Biblia Todo Logo
Bib sou entènèt

- Piblisite -




ହିତୋପଦେଶ 26:12 - ପବିତ୍ର ବାଇବଲ

12 ଯେଉଁ ମୂର୍ଖ ଲୋକର ବହୁତ ଆଶା ଅଛି, ଅନ୍ୟ ଜଣ ଅପେକ୍ଷା ଯିଏ ଭାବେ ସେ ଜ୍ଞାନୀ, ସେତେବେଳେ ସେ ଜ୍ଞାନୀ ନ ଥାଏ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ଯେ ଆପଣା ଦୃଷ୍ଟିରେ ଜ୍ଞାନୀ, ଏପରି ଲୋକକୁ ଦେଖୁଅଛ କି? ତାହା ଅପେକ୍ଷା ମୂର୍ଖ ବିଷୟରେ ଅଧିକ ଭରସା ଅଛି।

Gade chapit la Kopi

ଓଡିଆ ବାଇବେଲ

12 ଯେ ଆପଣା ଦୃଷ୍ଟିରେ ଜ୍ଞାନୀ, ଏପରି ଲୋକକୁ ଦେଖୁଅଛ କି ? ତାହା ଅପେକ୍ଷା ମୂର୍ଖ ବିଷୟରେ ଅଧିକ ଭରସା ଅଛି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ଯେ ଆପଣା ଦୃଷ୍ଟିରେ ଜ୍ଞାନୀ, ଏପରି ଲୋକକୁ ଦେଖୁଅଛ କି? ତାହା ଅପେକ୍ଷା ମୂର୍ଖ ବିଷୟରେ ଅଧିକ ଭରସା ଅଛି।

Gade chapit la Kopi




ହିତୋପଦେଶ 26:12
17 Referans Kwoze  

ଯଦି ଜଣେ କିଛି ଚିନ୍ତା ନ କରି କିଛି କହେ, ତା’ ପ୍ରତି ଭରସା ରଖ ନାହିଁ। ତା ଅପେକ୍ଷା ମୂର୍ଖ ଲୋକଠାରେ ଭରସା ରଖିଲେ ଭଲ।


ନିଜ ଭିତରେ ମିଳିମିଶି ଶାନ୍ତିରେ ରୁହ। ଗର୍ବ କର ନାହିଁ। ଯେଉଁମାନେ ଅନ୍ୟମାନଙ୍କ ଦୃଷ୍ଟିରେ ମହତ୍ତ୍ୱପୂର୍ଣ୍ଣ ନୁହନ୍ତି, ସେମାନଙ୍କ ସହିତ ସାଙ୍ଗ ହେବା ପାଇଁ ଇଚ୍ଛୁକ ହୁଅ। ନିଜକୁ ବୁଦ୍ଧିମାନ ବୋଲି ଭାବ ନାହିଁ।


ଧନବାନ ଆପଣା ଦୃଷ୍ଟିରେ ଜ୍ଞାନବାନ। ମାତ୍ର ବୁଦ୍ଧିମାନ ଦୀନହୀନ ଲୋକ ତାହାର ପରିଚୟ ନିଏ।


ତୁମ୍ଭେ କୁହ ଯେ, ତୁମ୍ଭେ ଧନୀ। ତୁମ୍ଭର ବହୁତ ଧନ ଅଛି ଓ ତୁମ୍ଭର କୌଣସି ଅଭାବ ନାହିଁ। କିନ୍ତୁ ତୁମ୍ଭେ ଜାଣି ନାହଁ ଯେ, ତୁମ୍ଭେ ପ୍ରକୃତରେ ଅଭାଗା, ଦୟନୀୟ, ଦରିଦ୍ର ଅନ୍ଧ ଓ ଉଲଗ୍ନ।


“ତେବେ କୁହ, ‘କେଉଁ ପୁଅ ତା'ର ବାପାଙ୍କ ବାଧ୍ୟ ହେଲା?” ଯିହୂଦୀ ଧର୍ମ ନେତାମାନେ କହିଲେ, “ପ୍ରଥମ ପୁଅଟି ମାନିଲା।’ ଯୀଶୁ ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି। ତୁମ୍ଭେମାନେ ଭାବ ଯେ, କରଆଦାୟକାରୀ ଓ ବେଶ୍ୟାମାନେ ଖରାପ ମଣିଷ। କିନ୍ତୁ ସେମାନେ ତୁମ୍ଭମାନଙ୍କ ପୂର୍ବରୁ ଆଗ ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବେ।”


ମୂର୍ଖକୁ ତା'ର ଅଜ୍ଞାନତାନୁସାରେ ଉତ୍ତର ଦିଅ। ନୋହିଲେ ସେ ଆପଣା ଦୃଷ୍ଟିରେ ଆପଣାକୁ ଜ୍ଞାନୀ ବୋଧ କରିବ।


ଫାରୂଶୀଜଣକ କରଆଦାୟକାରୀଙ୍କଠାରୁ ଦୂରରେ ଅଲଗା ଠିଆ ହୋଇଥିଲେ। ଫାରୂଶୀ ଜଣକ ପ୍ରାର୍ଥନା କଲାବେଳେ କହିଲେ, ‘ହେ ପରମେଶ୍ୱର, ମୁଁ ଅନ୍ୟ ଲୋକଙ୍କ ଭଳି ଖରାପ ହୋଇ ନ ଥିବାରୁ ତୁମ୍ଭକୁ କୃତଜ୍ଞତା ଜଣାଉଛି। ମୁଁ ଗ୍ଭେରି, ଠକାମି, ବ୍ୟଭିଗ୍ଭର, ପାପ କରୁଥିବା ଲୋକମାନଙ୍କ ଭଳି ନୁହେଁ। ମୁଁ ଏହି କରଆଦାୟକାରୀ ଅପେକ୍ଷା ଭଲ ହୋଇଥିବାରୁ ତୁମ୍ଭ ପାଖରେ କୃତଜ୍ଞତା ଜଣାଉଛି।


ତା'ପରେ ଯୀଶୁ ସ୍ତ୍ରୀ ଲୋକଟି ଆଡ଼କୁ ବୁଲିପଡ଼ି ଶିମୋନଙ୍କୁ କହିଲେ, “ତୁମ୍ଭେ ଏ ସ୍ତ୍ରୀ ଲୋକଟିକୁ ଦେଖୁଛ? ମୁଁ ତୁମ୍ଭ ଘରକୁ ଆସିଲି। ଅଥଚ ତୁମ୍ଭେ ମୋତେ ଗୋଡ଼ ଧୋଇବାକୁ ପାଣି ସୁଦ୍ଧା ଦେଲ ନାହିଁ, କିନ୍ତୁ ଓ ସ୍ତ୍ରୀ ଲୋକଟି ମୋର ପାଦକୁ ଲୁହରେ ଧୋଇ ଦେଲା। ଏବଂ ତା ବାଳରେ ପୋଛିଦେଲା।


ସାତ ଜଣ ସୁବିଗ୍ଭରଶୁଦ୍ଧ ଉତ୍ତରକାରୀ ଅପେକ୍ଷା ଅଳସୁଆ ଆପଣା ଦୃଷ୍ଟିରେ ଜ୍ଞାନବାନ୍।


ଯଦି ଜଣେ ଲୋକ ତା'ର କାର୍ଯ୍ୟରେ ନିପୁଣ ଓ ତତ୍ପର। ତେବେ ସେ ରାଜାଙ୍କର ସେବା କରିବାକୁ ସକ୍ଷମ, ସେ କୌଣସି ନୀଚ ଲୋକର ସେବା କରିବ ନାହିଁ।


ନିଜେ ନିଜକୁ ଜ୍ଞାନୀ ବୋଲି ଭାବ ନାହିଁ। କିନ୍ତୁ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କର, ମନ୍ଦଠାରୁ ଦୂରେଇ ରୁହ।


ଯୀଶୁ କହିଲେ, “ତୁମ୍ଭେ ଯଦି ପ୍ରକୃତରେ ଅନ୍ଧ ହୋଇଥା'ନ୍ତ, ତେବେ ଦୋଷୀ ବିବେଚିତ ହୁଅନ୍ତ ନାହିଁ। କିନ୍ତୁ ତୁମ୍ଭେ କହୁଛ ଯେ ତୁମ୍ଭେ ଦେଖି ପାରୁଛ, ତେଣୁ ତୁମ୍ଭେ ଦୋଷୀ।”


ଅଜ୍ଞାନର ପଥ ତା'ର ନିଜ ଦୃଷ୍ଟିରେ ଯଥାର୍ଥ ମାତ୍ର ଜ୍ଞାନବାନମାନେ ପରାମର୍ଶ ଶୁଣନ୍ତି।


ଯେଉଁ ଲୋକ ନିଜ ବଳ ଉପରେ ବିଶ୍ୱାସ ରଖେ ସେ ମୂର୍ଖ। କିନ୍ତୁ ସେ ଯିଏ ଜ୍ଞାନରେ ଗ୍ଭଲେ, ବିପର୍ଯ୍ୟୟରୁ ରକ୍ଷା ପାଇବ।


ସେମାନେ ମଧ୍ୟ ନିଜକୁ ଭାବନ୍ତି ଯେ ସେମାନେ ଅତି କର୍ମଠ ଓ ବୁଦ୍ଧିମାନ।


Swiv nou:

Piblisite


Piblisite