Biblia Todo Logo
Bib sou entènèt

- Piblisite -




ହିତୋପଦେଶ 3:1 - ପବିତ୍ର ବାଇବଲ

1 ହେ ମୋର ପୁତ୍ର, ମୋର ଶିକ୍ଷା ପାଶୋର ନାହିଁ। ମୋର ଆଜ୍ଞାମାନ ମନେପକାଅ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ହେ ମୋହର ପୁତ୍ର, ତୁମ୍ଭେ ମୋହର ବ୍ୟବସ୍ଥା ପାସୋର ନାହିଁ; ମାତ୍ର ତୁମ୍ଭର ହୃଦୟ ମୋହର ଆଜ୍ଞାସବୁ ପାଳନ କରୁ।

Gade chapit la Kopi

ଓଡିଆ ବାଇବେଲ

1 ହେ ମୋହର ପୁତ୍ର, ତୁମ୍ଭେ ମୋହର ବ୍ୟବସ୍ଥା ପାସୋର ନାହିଁ; ମାତ୍ର ତୁମ୍ଭର ହୃଦୟ ମୋହର ଆଜ୍ଞାସବୁ ପାଳନ କରୁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ହେ ମୋହର ପୁତ୍ର, ତୁମ୍ଭେ ମୋହର ବ୍ୟବସ୍ଥା ପାସୋର ନାହିଁ; ମାତ୍ର ତୁମ୍ଭର ହୃଦୟ ମୋହର ଆଜ୍ଞାସବୁ ପାଳନ କରୁ।

Gade chapit la Kopi




ହିତୋପଦେଶ 3:1
31 Referans Kwoze  

ଜ୍ଞାନ ଅର୍ଜ୍ଜନ କର, ସୁବିବେଚନା ଲାଭ ତହିଁରେ କର। ତାହା ଭୁଲ ନାହିଁ, ମୋ’ ମୁଖରୁ ନିର୍ଗତ ବାକ୍ୟକୁ ବିମୁଖ କର ନାହିଁ।


ମୁଁ ତୁମ୍ଭ ବ୍ୟବସ୍ଥାରେ ଆନନ୍ଦ କରିବି। ମୁଁ ତୁମ୍ଭର ବାକ୍ୟ ପାଶୋରିବି ନାହିଁ।


ହେ ମୋର ପୁତ୍ର, ତୁମ୍ଭର ପିତାଙ୍କର ଉପଦେଶ ଶୁଣ, ଯେତେବେଳେ ସେ ତୁମ୍ଭକୁ ଶୃଙ୍ଖଳିତ କରନ୍ତି ଏବଂ ତୁମ୍ଭ ମାତାଙ୍କର ଉପଦେଶ ପରିତ୍ୟାଗ କର ନାହିଁ।


ସଦାପ୍ରଭୁ, ତୁମ୍ଭର ନିର୍ଦ୍ଦେଶକୁ ମୁଁ କଦାପି ପାଶୋରିବି ନାହିଁ। କାରଣ ସେମାନଙ୍କ ଦ୍ୱାରା ମୋତେ ତୁମ୍ଭେ ଜୀବିତ ରହିବାକୁ ଦିଅ।


ସେସବୁକୁ ବୁଝିବା ପାଇଁ ମୋତେ ସାହାଯ୍ୟ କର। ଏବଂ ମୁଁ ତୁମ୍ଭର ଶିକ୍ଷା ମାନିବି। ମୁଁ ସମ୍ପୂର୍ଣ୍ଣ ହୃଦୟ ସହିତ ତାହାକୁ ପାଳନ କରିବି।


ମାତ୍ର ସଦାପ୍ରଭୁ କହନ୍ତି, “ଭବିଷ୍ୟତରେ ଆମ୍ଭେ ଇସ୍ରାଏଲ ବଂଶ ସହିତ ଏହି ନିୟମ ସ୍ଥିର କରିବା। ଆମ୍ଭେ ସେମାନଙ୍କ ଅନ୍ତରରେ ଆମ୍ଭର ବ୍ୟବସ୍ଥା ରଖିବା ଓ ସେମାନଙ୍କ ହୃଦୟରେ ଆମ୍ଭେ ତାହା ଲେଖିବା। ଆଉ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା ଓ ସେମାନେ ଆମ୍ଭର ଲୋକ ହେବେ।


ମୁଁ ମୋ’ ହୃଦୟରେ ତୁମ୍ଭର ପ୍ରତିଜ୍ଞାକୁ ସଞ୍ଚୟ କରି ରଖିଅଛି, ଯେପରି ମୁଁ ତୁମ୍ଭ ବିରୁଦ୍ଧରେ ପାପ ନ କରିବି।


“ଯାହା ମୁଁ ଆଜି ତୁମ୍ଭକୁ ଆଦେଶ ଦେଉଛି, ତୁମ୍ଭେମାନେ ମୋର ସମସ୍ତ ଆଦେଶମାନ ମାନିବା ଉଚିତ୍। ତୁମ୍ଭେମାନେ ବଞ୍ଚିବା ପାଇଁ ଓ ବୃଦ୍ଧି ହେବା ପାଇଁ ଓ ସେହି ସ୍ଥାନରେ ପ୍ରବେଶ କରିବା ପାଇଁ ଓ ଅଧିକାର କରିବା ପାଇଁ ଯାହାକି ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷଗଣଙ୍କ ନିକଟରେ ଶପଥ କରିଛନ୍ତି।


ହେ ସଦାପ୍ରଭୁ, ମୋର ଯନ୍ତ୍ରଣାକୁ ଦେଖ ଓ ମୋତେ ଉଦ୍ଧାର କର। କାରଣ ମୁଁ ତୁମ୍ଭର ଶିକ୍ଷାମାନ ଭୁଲି ନାହିଁ।


“ଜ୍ଞାନ ଅଭାବ ଯୋଗୁଁ ଆମ୍ଭର ଲୋକମାନେ ବିନଷ୍ଟ ହୁଅନ୍ତି। କାରଣ ତୁମ୍ଭେମାନେ ଜ୍ଞାନରୁ ବିମୁଖ ହୋଇଛ। ତେଣୁ ଆମ୍ଭେ ତୁମ୍ଭମାନଙ୍କୁ ଆମ୍ଭ ପାଇଁ ଯାଜକ ହେବାକୁ ବାରଣ କରିବା। ତୁମ୍ଭେମାନେ ତୁମ୍ଭ ପରମେଶ୍ୱରଙ୍କ ନିୟମକୁ ଭୁଲିଯାଇଛ, ତେଣୁ ଆମ୍ଭେ ତୁମ୍ଭ ପିଲାମାନଙ୍କୁ ଭୁଲିଯିବା।


କିନ୍ତୁ ସାବଧାନ ହୁଅ। ନିଶ୍ଚିତ ରୂପେ ତୁମ୍ଭେମାନେ ବଞ୍ଚିଥିବା ପର୍ଯ୍ୟନ୍ତ ତୁମ୍ଭେମାନେ ଦେଖିଥିବା କାର୍ଯ୍ୟଗୁଡ଼ିକ କଦାପି ଭୁଲିବ ନାହିଁ। ତୁମ୍ଭେମାନେ ତୁମ୍ଭର ସନ୍ତାନମାନଙ୍କୁ ଓ ତୁମ୍ଭର ନାତୀନାତୁଣୀମାନଙ୍କୁ ସେଗୁଡ଼ିକ ଶିକ୍ଷା ଦିଅ।


ମୁଁ ହଜି ଯାଇଥିବା ମେଷପରି, ଏଣେତେଣେ ବୁଲୁଅଛି, ହେ ସଦାପ୍ରଭୁ, ଆପଣା ଦାସକୁ ଖୋଜ। କାରଣ ମୁଁ ତୁମ୍ଭର ଆଜ୍ଞା ସକଳ ପାଶୋରି ନାହିଁ।


ତୁମ୍ଭେମାନେ ଆପଣା ବିଷୟରେ ସାବଧାନ ହୁଅ। ନଚେତ୍ ତୁମ୍ଭମାନଙ୍କ ସହିତ ସ୍ଥୀରକୃତ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ନିୟମ ତୁମ୍ଭେମାନେ ପାଶୋରିଯିବ ନାହିଁ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିଷିଦ୍ଧ କୌଣସି ବସ୍ତୁର ପ୍ରତିମୂର୍ତ୍ତି ବିଶିଷ୍ଟ ଖୋଦିତ ପ୍ରତିମା ନିର୍ମାଣ କରିବ ନାହିଁ।


ଯଦି ସେମାନେ ପାନ କରନ୍ତି, ସେମାନେ ସବୁ ନିୟମ ଭୁଲି ଯାଆନ୍ତି ଏବଂ ଗରିବ ଲୋକମାନଙ୍କ ବିପକ୍ଷରେ ନ୍ୟାୟ କରନ୍ତି।


ହେ ଯିରୁଶାଲମ, ଉଠ, ଜାଗ, ଛିଡ଼ାହୁଅ! କାରଣ ସଦାପ୍ରଭୁ ତୁମ୍ଭ ଉପରେ କୋପ କରିଛନ୍ତି। ତେଣୁ ସେ ତୁମ୍ଭକୁ ଦଣ୍ଡ ଦେଇଛନ୍ତି। ସେ ଦଣ୍ଡ ଏକ ମଦପାତ୍ର ସଦୃଶ ଓ ତୁମ୍ଭେ ତାହା ପାନ କରିଛ। ତୁମ୍ଭେ ସଦାପ୍ରଭୁଙ୍କ ହସ୍ତରୁ କୋପରୂପ ପାନପାତ୍ର ନେଇ ତାହାକୁ ଶେଷ କରିଅଛ।


କିନ୍ତୁ ମୁଁ ସେହି ଲୋକମାନଙ୍କ ପ୍ରତି ଦୟାକରେ, ଯେଉଁମାନେ ମୋର ନିୟମ ପାଳନ କରନ୍ତି ଓ ମୋତେ ପ୍ରେମ କରନ୍ତି, ମୁଁ ତାଙ୍କର ହଜାର ହଜାର ପୁରୁଷଙ୍କର ଦୟା କରେ।


ଆମ୍ଭେ ଆପଣା ଅନୁସରଣକାରୀମାନଙ୍କୁ ଦୀର୍ଘାୟୁ କରିବା ଏବଂ ଆମ୍ଭେ ସେମାନଙ୍କୁ ରକ୍ଷା କରିବା।”


ଦୁଷ୍ଟଲୋକମାନେ ମୋ’ ଗ୍ଭରିପାଖରେ ଫାନ୍ଦ ବସାଇଛନ୍ତି, କିନ୍ତୁ ମୁଁ ତୁମ୍ଭର ଶିକ୍ଷାସବୁ ଭୁଲି ନାହିଁ।


ହେ ମୋର ପୁତ୍ର, ମୋର ବାକ୍ୟ ଗ୍ରହଣ କର। ମୋର ନିର୍ଦ୍ଦେଶ ମନେରଖ।


କାରଣ ମୁଁ ତୁମ୍ଭକୁ ଉତ୍ତମ ଶିକ୍ଷା ଦେଉଅଛି। ତେଣୁ ମୋର ଆଦେଶ ପରିତ୍ୟାଗ କର ନାହିଁ।


ପାଚିଲା କେଶ ଶୋଭାଜନକ ମୁକୁଟ। ତାହା ଧର୍ମ ପଥରେ ପ୍ରାପ୍ତ ହୁଏ।


ହେ ମୋର ପୁତ୍ର, ତୁମ୍ଭର ହୃଦୟ ମୋତେ ଦିଅ। ତୁମ୍ଭର ଚକ୍ଷୁ ମୋ’ ପଥରେ ତୁଷ୍ଟ ହେଉ।


‘ତୁମ୍ଭମାନଙ୍କର ପିତାମାତାଙ୍କୁ ସମ୍ମାନ କର। ଏପରି କରିବାକୁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ତୁମ୍ଭେମାନେ ଏହି ଆଦେଶ ପାଳନ କର, ତେବେ ତୁମ୍ଭମାନଙ୍କର ପରମାୟୁ ଦୀର୍ଘାୟୁ ହେବ ଓ ସେହି ଦେଶରେ ତୁମ୍ଭମାନଙ୍କର ମଙ୍ଗଳ ହେବ, ଯାହା ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଦେଉଛନ୍ତି।


ଦେଖ, ଯେପରି ତୁମ୍ଭେ ସେହି ରାସ୍ତାରେ ଗ୍ଭଲ ଯେଉଁ ରାସ୍ତାରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଗ୍ଭଲିବା ପାଇଁ ଆଦେଶ ଦେଇଛନ୍ତି, ଯେଉଁଥିପାଇଁ ତୁମ୍ଭେମାନେ ସେହି ଦେଶରେ ଦୀର୍ଘଦିନ ବଞ୍ଚିବ ଓ ତୁମ୍ଭେ ଯେଉଁ ଦେଶ ଅଧିକାର କରିବ, ସେଠାରେ ତୁମ୍ଭର ସର୍ବମଙ୍ଗଳ ହେବ।


ମୋର ବାକ୍ୟ ପ୍ରତି ବିମୁଖ ହୁଅ ନାହିଁ। ମୋର ବାକ୍ୟସବୁ ସର୍ବଦା ସ୍ମରଣ କର।


ଶୁଣ, ଜ୍ଞାନ ତାଙ୍କଠାରୁ ଶୁଣିବାକୁ ଡାକୁଛନ୍ତି।


ଜ୍ଞାନ ତା'ର ଗୃହ ନିର୍ମାଣ କରିଅଛି। ସେ ତା'ର ସପ୍ତସ୍ତମ୍ଭ ନିର୍ମାଣ କରିଅଛି।


Swiv nou:

Piblisite


Piblisite