Biblia Todo Logo
Bib sou entènèt

- Piblisite -




ଗୀତସଂହିତା 1:6 - ପବିତ୍ର ବାଇବଲ

6 କାରଣ ସଦାପ୍ରଭୁ କେବଳ ଧାର୍ମିକ ବ୍ୟକ୍ତିମାନଙ୍କୁ ରକ୍ଷା କରନ୍ତି, ଦୁଷ୍ଟ ଲୋକମାନଙ୍କର କାର୍ଯ୍ୟ ବିନଷ୍ଟ କରନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 କାରଣ ସଦାପ୍ରଭୁ ଧାର୍ମିକମାନଙ୍କ ପଥ ଜାଣନ୍ତି; ମାତ୍ର ଦୁଷ୍ଟମାନଙ୍କ ପଥ ବିନଷ୍ଟ ହେବ।

Gade chapit la Kopi

ଓଡିଆ ବାଇବେଲ

6 କାରଣ ସଦାପ୍ରଭୁ ଧାର୍ମିକମାନଙ୍କ ପଥ ଜାଣନ୍ତି; ମାତ୍ର ଦୁଷ୍ଟମାନଙ୍କ ପଥ ବିନଷ୍ଟ ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 କାରଣ ସଦାପ୍ରଭୁ ଧାର୍ମିକମାନଙ୍କ ପଥ ଜାଣନ୍ତି; ମାତ୍ର ଦୁଷ୍ଟମାନଙ୍କ ପଥ ବିନଷ୍ଟ ହେବ।

Gade chapit la Kopi




ଗୀତସଂହିତା 1:6
17 Referans Kwoze  

ସେହି ବାକ୍ୟଗୁଡ଼ିକ ସେହି ମୂଳଦୁଆ ଉପରେ ଲେଖା ହୋଇଛି: “ଯେଉଁମାନେ ପ୍ରଭୁଙ୍କର ଲୋକ, ସେମାନଙ୍କୁ ପ୍ରଭୁ ଜାଣନ୍ତି।” ନିୟମ ଲିଖିତ ଶବ୍ଦଗୁଡ଼ିକ ମଧ୍ୟ ମୂଳଦୁଆ ଉପରେ ଲେଖାଯାଇଛି: “ଯେଉଁ ଲୋକ ଦାବୀ କରେ ଯେ ସେ ପ୍ରଭୁଙ୍କୁ ବିଶ୍ୱାସ କରେ, ସେ ମନ୍ଦ କାମ ନ କରୁ।”


“ମୁଁ ମେଷପାଳକ ଯିଏ କି ମେଷମାନଙ୍କର ଯତ୍ନ ନିଏ। ମୁଁ ମୋର ମେଣ୍ଢାକୁ ଜାଣେ ଯେପରି, ପରମପିତା ମୋତେ ଜାଣନ୍ତି।


ଦୁଷ୍ଟର ଗତି ସଦାପ୍ରଭୁଙ୍କର ଘୃଣା ବିଷୟ। ମାତ୍ର ଧାର୍ମିକତାର ଅନୁଗାମୀକି ସେ ପ୍ରେମ କରନ୍ତି।


ସଦାପ୍ରଭୁ ସର୍ବମଙ୍ଗଳମୟ। ଦୁଃଖ ସମୟରେ ସେ ହେଉଛନ୍ତି ଏକମାତ୍ର ନିରାପଦ ସ୍ଥାନ। ଯିଏ ତାଙ୍କଠାରେ ଆଶ୍ରୟ ନିଏ, ସେ ତା'ର ଯତ୍ନ ନିଅନ୍ତି।


ସଦାପ୍ରଭୁ ଆମ୍ଭ ଦେଶରେ ରହୁଥିବା ବିଦେଶୀମାନଙ୍କୁ ରକ୍ଷା କରନ୍ତି। ସେ ପିତୃହୀନ ଓ ବିଧବାଙ୍କର ଯତ୍ନ ନିଅନ୍ତି, ମାତ୍ର ସେ ଦୁଷ୍ଟମାନଙ୍କୁ ଧ୍ୱଂସ କରନ୍ତି।


ମୋ’ ସ୍ୱର ମୋ’ ମେଷମାନେ ଶୁଣନ୍ତି। ମୁଁ ସେମାନଙ୍କୁ ଜାଣେ ଓ ସେମାନେ ମୋତେ ଅନୁସରଣ କରନ୍ତି।


ମନୁଷ୍ୟର ଦୃଷ୍ଟିରେ ଯେକୌଣସି ପଥ ସରଳ ଦେଖାଯାଏ ତାହା ଶେଷରେ ମୃତ୍ୟୁର ପଥ ହୋଇଥାଏ।


“ସ୍ୱର୍ଗ ପଥରେ କଢ଼ାଇ ନେଉଥିବା ଅଣଓସାରିଆ ଫାଟକ ଦେଇ ପ୍ରବେଶ କର। କାରଣ ଓସାରିଆ ଫାଟକ ଓ ପ୍ରଶସ୍ତ ରାସ୍ତା ନର୍କ ଆଡ଼କୁ ଯାଏ। ବହୁତ ଲୋକ ସେହି ରାସ୍ତାରେ ଯାଆନ୍ତି।


ପରମେଶ୍ୱର ମୋତେ ଜାଣନ୍ତି। ସେ ମୋତେ ପରୀକ୍ଷା କରୁଛନ୍ତି, ଶେଷରେ ସେ ଦେଖିବେ ମୁଁ ସୁନାପରି ଖାଣ୍ଟି।


ଆଶା ଛାଡ଼ିଦେବା ପାଇଁ ମୁଁ ପ୍ରସ୍ତୁତ ଅଟେ। କିନ୍ତୁ ସଦାପ୍ରଭୁ, ତୁମ୍ଭେ ଜାଣ ଯେଉଁ ପଥ ଉପରେ ମୁଁ ଅଛି, ମୋର ଶତ୍ରୁଗଣ ମୋ’ ପାଇଁ ଫାନ୍ଦ ବସାଇଅଛନ୍ତି।


କିନ୍ତୁ ଏହି ଭଣ୍ଡ ଶିକ୍ଷକମାନ ନିଜେ ବୁଝି ନ ଥିବା ବିଷୟ ଗୁଡ଼ିକ ସମ୍ବନ୍ଧରେ ମନ୍ଦକଥା କୁହନ୍ତି। ଏହି ଭଣ୍ଡ ଶିକ୍ଷକମାନେ ଚିନ୍ତା କରିବାର ଶକ୍ତି ନ ଥିବା ପଶୁ ଭଳି ଆଚରଣ କରନ୍ତି, ପୁଣି ବନ୍ୟ ପଶୁମାନଙ୍କ ପରି ଧରାଯାଇ ମରା ଯିବା ନିମନ୍ତେ ଜନ୍ମ ହୋଇଛନ୍ତି। ସେହି ପଶୁମାନଙ୍କ ଭଳି ଏହି ଭଣ୍ଡଶିକ୍ଷକମାନେ ମଧ୍ୟ ନଷ୍ଟ ହେବେ।


ଦୁଷ୍ଟ ଲୋକ ଏହା ଦେଖି କ୍ରୋଧ କରିବେ। ସେମାନେ ରାଗରେ ଦାନ୍ତ କଡ଼ମଡ଼ କରିବେ। କିନ୍ତୁ ଏହା ପରେ ସେମାନେ ଅଦୃଶ୍ୟ ହେବେ। ଦୁଷ୍ଟ ଲୋକମାନଙ୍କର ଇଚ୍ଛା କଦାପି ପୂର୍ଣ୍ଣ ହେବ ନାହିଁ।


ଶତ୍ରୁମାନେ ନିଶ୍ଚିହ୍ନ ହୋଇଛନ୍ତି। ହେ ସଦାପ୍ରଭୁ, ତୁମ୍ଭେ ସେମାନଙ୍କର ନଗରକୁ ଧ୍ୱଂସ କରିଛ। ବର୍ତ୍ତମାନ କେବଳ ଭଙ୍ଗା ଅଟ୍ଟାଳିକାର ଧ୍ୱଂସାବଶେଷ ବିଦ୍ୟମାନ। ଆଜି ସେମାନଙ୍କୁ ମନେ ପକାଇବା ପାଇଁ କିଛି ଅବଶେଷ ବାକିରହି ନାହିଁ।


ସଦାପ୍ରଭୁ ତାଙ୍କର ପବିତ୍ର ଭକ୍ତମାନଙ୍କୁ ସୁରକ୍ଷା କରନ୍ତି। ସେ ସେମାନଙ୍କୁ ଝୁଣ୍ଟିବାରୁ ରକ୍ଷା କରନ୍ତି। କିନ୍ତୁ ମନ୍ଦ ଲୋକମାନେ ଅନ୍ଧକାରରେ ଝୁଣ୍ଟିପଡ଼ନ୍ତି ଓ ଧ୍ୱଂସ ହୁଅନ୍ତି। ସେମାନଙ୍କର ଶକ୍ତି ସେମାନଙ୍କୁ ରକ୍ଷା କରିବା ପାଇଁ ସାହାଯ୍ୟ କରେ ନାହିଁ।


ମୋର ଚତୁର୍ପାର୍ଶ୍ୱରେ କୌଣସି ବନ୍ଧୁଙ୍କୁ ପାଉ ନାହିଁ। ମୋତେ କେଉଁଠାକୁ ରକ୍ଷା ପାଇବାକୁ ଦୌଡ଼ି ଯିବାକୁ ସ୍ଥାନ ନାହିଁ। କୌଣସି ଲୋକ ମୋତେ ରକ୍ଷା କରିବା ପାଇଁ ଚେଷ୍ଟା କରନ୍ତି ନାହିଁ।


Swiv nou:

Piblisite


Piblisite