Biblia Todo Logo
Bib sou entènèt

- Piblisite -




ଗୀତସଂହିତା 10:13 - ପବିତ୍ର ବାଇବଲ

13 କାହିଁକି ଦୁଷ୍ଟ ଲୋକମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ଯାଆନ୍ତି? କାରଣ ସେମାନେ ଭାବନ୍ତି ଯେ, ସେ ତାଙ୍କୁ ଦଣ୍ଡ ଦେବେ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ଦୁଷ୍ଟଲୋକ କାହିଁକି ପରମେଶ୍ଵରଙ୍କୁ ଅବଜ୍ଞା କରେ ଓ ତୁମ୍ଭେ ଅନୁସନ୍ଧାନ କରିବ ନାହିଁ ବୋଲି ସେ ଆପଣା ମନେ ମନେ କହେ?

Gade chapit la Kopi

ଓଡିଆ ବାଇବେଲ

13 ଦୁଷ୍ଟଲୋକ କାହିଁକି ପରମେଶ୍ୱରଙ୍କୁ ଅବଜ୍ଞା କରେ ଓ “ତୁମ୍ଭେ ଅନୁସନ୍ଧାନ କରିବ ନାହିଁ” ବୋଲି ସେ ଆପଣା ମନେ ମନେ କହେ ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ଦୁଷ୍ଟ ଲୋକ କାହିଁକି ପରମେଶ୍ୱରଙ୍କୁ ଅବଜ୍ଞା କରେ ଓ “ତୁମ୍ଭେ ଅନୁସନ୍ଧାନ କରିବ ନାହିଁ” ବୋଲି ସେ ଆପଣା ମନେ ମନେ କହେ?

Gade chapit la Kopi




ଗୀତସଂହିତା 10:13
13 Referans Kwoze  

“ଯେତେବେଳେ କୌଣସି ଲୋକ ତୁମ୍ଭମାନଙ୍କ କଥା ଶୁଣେ, ସେ ପ୍ରକୃତରେ ମୋ’ କଥା ଶୁଣେ। ଯେତେବେଳେ ଜଣେ ତୁମ୍ଭମାନଙ୍କୁ ଗ୍ରହଣ କରିବାକୁ ମନା କରେ, ସେ ପ୍ରକୃତରେ ମୋତେ ଗ୍ରହଣ କରିବାକୁ ମନା କରିଦିଏ ଏବଂ ଯେତେବେଳେ ଜଣେ ମୋତେ ଗ୍ରହଣ କରିବାକୁ ମନା କରେ, ସେ ପ୍ରକୃତରେ ମୋତେ ପଠାଇଥିବା ପରମେଶ୍ୱରଙ୍କୁ ଗ୍ରହଣ କରିବାକୁ ମନା କରିଦିଏ।”


ଅନନ୍ତର ସଦାପ୍ରଭୁ, ଶତ୍ରୁମାନେ ତୁମ୍ଭର ନାମକୁ ଅପମାନିତ କରିଥିବା କଥାଗୁଡ଼ିକ ମନେ ପକାଅ ଯେ, କିପରି ସେହି ମୂର୍ଖ ଲୋକମାନେ ତୁମ୍ଭରି ନାମକୁ ଅପମାନିତ କଲେ।


ହେ ପରମେଶ୍ୱର, ଶତ୍ରୁମାନେ କେତେକାଳ ତୁମ୍ଭର ନିନ୍ଦା କରିବେ? ତୁମ୍ଭେ ଚିରଦିନ କ’ଣ ତୁମ୍ଭର ଶତ୍ରୁମାନଙ୍କୁ ଅପମାନ କରିବା ପାଇଁ ସୁଯୋଗ ଦେବ?


ରାଜା ଯୋୟାଶଙ୍କ ପ୍ରତି ଯିହୋୟାଦା ଯେଉଁ ଦୟା କରିଥିଲେ, ତାହାକୁ ସ୍ମରଣ କଲେ ନାହିଁ। ଯିହୋୟାଦା ଜିଖରିୟଙ୍କ ପିତା ଥିଲେ। କିନ୍ତୁ ଯୋୟାଶ୍, ଯିହୋୟାଦାଙ୍କ ପୁତ୍ର ଯିଖରିୟଙ୍କୁ ହତ୍ୟା କଲେ। ଜିଖରିୟ ମୃତ୍ୟୁ ଭୋଗ କରିବା ପୂର୍ବରୁ ଏହିକଥା କହିଲେ, “ତୁମ୍ଭେମାନେ ଯାହା କହୁଅଛ, ସଦାପ୍ରଭୁ ତାହା ଦେଖନ୍ତୁ ଓ ତୁମ୍ଭମାନଙ୍କୁ ଦଣ୍ଡ ଦିଅନ୍ତୁ!”


ତୁମ୍ଭେ ସମ୍ପୂର୍ଣ୍ଣ ଏକ ମାସ ମାଂସ ଭକ୍ଷ୍ୟଣ କରିବ। ତୁମ୍ଭେ ମାଂସକୁ ଭକ୍ଷ୍ୟଣ କରିବ, ଘୃଣାଯୋଗ୍ୟ ନ ହେବା ପର୍ଯ୍ୟନ୍ତ। ଆଉ ଯେପର୍ଯ୍ୟନ୍ତ ତାହା ତୁମ୍ଭମାନଙ୍କ ନାସିକାରୁ ନିର୍ଗତ ନ ହୁଏ। କାରଣ ତୁମ୍ଭେମାନେ ସଦାପ୍ରଭୁଙ୍କୁ ପ୍ରତ୍ୟାଖ୍ୟାନ କରିଛ, ଯିଏ ତୁମ୍ଭ ସହିତ ଅଛନ୍ତି ଏବଂ ତୁମ୍ଭେମାନେ ତାଙ୍କଠାରେ ଆପତ୍ତି କରିବ ଏହା କହି, ‘ଆମ୍ଭେମାନେ କାହିଁକି ମିଶରରୁ ବାହାରି ଆସିଲୁ?‌’”


ମୁଁ ରକ୍ତ ପାତ ଦ୍ୱାରା ଦଣ୍ଡିତ କରିବି, ତାହା ପ୍ରାଣୀ ଦ୍ୱାରା ହେଉ ବା ଲୋକମାନଙ୍କ ଦ୍ୱାରା। ଯଦି ଲୋକମାନେ ପରସ୍ପରକୁ ହତ୍ୟା କରନ୍ତି, ମୁଁ ରକ୍ତପାତ ଦ୍ୱାରା ଦଣ୍ଡିତ କରିବି।


ଅତଏବ ଯେଉଁ ଲୋକ ଏହି ଶିକ୍ଷାକୁ ଅବମାନନା କରେ, ସେ ପରମେଶ୍ୱରଙ୍କ ଅବମାନନା କରେ, ମଣିଷକୁ ନୁହେଁ। ପରମେଶ୍ୱର ତାଙ୍କର ପବିତ୍ରଆତ୍ମା ତୁମ୍ଭମାନଙ୍କୁ ପ୍ରଦାନ କରି ଥା’ନ୍ତି।


ରୁବେନ୍ ସେମାନଙ୍କୁ କହିଲା, “ମୁଁ କହିଥିଲି ତୁମ୍ଭେ ତା'ର କିଛି କ୍ଷତି କର ନାହିଁ। କିନ୍ତୁ ତୁମ୍ଭେମାନେ ସେତେବେଳେ ମୋ’ କଥା ଶୁଣିଲ ନାହିଁ। ସେଥିପାଇଁ ଆମ୍ଭେମାନେ ଦଣ୍ଡ ଭୋଗୁଅଛୁ।”


ଏଥିପାଇଁ ତୁମ୍ଭେ ସାବଧାନ ହେବ। ସେହି ଦେଶୀୟ ଲୋକମାନଙ୍କ ଦେବତାଗଣର ପଶ୍ଚା‌ଦ୍‌ଗାମୀ ହୋଇ ସେବା କରିବା ନିମନ୍ତେ ଆଜି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କଠାରୁ ଯାହାର ହୃଦୟ ବିମୁଖ ହୁଏ, ଏପରି କୌଣସି ପୁରୁଷ, କି ସ୍ତ୍ରୀ, ପରିବାର କି ବଂଶ ଯେମନ୍ତ ତୁମ୍ଭମାନଙ୍କ ମଧ୍ୟରେ ନ ରହେ, ଯେମନ୍ତ ବିଷ ଓ ନାଗଦଅଣାର ମୂଳ ତୁମ୍ଭମାନଙ୍କ ମଧ୍ୟରେ ନ ରହେ।


ସହରରେ ମରୁଥିବା ମନୁଷ୍ୟମାନଙ୍କ କାନ୍ଦଣା ତୁମ୍ଭେ ନିଶ୍ଚୟ ଶୁଣିପାରୁଥିବ। ସେହି ଦୁଃଖୀ ମନୁଷ୍ୟମାନଙ୍କର ସାହାଯ୍ୟ ପାଇଁ ଆର୍ତ୍ତ ଚିତ୍କାର, ପରମେଶ୍ୱର କାନରେ ଶୁଣି ପାରନ୍ତି ନାହିଁ।


ଦୁଷ୍ଟଲୋକ ଅଳ୍ପ ସମୟ ପାଇଁ ନିଜକୁ ନିର୍ଭର ଓ ନିରାପଦ ମଣେ। ସେମାନେ ଶକ୍ତିଶାଳୀ ହେବାକୁ ଚେଷ୍ଟା କରନ୍ତି।


Swiv nou:

Piblisite


Piblisite