Biblia Todo Logo
Bib sou entènèt

- Piblisite -




ଗୀତସଂହିତା 102:16 - ପବିତ୍ର ବାଇବଲ

16 ସଦାପ୍ରଭୁ ସିୟୋନକୁ ପୁନ୍ନରାୟ ତିଆରି କରିବେ। ଲୋକମାନେ ତାଙ୍କର ମହିମା ପୁନ୍ନରାୟ ଦେଖିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 କାରଣ ସଦାପ୍ରଭୁ ସିୟୋନକୁ ପୁନର୍ନିର୍ମାଣ କରିଅଛନ୍ତି ଓ ସେ ଆପଣା ଗୌରବରେ ଦର୍ଶନ ଦେଇଅଛନ୍ତି;

Gade chapit la Kopi

ଓଡିଆ ବାଇବେଲ

16 କାରଣ ସଦାପ୍ରଭୁ ସିୟୋନକୁ ପୁନଃର୍ନିର୍ମାଣ କରିଅଛନ୍ତି ଓ ସେ ଆପଣା ଗୌରବରେ ଦର୍ଶନ ଦେଇଅଛନ୍ତି;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 କାରଣ ସଦାପ୍ରଭୁ ସିୟୋନକୁ ପୁନଃନିର୍ମାଣ କରିଅଛନ୍ତି ଓ ସେ ଆପଣା ଗୌରବରେ ଦର୍ଶନ ଦେଇଅଛନ୍ତି;

Gade chapit la Kopi




ଗୀତସଂହିତା 102:16
17 Referans Kwoze  

ଆମ୍ଭେ ଇସ୍ରାଏଲ ଓ ଯିହୁଦାର ଲୋକମାନଙ୍କର ବନ୍ଦୀତ୍ୱ ଅବସ୍ଥାର ପରିବର୍ତ୍ତନ କରି ସେମାନଙ୍କ ପ୍ରତି ମଙ୍ଗଳ ବିଧାନ କରିବା। ସେମାନଙ୍କୁ ଅତୀତ ପରି ଶକ୍ତିଶାଳୀ କରିବା।


ସଦାପ୍ରଭୁ ହେଉଛନ୍ତି ଜଣେ ଯିଏ ଯିରୁଶାଲମକୁ ପୁନଃନିର୍ମାଣ କରନ୍ତି। ସେ ହିଁ ଜଣେ ଇସ୍ରାଏଲର ନିର୍ବାସିତମାନଙ୍କୁ ଏକତ୍ରିତ କରନ୍ତି।


ଆମ୍ଭ ଲୋକମାନଙ୍କର ନାରୀଗଣଙ୍କୁ ସେମାନଙ୍କର ରମଣୀୟ ଗୃହଗୁଡ଼ିକର ତୁମ୍ଭେ ଅପହରଣ କରିଛ। ଆଉ ମଧ୍ୟ ତୁମ୍ଭେ ସେମାନଙ୍କର ଛୋଟ ସନ୍ତାନମାନଙ୍କଠାରୁ ମୋର ଗୌରବ ଚିରଦିନ ପାଇଁ କାଢ଼ି ନେଇଛ।


“ହେ ଇସ୍ରାଏଲ କୁମାରୀ, ଆମ୍ଭେ ତୁମ୍ଭକୁ ପୁନର୍ବାର ଗଢ଼ିବା। ତୁମ୍ଭେ ପୁନର୍ବାର ଏକ ଦେଶ ହେବ। ତୁମ୍ଭେ ପୁଣି ଆପଣା ତବଲାରେ ବିଭୂଷିତା ହୋଇ ଆନନ୍ଦକାରୀମାନଙ୍କ ସଙ୍ଗେ ନୃତ୍ୟ କରି ଗମନ କରିବ।


“କାରଣ ଆମ୍ଭେ ସେମାନଙ୍କର କାର୍ଯ୍ୟ ଓ ଶିକ୍ଷାପ୍ରଣାଳୀ ଜାଣୁ, ସର୍ବଦେଶୀୟ ଓ ଭାଷାବାଦି ଲୋକଙ୍କୁ ଆମ୍ଭର ସଂଗ୍ରହ କରିବାର ସମୟ ଆସୁଅଛି ଓ ସେମାନେ ଆସି ଆମ୍ଭର ମହିମା ଦେଖିବେ।


ସିୟୋନର ଶୋକାର୍ତ୍ତ ଲୋକମାନଙ୍କୁ ଯୋଗାଇ ଦେବାକୁ ଓ ଭସ୍ମ ପରିବର୍ତ୍ତେ ଭୂଷଣ, ଦୁଃଖ ପରିବର୍ତ୍ତେ ସୁଖ ରୂପ ତୈଳ, ଅବସନ୍ନ ଆତ୍ମା ପରିବର୍ତ୍ତେ ପ୍ରଶଂସାରୂପ ବସ୍ତ୍ର ପ୍ରଦାନ କରିବାକୁ ସେ ମୋତେ ପ୍ରେରଣ କରିଅଛନ୍ତି। ତହିଁରେ ସଦାପ୍ରଭୁ ଯେପରି ଗୌରବାନ୍ୱିତ ହେବେ, ଏଥିପାଇଁ ସେମାନେ ‘ଧର୍ମରୂପ ବୃକ୍ଷ’ ଓ ‘ତାଙ୍କର ଉଦ୍ୟାନ ବୋଲି ବିଖ୍ୟାତ ହେବେ।’


କେଦରର ସମସ୍ତ ମେଷ ତୁମ୍ଭ ନିକଟରେ ଏକତ୍ରିତ ହେବେ ଓ ନବାୟୋତର ମେଷପଲ ତୁମ୍ଭର ସେବା କରିବେ। ସେମାନେ ଆମ୍ଭଦ୍ୱାରା ଗ୍ରାହ୍ୟ ହୋଇ ଆମ୍ଭ ଯଜ୍ଞବେଦି ନିକଟକୁ ଆସିବେ ଓ ଆମ୍ଭେ ଆମ୍ଭର ଭୂଷଣସ୍ୱରୂପ ମନ୍ଦିରକୁ ଭୂଷିତ କରିବା।


ଏହା ମୋର ଯୋଜନା ସମଗ୍ର ପୃଥିବୀ ପାଇଁ ଅଛି। ମୁଁ ସମସ୍ତ ଜାତିଗଣମାନଙ୍କୁ ଦଣ୍ଡ ଦେବା ପାଇଁ ମୋର ଶକ୍ତି ପ୍ରୟୋଗ କରିବି।”


ଆକାଶ ତାଙ୍କର ଧାର୍ମିକ ସତ୍ୟତା ପ୍ରଗ୍ଭର କରେ ଓ ପ୍ରତ୍ୟେକ ଜାତିଗଣ ତାଙ୍କ ମହିମା ଦେଖନ୍ତି।


ସଦାପ୍ରଭୁ ସିୟୋନକୁ ପରିତ୍ରାଣ କରିବେ ଓ ଯିହୁଦାର ନଗରସବୁ ପୁନଃନିର୍ମାଣ କରିବେ। ତାଙ୍କର ଲୋକମାନେ ସେଠାରେ ରହିବେ ଏବଂ ଦେଶ ପୁଣି ଥରେ ତାଙ୍କର ହେବ।


ହେ ପରମେଶ୍ୱର, ନିଜର ଅନୁଗ୍ରହରେ ସିୟୋନର ମଙ୍ଗଳ କର। ତୁମ୍ଭେ ଯିରୁଶାଲମର ପ୍ରାଚୀରସବୁ ପୁନଃନିର୍ମାଣ କର।


ତେଣୁ ପଶ୍ଚିମ ଦିଗର ଲୋକମାନେ ସଦାପ୍ରଭୁଙ୍କ ନାମକୁ ଓ ପୂର୍ବଦିଗର ଲୋକମାନେ ସଦାପ୍ରଭୁଙ୍କର ମହିମାକୁ ଭୟ କରିବେ। କାରଣ ସଦାପ୍ରଭୁଙ୍କ ନିଃଶ୍ୱାସରେ ଗ୍ଭଳିତ ପ୍ରବଳ ସ୍ରୋତପରି ସେ ମାଡ଼ି ଆସିବେ।


ପୁଣି ଅନ୍ୟ ଦେଶୀୟମାନେ ତୁମ୍ଭର ଦୀପ୍ତି ନିକଟକୁ ଓ ରାଜାମାନେ ତୁମ୍ଭ ଅରୁଣାଲୋକ ନିକଟକୁ ଆସିବେ।


“କେତେକ ଲୋକ ଅଛନ୍ତି ଯେଉଁମାନେ ଶପଥ ନିଅନ୍ତି, ଭଲ ସୁସ୍ଥ ପଶୁକୁ ବଳିଦେବା ପାଇଁ, କିନ୍ତୁ ଶେଷରେ ସେମାନେ ରୁ‌ଗ୍‌ଣ ପଶୁକୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରନ୍ତି। ସେଥିପାଇଁ ସେମାନେ ଅଭିଶପ୍ତ ହେବେ। ଆମ୍ଭେ ଜଣେ ମହାନ ରାଜା ଅଟୁ। ଆମ୍ଭକୁ ତୁମ୍ଭେମାନେ ସମ୍ମାନ କରିବା ଉଚିତ୍ ଓ ସମଗ୍ର ବିଶ୍ୱ ଆମ୍ଭକୁ ଭୟ ଓ ସମ୍ମାନ କରିବା ଉଚିତ୍।” ସର୍ବଶକ୍ତିମାନ ସଦାପ୍ରଭୁ ଏହିସବୁ କହିଥିଲେ।


Swiv nou:

Piblisite


Piblisite