Biblia Todo Logo
Bib sou entènèt

- Piblisite -




ହିତୋପଦେଶ 8:9 - ପବିତ୍ର ବାଇବଲ

9 ଯେ ତାହା ସବୁ ବୁଝେ ସେସବୁ ତା’ ପାଇଁ ସ୍ପଷ୍ଟ। ଯେଉଁ ବ୍ୟକ୍ତିର ଜ୍ଞାନ ଅଛି, ସେ ସବୁ ବୁଝେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ଯେ ତାହା ବୁଝେ, ତାହା ପ୍ରତି ସେସବୁ ସ୍ପଷ୍ଟ; ପୁଣି, ବିଦ୍ୟାପ୍ରାପ୍ତ ଲୋକଙ୍କ ପ୍ରତି ତାହା ଯଥାର୍ଥ ଅଟେ।

Gade chapit la Kopi

ଓଡିଆ ବାଇବେଲ

9 ଯେ ତାହା ବୁଝେ, ତାହା ପ୍ରତି ସେହିସବୁ ସ୍ପଷ୍ଟ; ପୁଣି, ବିଦ୍ୟାପ୍ରାପ୍ତ ଲୋକଙ୍କ ପ୍ରତି ତାହା ଯଥାର୍ଥ ଅଟେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ଯେ ତାହା ବୁଝେ, ତାହା ପ୍ରତି ସେହି ସବୁ ସ୍ପଷ୍ଟ; ପୁଣି, ବିଦ୍ୟାପ୍ରାପ୍ତ ଲୋକଙ୍କ ପ୍ରତି ତାହା ଯଥାର୍ଥ ଅଟେ।

Gade chapit la Kopi




ହିତୋପଦେଶ 8:9
17 Referans Kwoze  

ନିନ୍ଦୁକମାନେ ଜ୍ଞାନ ଲୋଡ଼ିଲେ ପାଆନ୍ତି ନାହିଁ, ମାତ୍ର ବୁଦ୍ଧିମାନ୍ ପାଇଁ ବିଦ୍ୟା ସହଜ ଅଟେ।


କିନ୍ତୁ ତୁମ୍ଭ ଭିତରୁ ଯଦି କେହି ଜ୍ଞାନର ଆବଶ୍ୟକ କରେ, ତା'ହେଲେ ତୁମ୍ଭେ ଏହା ପରମେଶ୍ୱରଙ୍କୁ ମାଗିବା ଉଚିତ୍। ପରମେଶ୍ୱର ଅତ୍ୟନ୍ତ ଦୟାଳୁ ଅଟନ୍ତି। ସେ ସମସ୍ତଙ୍କୁ ଜ୍ଞାନ ଦେବାରେ ଆନନ୍ଦ ଅନୁଭବ କରନ୍ତି। ଅତଏବ ପରମେଶ୍ୱର ତୁମ୍ଭକୁ ଜ୍ଞାନ ଦେବେ।


ପରମେଶ୍ୱର ଯାହା ଗ୍ଭହାନ୍ତି ଯଦି କୌଣସି ବ୍ୟକ୍ତି ସେହି ଅନୁଯାୟୀ କାର୍ଯ୍ୟ କରେ, ମୋର ଉପଦେଶ ପରମେଶ୍ୱରଙ୍କଠାରୁ ଆସିଛି ନା ନାହିଁ, ତାହା ସେ ଜାଣି ପାରିବ। ସେ ବ୍ୟକ୍ତି ଜାଣି ପାରିବ ଯେ ଏ ଉପଦେଶ ମୋ’ ନିଜର ନୁହେଁ।


ଭାବବାଣୀରେ ଏହିପରି ଲେଖା ଅଛି: ‘ପରମେଶ୍ୱର ଲୋକମାନଙ୍କୁ ଶିକ୍ଷା ଦେବେ।’ ଲୋକମାନେ ପରମପିତାଙ୍କ କଥା ଶୁଣନ୍ତି, ଓ ତାହାଙ୍କଠାରୁ ଶିକ୍ଷା ପାଆନ୍ତି। ତା'ପରେ ମୋ’ ପାଖକୁ ସେ ଲୋକମାନେ ଆସନ୍ତି।


ନୀଚସ୍ଥିତ ପାତାଳକୁ ତ୍ୟାଗ କରିବା ପାଇଁ ବୁଦ୍ଧିମାନ୍ ଲୋକଙ୍କ ନିମନ୍ତେ ଜୀବନର ପଥ ଊର୍ଦ୍ଧ୍ୱଗାମୀ।


ହେ ଯାକୁବ ବଂଶ, ଆମ୍ଭେ ଏହିସବୁ ନିଶ୍ଚୟ କହିବା। କାରଣ ତୁମ୍ଭେମାନେ ଯେଉଁ ମନ୍ଦକାର୍ଯ୍ୟ କରିଛ, ସେଥିପାଇଁ ସଦାପ୍ରଭୁ ତାଙ୍କର ଧୈର୍ଯ୍ୟ ହରାଇଛନ୍ତି। ତୁମ୍ଭେ ଯଦି ଉଚିତ୍ କର୍ମ କରିବ, ଆମ୍ଭର ବାକ୍ୟ ତୁମ୍ଭ ପାଇଁ ମଙ୍ଗଳକର ହେବ।


ପୁଣି ସେତେବେଳେ ସେଠାରେ ରାଜଦଣ୍ଡ ଓ ପଥ ହେବ ଯାହାକି “ପବିତ୍ରତାର ପଥ” ବୋଲି ବିଖ୍ୟାତ ହେବ। ତାହା ଉପରେ କେବଳ ଧାର୍ମିକମାନେ ଗମନ କରିବେ। କୌଣସି ଅଶୁଚି, ମନ୍ଦାଗ୍ଭରୀ ଓ ଅଜ୍ଞାନୀମାନେ ସେ ପଥରେ ଯିବେ ନାହିଁ।


ବୁଦ୍ଧିମାନର ମନ ଜ୍ଞାନ ଉପାର୍ଜନ କରେ। ପୁଣି ଜ୍ଞାନୀର କର୍ଣ୍ଣ ଜ୍ଞାନ ଶୁଣିବାକୁ ଆଗ୍ରହ ପ୍ରକାଶ କରେ।


ବୁଦ୍ଧିମାନର ସମ୍ମୁଖରେ ଜ୍ଞାନ ଥାଏ। ମାତ୍ର ମୂର୍ଖର ଦୃଷ୍ଟି ପୃଥିବୀର ପ୍ରାନ୍ତରେ ଥାଏ।


ବୁଦ୍ଧିମାନର ମନ ଜ୍ଞାନ ଲୋଡ଼େ। ମାତ୍ର ମୂର୍ଖମାନଙ୍କର ମୁଖ ଅଜ୍ଞାନତା ଆହାର କରେ।


ଯେଉଁ ଲୋକ ଜ୍ଞାନ ପାଏ ଓ ବୁଦ୍ଧି ଲାଭ କରେ ସେ ଧନ୍ୟ।


Swiv nou:

Piblisite


Piblisite