ତୁ। ହେ ମୋର ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର! ସଦାପ୍ରଭୁଙ୍କର ପ୍ରଶଂସା କର।


ସଦାପ୍ରଭୁ କହନ୍ତି, କୌଣସି ବ୍ୟକ୍ତି ଆମ୍ଭଠାରୁ ନିଜକୁ ଗୋପନୀୟ କରି ରହିପାରିବ ନାହିଁ। କାରଣ ଆମ୍ଭେ ସ୍ୱର୍ଗ ଓ ମର୍ତ୍ତ୍ୟ ସବୁଠାରେ ବ୍ୟାପି ରହିଅଛୁ।”


ହେ ସଦାପ୍ରଭୁ ମୋର ପରମେଶ୍ୱର, ମୁଁ ତୁମ୍ଭଠାରେ ଶରଣ ନେଉଛି। ମୋ’ ପଛରେ ଗୋଡ଼ାଇଥିବା ଲୋକମାନଙ୍କଠାରୁ ମୋତେ ରକ୍ଷା କର ଓ ଉଦ୍ଧାର କର।


ତା'ପରେ ହବ‌କ୍‌କୂକ କହିଲେ, “ହେ ସଦାପ୍ରଭୁ, ତୁମ୍ଭେ ପୁରାତନ କାଳର ସଦାପ୍ରଭୁ ଅଟ। ତୁମ୍ଭେ ଏକମାତ୍ର ପବିତ୍ର ଅଟ, ଯିଏ କେବେ ଅନ୍ତର୍ହିତ କରିବ ନାହିଁ। ହେ ସଦାପ୍ରଭୁ, ତୁମ୍ଭେ ସେମାନଙ୍କୁ ବିଗ୍ଭର କରିବା ପାଇଁ ନିଯୁକ୍ତି କଲ କି? ହେ ଶୈଳ, ଲୋକମାନଙ୍କୁ ଦଣ୍ତ ଦେବା ପାଇଁ ତୁମ୍ଭେ ସେମାନଙ୍କୁ ପଠାଇଲ କି?


“ମୁଁ ଗୋଟିଏ ସିଂହାସନ ସ୍ଥାପିତ ହେଉଥିବାର ଦେଖିଲି। ଅତି ବୃଦ୍ଧାଲୋକ ସେହି ଉପରେ ବସିଲେ। ତାଙ୍କର ବସ୍ତ୍ର ହିମତୁଲ୍ୟ ଶୁକ୍ଳବର୍ଣ୍ଣ ଓ ତାଙ୍କର ମସ୍ତକର କେଶ ମେଷଲୋମ ସଦୃଶ ଶୁଭ୍ର ଥିଲା। ତାଙ୍କର ସିଂହାସନ ଅଗ୍ନିମୟପରି ଓ ସିଂହାସନର ଚକସବୁ ଜ୍ୱଳନ୍ତା ଅଗ୍ନିଶିଖା, ସଦୃଶ ଥିଲା।


କାରଣ ସଦାପ୍ରଭୁ ହେଉଛନ୍ତି, ମହାନ ପରମେଶ୍ୱର। ସେ ସକଳ “ଦେବତାଗଣଙ୍କ” ଉପରେ ଶାସନ କରନ୍ତି।


Swiv nou:

Piblisite


Piblisite