Biblia Todo Logo
Bib sou entènèt

- Piblisite -




ଗୀତସଂହିତା 102:22 - ପବିତ୍ର ବାଇବଲ

22 ସମସ୍ତ ଜାତି ଏକତ୍ରିତ ହେବେ ଓ ସକଳ ରାଜ୍ୟ ସଦାପ୍ରଭୁଙ୍କର ସେବା ପାଇଁ ଆସିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

22 ଲୋକମାନେ ସିୟୋନରେ ସଦାପ୍ରଭୁଙ୍କ ନାମ ଓ ଯିରୂଶାଲମରେ ତାହାଙ୍କର ପ୍ରଶଂସା ପ୍ରଚାର କରିବେ;

Gade chapit la Kopi

ଓଡିଆ ବାଇବେଲ

22 ଲୋକମାନେ ସିୟୋନରେ ସଦାପ୍ରଭୁଙ୍କ ନାମ ଓ ଯିରୂଶାଲମରେ ତାହାଙ୍କର ପ୍ରଶଂସା ପ୍ରଚାର କରିବେ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 ଲୋକମାନେ ସିୟୋନରେ ସଦାପ୍ରଭୁଙ୍କ ନାମ ଓ ଯିରୂଶାଲମରେ ତାହାଙ୍କର ପ୍ରଶଂସା ପ୍ରଚାର କରିବେ;

Gade chapit la Kopi




ଗୀତସଂହିତା 102:22
11 Referans Kwoze  

ଈଶ୍ୱରଙ୍କ ରାଜ୍ୟର ସୁସମାଗ୍ଭର ସାରା ଜଗତରେ ପ୍ରଗ୍ଭରିତ ହେବ। ସମସ୍ତ ଦେଶର ଲୋକମାନେ ଏହା ଶୁଣିବେ। ତା'ପରେ ଅନ୍ତକାଳ ଆସିବ।


ସେମାନେ ଆଶ୍ଚର୍ଯ୍ୟକର୍ମ ଓ ଅଦ୍ଦ୍‌‌ଭୂତ ଘଟଣା ମାଧ୍ୟମରେ ପବିତ୍ରଆତ୍ମାଙ୍କର ଶକ୍ତିରେ ପରମେଶ୍ୱରଙ୍କୁ ମାନିଛନ୍ତି। ମୁଁ ଯିରୁଶାଲମଠାରୁ ଇଲ୍ଲୁରିକ ଗ୍ଭରିପଟ ଅଞ୍ଚଳରେ ଖ୍ରୀଷ୍ଟଙ୍କ ସୁସମାଗ୍ଭର ପ୍ରଗ୍ଭର କଲି ଓ ମୋର ସେହି କାର୍ଯ୍ୟ ସମାପ୍ତ କଲି।


ଦୂର ଦୂରାନ୍ତ ଦେଶର ଲୋକମାନେ ସଦାପ୍ରଭୁଙ୍କୁ ସ୍ମରଣ ରଖି ତାଙ୍କ ନିକଟକୁ ଆସନ୍ତୁ। ବିଦେଶର ଲୋକମାନେ ତାଙ୍କୁ ପ୍ରଣାମ କରନ୍ତୁ।


ଶୀଲୋର ଆଗମନ ପର୍ଯ୍ୟନ୍ତ ଯିହୁଦାଠାରୁ ରାଜଦଣ୍ଡ ଓ ତା'ର ଚରଣ ଦ୍ୱୟ ମଧ୍ୟରୁ ବିଗ୍ଭରକର୍ତ୍ତାର ଯଷ୍ଟି ଯିବ ନାହିଁ। ତା'ର ନିକଟରେ ଲୋକମାନେ ଅଧୀନତା ସ୍ୱୀକାର କରିବେ।


ଶୁଣ, ତୁମ୍ଭ ପ୍ରହରୀଗଣ ଉଚ୍ଚସ୍ୱରରେ ଚିତ୍କାର କରୁଛନ୍ତି। ସେମାନେ ଏକତ୍ର ଆନନ୍ଦଧ୍ୱନି କରୁଛନ୍ତି। କାରଣ ସେମାନେ ପ୍ରତ୍ୟେକ ସ୍ୱଚକ୍ଷୁରେ ସଦାପ୍ରଭୁଙ୍କ ସିୟୋନକୁ ପ୍ରତ୍ୟାବର୍ତ୍ତନ ଦେଖୁଛନ୍ତି।


ହେ ଯିରୁଶାଲମର ଧ୍ୱଂସାବଶେଷ ସ୍ଥାନସକଳ, ଉଚ୍ଚସ୍ୱରରେ ଆନନ୍ଦଧ୍ୱନି କର। ଏକତ୍ର ଗାନ କର, କାରଣ ସଦାପ୍ରଭୁ ନିଜର ଲୋକମାନଙ୍କୁ ସାନ୍ତ୍ୱନା କରିଅଛନ୍ତି ଓ ସେ ଯିରୁଶାଲମକୁ ମୁକ୍ତ କରିଅଛନ୍ତି।


Swiv nou:

Piblisite


Piblisite