Biblia Todo Logo
Bib sou entènèt

- Piblisite -




ହିତୋପଦେଶ 4:3 - ପବିତ୍ର ବାଇବଲ

3 ଏକଦା ମୁଁ ମଧ୍ୟ ମୋର ପିତାଙ୍କର ଗୋଟିଏ ପୁତ୍ର ଥିଲି। ମୁଁ ମୋ’ ମାଙ୍କର ସୁକୁମାର ଏବଂ ଏକ ମାତ୍ର ପୁତ୍ର ଥିଲି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ମୁଁ ଆପଣା ପିତାଙ୍କର ପୁଅଟିଏ ଥିଲି, ପୁଣି ମାତାଙ୍କ ଦୃଷ୍ଟିରେ କୋମଳ ଓ ଏକମାତ୍ର ପ୍ରିୟ ଥିଲି।

Gade chapit la Kopi

ଓଡିଆ ବାଇବେଲ

3 ମୁଁ ଆପଣା ପିତାଙ୍କର ପୁଅଟିଏ ଥିଲି, ପୁଣି, ମାତାଙ୍କ ଦୃଷ୍ଟିରେ କୋମଳ ଓ ଏକମାତ୍ର ପ୍ରିୟ ଥିଲି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ମୁଁ ଆପଣା ପିତାଙ୍କର ପୁଅଟିଏ ଥିଲି, ପୁଣି, ମାତାଙ୍କ ଦୃଷ୍ଟିରେ କୋମଳ ଓ ଏକମାତ୍ର ପ୍ରିୟ ଥିଲି।

Gade chapit la Kopi




ହିତୋପଦେଶ 4:3
8 Referans Kwoze  

ଦାଉଦ କହିଲେ, “ଆମ୍ଭେମାନେ ସଦାପ୍ରଭୁଙ୍କ ନିମନ୍ତେ ଏକ ବିଶାଳ ମନ୍ଦିର ନିର୍ମାଣ କରିବା। କିନ୍ତୁ ମୋ’ ପୁଅ ଶଲୋମନ ଅଳ୍ପ ବୟସ୍କ ଅଟେ ଓ ଯେଉଁସବୁ ବିଷୟ ସେ ଜାଣିବା ଆବଶ୍ୟକ, ସେ ଏପର୍ଯ୍ୟନ୍ତ ତାହା ଶିକ୍ଷା କରି ନାହିଁ। ସଦାପ୍ରଭୁଙ୍କ ମନ୍ଦିର ଅତି ବିରାଟ ହେବା ଆବଶ୍ୟକ। ତାହାର ବିଶାଳତା ଓ ସୌନ୍ଦର୍ଯ୍ୟ ସକାଶେ ତାହା ସମସ୍ତ ଦେଶରେ ବିଖ୍ୟାତ ହେବା ଆବଶ୍ୟକ, ସେଥିନିମନ୍ତେ ସଦାପ୍ରଭୁଙ୍କର ମନ୍ଦିର ନିର୍ମାଣ ପାଇଁ ମୁଁ ଯୋଜନା ପ୍ରସ୍ତୁତ କରିବି।” ତେଣୁ ଦାଉଦ ତାଙ୍କର ମୃତ୍ୟୁ ପୂର୍ବରୁ ମନ୍ଦିର ନିର୍ମାଣ କରିବା ନିମନ୍ତେ ଅନେକ ଯୋଜନା ପ୍ରସ୍ତୁତ କଲେ।


ନିଜ ଭିତରେ ମିଳିମିଶି ଶାନ୍ତିରେ ରୁହ। ଗର୍ବ କର ନାହିଁ। ଯେଉଁମାନେ ଅନ୍ୟମାନଙ୍କ ଦୃଷ୍ଟିରେ ମହତ୍ତ୍ୱପୂର୍ଣ୍ଣ ନୁହନ୍ତି, ସେମାନଙ୍କ ସହିତ ସାଙ୍ଗ ହେବା ପାଇଁ ଇଚ୍ଛୁକ ହୁଅ। ନିଜକୁ ବୁଦ୍ଧିମାନ ବୋଲି ଭାବ ନାହିଁ।


ଏକତ୍ରିତ ହୋଇଥିବା ଇସ୍ରାଏଲର ସମସ୍ତ ଲୋକଙ୍କୁ ରାଜା ଦାଉଦ କହିଲେ, “ପରମେଶ୍ୱର ମୋର ପୁତ୍ର ଶଲୋମନକୁ ମନୋନୀତ କରିଅଛନ୍ତି। ଶଲୋମନ ଅଳ୍ପବୟସ୍କ ଅଟେ ଓ ଏହି କାର୍ଯ୍ୟ ନିମନ୍ତେ ଯେଉଁ ସମସ୍ତ ବିଷୟ ଆବଶ୍ୟକ, ସେ ତାହା ଜାଣେ ନାହିଁ? କିନ୍ତୁ ଏହି କାର୍ଯ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହି ମନ୍ଦିର ଲୋକମାନଙ୍କ ନିମନ୍ତେ ନୁହେଁ, ଏହି ମନ୍ଦିର ସଦାପ୍ରଭୁ ପରମେଶ୍ୱରଙ୍କ ନିମନ୍ତେ ଅଟେ।


ଆମ୍ଭେ ଦାଉଦ ପରିବାର ଓ ଯିରୁଶାଲମ ନିବାସୀଙ୍କ ଉପରେ ଦୟା ଓ ବିନତିର ଆତ୍ମା ବୃଷ୍ଟି କରିବା। ସେମାନେ ଆମ୍ଭକୁ ଦେଖିବେ, ଯାହାକୁ ସେମାନେ ବିଦ୍ଧ କଲେ। ଏବଂ ସେମାନେ ଶୋକ କରିବେ। ସେମାନେ ଏପରି ଶୋକ କରିବେ ଯେ, ନିଜର ଏକମାତ୍ର ପୁତ୍ରର ମୃତ୍ୟୁରେ ଜଣେ ଯେପରି ଶୋକ କରେ। ସେମାନେ ବ୍ୟାକୁଳ ହୋଇ କାନ୍ଦିବେ, ଯେପରି ଜଣେ ଜ୍ୟେଷ୍ଠପୁତ୍ରର ମୃତ୍ୟୁରେ କାନ୍ଦନ୍ତି।


ହେ ସଦାପ୍ରଭୁ, ମୁଁ ଜାଣେ, ମନୁଷ୍ୟ ତା'ର ନିଜର ଭାଗ୍ୟକୁ ନିୟନ୍ତ୍ରଣ କରି ପାରିବ ନାହିଁ। ସେ କହିପାରେ ନାହିଁ, ତା’ ପାଇଁ କ’ଣ ଘଟିବ। ସେ ପ୍ରକୃତ ନ୍ୟାୟ ଓ ଧର୍ମରେ ବଞ୍ଚିବା ଜାଣୁ ନାହିଁ।


ଯିରୁଶାଲମରେ ଦାଉଦଙ୍କର ଏହି ପୁତ୍ରମାନେ ଜନ୍ମ ହୋଇଥିଲେ। ବତ୍‌ଶୂୟାଙ୍କଠାରୁ ଗ୍ଭରି ସନ୍ତାନ ଜନ୍ମ ହୋଇଥିଲେ। ବତ୍‌ଶୂୟା ଅମ୍ମୀୟେଲଙ୍କ ଝିଅ ଥିଲେ। ଶିମିୟ, ଶୋବବ୍, ନାଥନ ଓ ଶଲୋମନ୍।


Swiv nou:

Piblisite


Piblisite