Biblia Todo Logo
Bib sou entènèt

- Piblisite -




ଗୀତସଂହିତା 10:5 - ପବିତ୍ର ବାଇବଲ

5 ମନ୍ଦ ଲୋକମାନେ ସବୁବେଳେ ମନ୍ଦକାର୍ଯ୍ୟ କରିବାକୁ ମନ ବଳାନ୍ତି। ସେମାନେ ପରମେଶ୍ୱରଙ୍କ ବ୍ୟବସ୍ଥା ଓ ସମସ୍ତ ଉତ୍ତମ ଶିକ୍ଷାକୁ ଗ୍ରହଣ କରନ୍ତି ନାହିଁ। ପରମେଶ୍ୱରଙ୍କର ଶତ୍ରୁମାନେ ତାହାଙ୍କର ଉପଦେଶକୁ ଅବଜ୍ଞା କରନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ତାହାର ସମସ୍ତ ଗତି ସର୍ବଦା ଦୃଢ଼; ତୁମ୍ଭର ଶାସନ ତାହାର ଦୃଷ୍ଟିରୁ ଅତି ଊର୍ଦ୍ଧ୍ଵବର୍ତ୍ତୀ, ସେ ଆପଣାର ସମସ୍ତ ବିପକ୍ଷ ପ୍ରତି ଫୁତ୍କାର କରେ।

Gade chapit la Kopi

ଓଡିଆ ବାଇବେଲ

5 ତାହାର ସମସ୍ତ ଗତି ସର୍ବଦା ଦୃଢ଼; ମାତ୍ର ତୁମ୍ଭର ଶାସନ ତାହାର ଦୃଷ୍ଟିରୁ ଅତି ଊର୍ଦ୍ଧ୍ୱବର୍ତ୍ତୀ, ସେ ଆପଣାର ସମସ୍ତ ବିପକ୍ଷ ପ୍ରତି ଫୁତ୍କାର କରେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ତାହାର ସମସ୍ତ ଗତି ସର୍ବଦା ଦୃଢ଼; ମାତ୍ର ତୁମ୍ଭର ଶାସନ ତାହାର ଦୃଷ୍ଟିରୁ ଅତି ଊର୍ଦ୍ଧ୍ୱବର୍ତ୍ତୀ, ସେ ଆପଣାର ସମସ୍ତ ବିପକ୍ଷ ପ୍ରତି ଫୁତ୍କାର କରେ।

Gade chapit la Kopi




ଗୀତସଂହିତା 10:5
23 Referans Kwoze  

ମାତ୍ର ହେ ସଦପ୍ରଭୁ! ସେମାନଙ୍କୁ ଦଣ୍ଡ ଦେବାକୁ ତୁମ୍ଭର ହସ୍ତ ଉ‌‌‌ତ୍‌‌‌ଥିତ ହେବ, ତଥାପି ସେମାନେ ତାହା ଦେଖିବେ ନାହିଁ। ମାତ୍ର ଲୋକମାନଙ୍କ ପକ୍ଷରେ ତୁମ୍ଭର ଅତିଶୟ ପ୍ରେମକୁ ଦେଖି ସେମାନେ ଲଜ୍ଜିତ ହେବେ ଓ ତୁମ୍ଭର ଶତ୍ରୁଗଣ ଅଗ୍ନିରେ ଦ‌ଗ୍‌ଧିଭୂତ ହେବେ।


କିନ୍ତୁ ସଦାପ୍ରଭୁ କହନ୍ତି, “ଦୁଷ୍ଟ ଲୋକମାନେ ନିରୀହ ଲୋକଙ୍କଠାରୁ ଗ୍ଭେରାଇ ନିଅନ୍ତି। ସେମାନେ ଅସହାୟ ଲୋକଙ୍କଠାରୁ ଜିନିଷ ନେଇଯାଆନ୍ତି। କିନ୍ତୁ ମୁଁ ସେମାନଙ୍କ ଉଦ୍ଦେଶ୍ୟ ସଫଳ ହେବାକୁ ଦେବି ନାହିଁ ଓ ମୁଁ ସେହି ଦୁଃଖୀ ଲୋକଙ୍କୁ ରକ୍ଷା କରିବି।”


ସେମାନେ ବିନାଶ କରିବା ଓ କ୍ଳେଶ ଦେବା ପାଇଁ ସର୍ବତ୍ର ଯାଆନ୍ତି।


ଜଣେ ଜ୍ଞାନୀ ବ୍ୟକ୍ତି ଏହି ଜିନିଷଗୁଡ଼ିକୁ ବୁଝେ। ଜଣେ କର୍ମଠ ବ୍ୟକ୍ତି ଏହିସବୁ ଜିନିଷଗୁଡ଼ିକୁ ଶିକ୍ଷା କରିବା ଉଚିତ୍। ସଦାପ୍ରଭୁଙ୍କ ମାର୍ଗ ସର୍ବଦା ଠିକ୍। ଉତ୍ତମଲୋକ ସେହି ମାର୍ଗ ଦ୍ୱାରା ବଞ୍ଚିବେ ଓ ପାପୀମାନେ ତା’ ଦ୍ୱାରା ମୃତ୍ୟୁବରଣ କରିବେ।


ଗିବିୟାର ସମୟ ପରି ଇସ୍ରାଏଲୀୟମାନେ ଧ୍ୱଂସର ଗଭୀରତମ ସ୍ଥାନକୁ ଗ୍ଭଲି ଯାଇଛନ୍ତି। ସଦାପ୍ରଭୁ ସେମାନଙ୍କର ପାପକୁ ସ୍ମରଣ କରିବେ। ସେ ସେମାନଙ୍କ ପାପ ଲାଗି ଦଣ୍ତ ଦେବେ।


ତେଣୁ ସଦାପ୍ରଭୁ ତାଙ୍କର କ୍ରୋଧ ପ୍ରଚଣ୍ଡତା ଓ ଯୁଦ୍ଧର ପ୍ରବଳତା ସେମାନଙ୍କ ଉପରେ ଢାଳି ଦେଲେ। ଫଳରେ ତା'ର ଚତୁର୍ଦ୍ଦିଗରେ ଅଗ୍ନି ଜଳି ଉଠିଲା। ସେ କିନ୍ତୁ ଏସବୁ ଜାଣି ପାରିଲା ନାହିଁ। ଅଗ୍ନିରେ ଦ‌ଗ୍‌ଧିଭୂତ ହେଲା। ଏହା କାହିଁକି ଘଟିଲା ତଥାପି ସେ ମନୋଯୋଗ କଲା ନାହିଁ।


ତୁମ୍ଭେମାନେ କହିଅଛ, “ଆମ୍ଭେମାନେ ମୃତ୍ୟୁସହିତ ସନ୍ଧି କରିଅଛୁ ଓ ପାତାଳ ସହିତ ଚୁକ୍ତି କରିଅଛୁ। ତେଣୁ ଜଳ ପ୍ରଳୟରୂପୀ କୋରଡ଼ା ଆମ୍ଭମାନଙ୍କ ନିକଟକୁ ଆସିବ ନାହିଁ। କାରଣ ଆମ୍ଭେମାନେ ମିଥ୍ୟାର ଆଶ୍ରୟ ନେଇଅଛୁ ଓ ଅସତ୍ୟ ପଛରେ ନିଜକୁ ଲୁଗ୍ଭଇ ରଖିଅଛୁ।”


ଯେଉଁମାନେ ଅଧର୍ମ ବ୍ୟବସ୍ଥା କରନ୍ତି ସେ ଆଇନ ପ୍ରଣୟନକାରୀମାନଙ୍କୁ ଧ୍ୟାନ ଦିଅ। ଯେଉଁ ନିୟମ ପ୍ରଣୟନକାରୀ ଲୋକମାନଙ୍କର ଜୀବନକୁ କଷ୍ଟମୟ ଓ ଜଟିଳ କରିବା ପାଇଁ ଲେଖନ୍ତି। ସେମାନେ ସନ୍ତାପର ପାତ୍ର।


ତୁମ୍ଭେମାନେ ଭୋଜିର ଦ୍ରାକ୍ଷାରସ, ବୀଣା, ତବଲା ବଂଶୀ ଏବଂ ଅନ୍ୟାନ୍ୟ ବାଦ୍ୟଯନ୍ତ୍ର ରଖିଥାଅ। ମାତ୍ର ସଦାପ୍ରଭୁଙ୍କର କାର୍ଯ୍ୟ ଲକ୍ଷ୍ୟ କର ନାହିଁ। ସଦାପ୍ରଭୁଙ୍କର ହସ୍ତ ବହୁ ଜିନିଷ ତିଆରି କରିଛି ମାତ୍ର ତୁମ୍ଭେମାନେ ତାହା ଲକ୍ଷ୍ୟ କର ନାହିଁ। ତେଣୁ ଏହା ତୁମ୍ଭମାନଙ୍କ ପାଇଁ ସନ୍ତାପର କାରଣ ହେବ।


ମନ୍ଦ ଲୋକମାନଙ୍କ ପ୍ରତି ଈର୍ଷା କର ନାହିଁ। ସେମାନଙ୍କର ମଧ୍ୟ ସାଙ୍ଗ ହୁଅ ନାହିଁ।


ନୀଚସ୍ଥିତ ପାତାଳକୁ ତ୍ୟାଗ କରିବା ପାଇଁ ବୁଦ୍ଧିମାନ୍ ଲୋକଙ୍କ ନିମନ୍ତେ ଜୀବନର ପଥ ଊର୍ଦ୍ଧ୍ୱଗାମୀ।


ସେମାନଙ୍କର ରାସ୍ତା ମୋଡ଼ି ହେବା ଅବସ୍ଥା, ସେମାନଙ୍କର ରାସ୍ତା ବକ୍ର ଅଟେ।


ସେମାନେ ସତ୍ୟପଥ ପରିତ୍ୟାଗ କରି କୁପଥରେ ବାସ କରନ୍ତି।


ସମସ୍ତ ଧନ ଲୋଭୀର ଗତି ଏହିପରି। ତାହା ଧନର ଅଧିକାରୀମାନଙ୍କର ପ୍ରାଣ ନାଶ କରେ।


ସେହି ସମୟରେ ଜଣେ ଭବିଷ୍ୟ‌ଦ୍‌ବକ୍ତା ଇସ୍ରାଏଲ ରାଜାଙ୍କ ନିକଟକୁ ଆସି କହିଲେ, “ହେ ରାଜା ଆହାବ, ସଦାପ୍ରଭୁ ଏହା କୁହନ୍ତି, ‘ତୁମ୍ଭେ କ’ଣ ଏହି ବିପୁଳ ସୈନ୍ୟବାହିନୀ ଦେଖୁଛ? ମୁଁ ସଦାପ୍ରଭୁ, ତୁମ୍ଭରି ଦ୍ୱାରା ଏହାକୁ ପରାଜିତ କରାଇବି, ତାହାହେଲେ ତୁମ୍ଭେ ମୋତେ ସଦାପ୍ରଭୁ ବୋଲି ଜାଣିବ।’”


ଏହା ପରେ ରାଜା ଓ ତାଙ୍କର ଲୋକମାନେ ଯିରୁଶାଲମରେ ବାସ କରୁଥିବା ଯିବୂଷୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଗଲେ। ଏହି ଯିବୂଷୀୟମାନେ ଦାଉଦଙ୍କୁ କହିଲେ, “ତୁମ୍ଭେ ଏହି ସ୍ଥାନକୁ ଆସି ପାରିବ ନାହିଁ। ଏପରିକି ଆମ୍ଭମାନଙ୍କର ଅନ୍ଧ ଓ ଅର୍ଥବ ଲୋକମାନେ ତୁମ୍ଭକୁ ଅଟକାଇ ପାରିବେ।” ସେମାନେ ଏହି ଚିନ୍ତାଧାରା ପ୍ରକାଶ କଲେ ଯେ, ସେମାନଙ୍କର ନଗରରେ ପ୍ରବେଶ କରିବା ପାଇଁ ଦାଉଦ ଅକ୍ଷମ ହେବେ।


ତେଣୁ ସବୂଲ ତାଙ୍କୁ କହିଲା, “ତୁମ୍ଭେ ଏବେ କାହିଁକି ଦର୍ପ କରୁ ନାହଁ? ତୁମ୍ଭେ କହିଥିଲ, ‘ଅବୀମେଲକ୍ କିଏ ଯେ ଆମ୍ଭେ ନିଶ୍ଚିତ ତାହାର ସେବା କରିବୁ? ତୁମ୍ଭେ କ’ଣ ଏହି ସୈନ୍ୟମାନଙ୍କୁ ପରିହାସ କରି ନ ଥିଲ? ବର୍ତ୍ତମାନ ଯାଅ ଓ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କର।”


ଶିଖିମର ଲୋକମାନେ ସେମାନଙ୍କର ନିଜ କ୍ଷେତ୍ରରୁ ଦ୍ରାକ୍ଷାଫଳ ତୋଳିଲେ। ଦ୍ରାକ୍ଷାରସ ତିଆରି କରିବାକୁ ଦ୍ରାକ୍ଷାଫଳକୁ ସେମାନେ ଚିପୁଡ଼ିଲେ। ତା'ପରେ ସେମାନେ ସେମାନଙ୍କ ଦେବତାଙ୍କର ମନ୍ଦିରକୁ ଉତ୍ସବ ପାଳନ କରିବାକୁ ଗଲେ। ସେଠାରେ ସେମାନେ ନୈଶ ଭୋଜନ ଓ ପାନ କଲେ ଓ ଅବୀମେଲକକୁ ଶାପ ଦେଲେ।


ଦୁଷ୍ଟଲୋକ ଅଳ୍ପ ସମୟ ପାଇଁ ନିଜକୁ ନିର୍ଭର ଓ ନିରାପଦ ମଣେ। ସେମାନେ ଶକ୍ତିଶାଳୀ ହେବାକୁ ଚେଷ୍ଟା କରନ୍ତି।


ମୁଁ ଗର୍ବୀ ଓ ଲୋକମାନଙ୍କ ପ୍ରତି ଈର୍ଷାପରାୟଣ ହୋଇଗଲି, ଯେତେବେଳେ ସେମାନେ କୃତକାର୍ଯ୍ୟ ହେଉଥିବାର ଦେଖିଲି।


Swiv nou:

Piblisite


Piblisite