Biblia Todo Logo
Bib sou entènèt

- Piblisite -




ହିତୋପଦେଶ 4:9 - ପବିତ୍ର ବାଇବଲ

9 ଜ୍ଞାନ ତୁମ୍ଭ ମସ୍ତକରେ ଅନୁଗ୍ରହରୂପକ ମୁକୁଟ ପିନ୍ଧାଇ ଦେବ। ସେ ତୁମ୍ଭକୁ ଶୋଭାର ମୁକୁଟ ଅର୍ପଣ କରିବ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ସେ ତୁମ୍ଭ ମସ୍ତକରେ ଅନୁଗ୍ରହରୂପ ଭୂଷଣ ଦେବ; ସେ ତୁମ୍ଭକୁ ଶୋଭାର ମୁକୁଟ ଅର୍ପଣ କରିବ।

Gade chapit la Kopi

ଓଡିଆ ବାଇବେଲ

9 ସେ ତୁମ୍ଭ ମସ୍ତକରେ ଅନୁଗ୍ରହରୂପ ଭୂଷଣ ଦେବ; ସେ ତୁମ୍ଭକୁ ଶୋଭାର ମୁକୁଟ ଅର୍ପଣ କରିବ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ସେ ତୁମ୍ଭ ମସ୍ତକରେ ଅନୁଗ୍ରହରୂପ ଭୂଷଣ ଦେବ; ସେ ତୁମ୍ଭକୁ ଶୋଭାର ମୁକୁଟ ଅର୍ପଣ କରିବ।”

Gade chapit la Kopi




ହିତୋପଦେଶ 4:9
12 Referans Kwoze  

ତୁମ୍ଭର ପିତା ଓ ମାତା, ଯାହାକିଛି ଶିକ୍ଷା ଦିଅନ୍ତି, ସେହି ବାକ୍ୟଗୁଡ଼ିକ ତୁମ୍ଭର ପାଇଁ ଆଶୀର୍ବାଦ ଫୁଲମାଳ ପରି ଅଟେ ଏବଂ ତୁମ୍ଭର ଗଳା ପାଇଁ ହାର ଅଟେ।


ଯେତେବେଳେ ମୁଖ୍ୟ ମେଷପାଳକ ଆସିବେ, ସେତେବେଳେ ତୁମ୍ଭେ ମୁକୁଟ ପାଇବ। ସେହି ମୁକୁଟଟି ଅତ୍ୟନ୍ତ ଗୌରବମୟ ହୋଇଥିବ ଓ ଏହା କେବେ ହେଲେ ନିଜର ସୌନ୍ଦର୍ଯ୍ୟ ହରାଇବ ନାହିଁ।


ସେଦିନ ସର୍ବଶକ୍ତିମାନ ସଦାପ୍ରଭୁ ଅବଶିଷ୍ଟାଂଶ ଲୋକମାନଙ୍କ ପାଇଁ “ବହୁତ ସୁନ୍ଦର ମୁକୁଟ” ସଦୃଶ ହେବେ।


ପାଚିଲା କେଶ ଶୋଭାଜନକ ମୁକୁଟ। ତାହା ଧର୍ମ ପଥରେ ପ୍ରାପ୍ତ ହୁଏ।


“ଯେ ବିଜୟୀ ହୁଏ, ମୁଁ ତାହାକୁ ମୋ’ ସହିତ ସିଂହାସନରେ ବସାଇବି। ଯେପରି ମୁଁ ବିଜୟୀ ହୋଇ ମୋର ପରମପିତାଙ୍କ ସହ ତାହାଙ୍କ ସିଂହାସନରେ ବସିଥିଲି, ସେ ସେହିପରି ମୋ’ ସହିତ ବସିବ।


ତୁମ୍ଭର ସୌନ୍ଦର୍ଯ୍ୟ ଅନ୍ତରରୁ ବାହାରି ନମ୍ର ଓ ଶାନ୍ତ ଗୁଣର ପରିଚୟ ଦେବା ଉଚିତ୍। ଏହି ସୌନ୍ଦର୍ଯ୍ୟ କେବେ ହେଲେ ସମାପ୍ତ ହେବ ନାହିଁ। ପରମେଶ୍ୱର ଏହାକୁ ସବୁଠାରୁ ମୂଲ୍ୟବାନ୍ ମନେ କରନ୍ତି।


ତାହା ତୁମ୍ଭ ପ୍ରାଣର ଜୀବନ ଓ କଣ୍ଠର ଭୂଷଣ ହେବ।


ହେ ମୋର ପୁତ୍ର, ମୋର କଥା ଶୁଣ, ମୋର କଥାମାନ ଗ୍ରହଣ କର, ତହିଁରେ ତୁମ୍ଭେ ଦୀର୍ଘାୟୁ ହେବ।


ଏହା ବ୍ୟତୀତ ତୁମ୍ଭେ ମାଗି ନ ଥିବା ଜିନିଷ ଆମ୍ଭେ ତୁମ୍ଭକୁ ଦେବା। ଆମ୍ଭେ ତୁମ୍ଭକୁ ପ୍ରଚୁର ସମ୍ପତ୍ତି ଓ ସମ୍ମାନ ଦେବା ଯେ ତୁମ୍ଭ ଜୀବନ କାଳରେ ପୃଥିବୀରେ କେହି ତୁମ୍ଭ ସମାନ ହେବେ ନାହିଁ।


ଅନଭିଜ୍ଞ ଲୋକମାନେ ନିର୍ବୋଧ ହୋଇ ରହିବେ। କିନ୍ତୁ ଜ୍ଞାନୀ ଲୋକମାନେ ଜ୍ଞାନରେ ବିଭୂଷିତ ହେବେ।


Swiv nou:

Piblisite


Piblisite