Biblia Todo Logo
Bib sou entènèt

- Piblisite -




ଗୀତସଂହିତା 103:2 - ପବିତ୍ର ବାଇବଲ

2 ହେ ମୋର ପ୍ରାଣ, ସଦାପ୍ରଭୁଙ୍କ ପ୍ରଶଂସା କର। ତାଙ୍କର ମଙ୍ଗଳଦାନସବୁ ପାଶୋର ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ହେ ମୋହର ମନ ସଦାପ୍ରଭୁଙ୍କର ଧନ୍ୟବାଦ କର ଓ ତାହାଙ୍କର ମଙ୍ଗଳଦାନସବୁ ପାସୋର ନାହିଁ;

Gade chapit la Kopi

ଓଡିଆ ବାଇବେଲ

2 ହେ ମୋହର ମନ, ସଦାପ୍ରଭୁଙ୍କର ଧନ୍ୟବାଦ କର ଓ ତାହାଙ୍କର ମଙ୍ଗଳଦାନସବୁ ପାସୋର ନାହିଁ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ହେ ମୋହର ମନ, ସଦାପ୍ରଭୁଙ୍କର ଧନ୍ୟବାଦ କର ଓ ତାହାଙ୍କର ମଙ୍ଗଳଦାନସବୁ ପାସୋର ନାହିଁ;

Gade chapit la Kopi




ଗୀତସଂହିତା 103:2
17 Referans Kwoze  

ଆମ୍ଭେ ସଦାପ୍ରଭୁଙ୍କର ସ୍ନେହପୂର୍ଣ୍ଣ କରୁଣାସବୁ କୀର୍ତ୍ତନ କରିବା ଓ ସଦାପ୍ରଭୁ ଆମ୍ଭମାନଙ୍କର ଯେ ସବୁ ଉପକାର କରିଅଛନ୍ତି, ପୁଣି ନିଜର ନାନାବିଧ ଦୟା ଓ ଅପାର ସ୍ନେହପୂର୍ଣ୍ଣ କରୁଣା ଅନୁସାରେ ଇସ୍ରାଏଲ ବଂଶର ଯେଉଁ ପ୍ରଚୁର ମଙ୍ଗଳ କରିଅଛନ୍ତି, ତଦନୁସାରେ ଆମ୍ଭେ ସଦାପ୍ରଭୁଙ୍କର ପ୍ରଶଂସା ଗାନ କରିବା।


ସେ କରିଥିବା ମଙ୍ଗଳଦାନର ଫଳସ୍ୱରୂପ ମୁଁ ସଦାପ୍ରଭୁଙ୍କୁ କ’ଣ ଦେଇପାରେ?


ସେ ଯେଉଁ ଆଶ୍ଚର୍ଯ୍ୟ କର୍ମମାନ କଲେ ତାହା ମନେ ପକାଅ। ତାଙ୍କର ଅଲୌକିକ କାର୍ଯ୍ୟ ଏବଂ ତାଙ୍କ ବୁଦ୍ଧିମତାର ବିଗ୍ଭର ମନେପକାଅ।


“ସେତେବେଳେ ତୁମ୍ଭେମାନେ ନିଶ୍ଚିତ ସାବଧାନ ହେବା ଉଚିତ୍ ଯେ, ଯିଏ ତୁମ୍ଭମାନଙ୍କୁ ଦାସ୍ୟଗୃହରୂପ ମିଶରରୁ ମୁକ୍ତ କରି ଆଣିଛନ୍ତି। ତୁମ୍ଭେମାନେ ସେହି ସଦାପ୍ରଭୁଙ୍କୁ ଭୂଲିଯାଅ ନାହିଁ।


କିନ୍ତୁ ହିଜକିୟଙ୍କ ହୃଦୟ ଗର୍ବୀ ଥିଲା, ତେଣୁ ସେ ପରମେଶ୍ୱରଙ୍କ ମହାଦୟା ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ ନାହିଁ। ଏଥିନିମନ୍ତେ ପରମେଶ୍ୱର ହିଜକିୟ ଓ ଯିହୁଦା ଏବଂ ଯିରୁଶାଲମର ଲୋକଙ୍କ ପ୍ରତି କ୍ରୋଧ କଲେ।


ଯେଉଁ ଶୈଳ ତୁମ୍ଭକୁ ଉତ୍ପନ୍ନ କଲେ, ତୁମ୍ଭେ ସେମାନଙ୍କୁ ତ୍ୟାଗ କଲ। ଯେଉଁ ପରମେଶ୍ୱର ତୁମ୍ଭକୁ ଜନ୍ମ ଦେଲେ ତୁମ୍ଭେ ତାହାଙ୍କୁ ପାସୋରି ଅଛ।


ହେ ମୂର୍ଖ ଓ ଅଜ୍ଞାନ ଲୋକେ, ତୁମ୍ଭେମାନେ କି ସଦାପ୍ରଭୁଙ୍କୁ ଏପରି ପରିଶୋଧ କରୁଅଛ? ସେ କି ତୁମ୍ଭର ପିତା ଏବଂ ସୃଷ୍ଟିକର୍ତ୍ତା ନୁହନ୍ତି, ସେ କି ତୁମ୍ଭର ସୃଷ୍ଟିକର୍ତ୍ତା, ନୁହନ୍ତି, ଯିଏ ତୁମ୍ଭଙ୍କୁ ସ୍ଥାପିତ କରିଛନ୍ତି।


ପରମେଶ୍ୱର ଆମ୍ଭ ପୂର୍ବପୁରୁଷଗଣକୁ ରକ୍ଷା କଲେ, କିନ୍ତୁ ସେମାନେ ତାଙ୍କ ବିଷୟରେ ସମ୍ପୂର୍ଣ୍ଣ ଭୁଲିଗଲେ। ସେ ସେମାନଙ୍କ ପାଇଁ ମିଶରରେ କରିଥିବା ଆଶ୍ଚର୍ଯ୍ୟ କାର୍ଯ୍ୟମାନ ସେମାନେ ଭୁଲିଗଲେ।


ହେ ସଦାପ୍ରଭୁ, ମିଶରରେ ଯେଉଁ ଆଶ୍ଚର୍ଯ୍ୟ କ୍ରିୟାମାନ ଦେଖାଇଥିଲ ଆମ୍ଭର ପୂର୍ବପୁରୁଷ ସେଥିରୁ କିଛି ଶିଖି ନାହାନ୍ତି। ତୁମ୍ଭର ବହୁତ ଦୟାର କାମକୁ ସେମାନେ ମନେ ରଖିଲେ ନାହିଁ। ଲୋହିତ ସମୁଦ୍ର ନିକଟରେ ଆମ୍ଭର ପୂର୍ବପୁରୁଷ ତୁମ୍ଭର ବିଦ୍ରୋହାଚରଣ କଲେ।


ଇଦୋମରୁ, ଲାଲରଙ୍ଗ ବସ୍ତ୍ର ପରିହିତ ବସୋରାରୁ ଏ ଯେ ଆସୁଛନ୍ତି, ସେ କିଏ? ନିଜ ପରିଧେୟ ବସ୍ତ୍ରରେ ଗୌରବାନ୍ୱିତ ଓ ନିଜ ମହାଶକ୍ତିରେ ଯିଏ ବିଜେ କରୁଛନ୍ତି, ସେ କିଏ? ସଦାପ୍ରଭୁ କୁହନ୍ତି, “ଆମ୍ଭେ ଧର୍ମବାଦୀ ଓ ପରିତ୍ରାଣ କରିବାକୁ ସମର୍ଥ ଅଟୁ।”


“ଇସ୍ରାଏଲର ପୁରୁଷମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେ। ସେମାନେ ସୂତଃସ୍ପୁର୍ତ୍ତ ଭାବରେ ନିଜକୁ ଯୁଦ୍ଧ ପାଇଁ ଉତ୍ସର୍ଗ କଲେ। ଏଥିପାଇଁ ତୁମେ ସଦାପ୍ରଭୁଙ୍କର ଧନ୍ୟବାଦ କର।


“ମୋର ହୃଦୟ ଇସ୍ରାଏଲର ଆଦେଶକର୍ତ୍ତାଙ୍କଠାରେ ଅଛି, ଯିଏ ଯୁଦ୍ଧ ପାଇଁ ନିଜ ଇଚ୍ଛା ପ୍ରକାଶ କଲେ, ସଦାପ୍ରଭୁଙ୍କର ଧନ୍ୟବାଦ କର!


Swiv nou:

Piblisite


Piblisite