Biblia Todo Logo
Bib sou entènèt

- Piblisite -




ହିତୋପଦେଶ 24:1 - ପବିତ୍ର ବାଇବଲ

1 ମନ୍ଦ ଲୋକମାନଙ୍କ ପ୍ରତି ଈର୍ଷା କର ନାହିଁ। ସେମାନଙ୍କର ମଧ୍ୟ ସାଙ୍ଗ ହୁଅ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ତୁମ୍ଭେ ମନ୍ଦ ଲୋକମାନଙ୍କ ପ୍ରତି ଈର୍ଷା କର ନାହିଁ, ପୁଣି ସେମାନଙ୍କର ସଙ୍ଗୀ ହେବାକୁ ବାଞ୍ଛା କର ନାହିଁ।

Gade chapit la Kopi

ଓଡିଆ ବାଇବେଲ

1 ତୁମ୍ଭେ ମନ୍ଦ ଲୋକମାନଙ୍କ ପ୍ରତି ଈର୍ଷା କର ନାହିଁ, ପୁଣି, ସେମାନଙ୍କର ସଙ୍ଗୀ ହେବାକୁ ବାଞ୍ଛା କର ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ତୁମ୍ଭେ ମନ୍ଦ ଲୋକମାନଙ୍କ ପ୍ରତି ଈର୍ଷା କର ନାହିଁ, ପୁଣି, ସେମାନଙ୍କର ସଙ୍ଗୀ ହେବାକୁ ବାଞ୍ଛା କର ନାହିଁ।

Gade chapit la Kopi




ହିତୋପଦେଶ 24:1
16 Referans Kwoze  

ସଦାପ୍ରଭୁଙ୍କୁ ବିଶ୍ୱାସ କର ଓ ତାଙ୍କ ସାହାଯ୍ୟ ପାଇଁ ଅପେକ୍ଷା କର। ହତାଶ ହୁଅ ନାହିଁ, ଯେତେବେଳେ ଦୁଷ୍ଟ ଲୋକମାନଙ୍କ ମନ୍ଦକାର୍ଯ୍ୟ ସଫଳ ହୁଏ। ହତାଶ ହୁଅ ନାହିଁ, ଯେତେବେଳେ ଦୁଷ୍ଟ ଲୋକମାନେ ମନ୍ଦକାର୍ଯ୍ୟ କରିବାକୁ ମନ୍ତ୍ରଣା କରି ସେମାନଙ୍କର ଯୋଜନାରେ ସଫଳ ହୁଅନ୍ତି।


କିଛି ଲୋକ ଅଛନ୍ତି ଯେଉଁମାନେ ସହଜରେ ରାଗିଯା’ନ୍ତି ଓ ଶୀଘ୍ର କୁକର୍ମମାନ କରି ବସନ୍ତି। ତୁମ୍ଭେ ସେପରି ହୁଅ ନାହିଁ।


ପାପୀଗଣଙ୍କ ପ୍ରତି ଈର୍ଷାଳୁ ହୁଅ ନାହିଁ। ତୁମ୍ଭର ଜୀବନର ସମସ୍ତ ଦିନଗୁଡ଼ିକ ସଦାପ୍ରଭୁଙ୍କ ପ୍ରତି ସମ୍ମାନ ଓ ଭୟ କର।


ଜ୍ଞାନୀର ସଙ୍ଗୀ ହୁଅ, ତହିଁରେ ତୁମ୍ଭେ ଜ୍ଞାନୀ ହେବ। ମାତ୍ର ମୂର୍ଖମାନଙ୍କର ସଙ୍ଗୀ କଷ୍ଟଦାୟକ।


ମୁଁ ଗର୍ବୀ ଓ ଲୋକମାନଙ୍କ ପ୍ରତି ଈର୍ଷାପରାୟଣ ହୋଇଗଲି, ଯେତେବେଳେ ସେମାନେ କୃତକାର୍ଯ୍ୟ ହେଉଥିବାର ଦେଖିଲି।


ଦୁଷ୍ଟ ଲୋକମାନଙ୍କ କଥାରେ ହତାଶ ହେବାର ଆବଶ୍ୟକତା ନାହିଁ। ଯେଉଁମାନେ କୁକର୍ମ କରିଛନ୍ତି, ସେହି ଲୋକମାନଙ୍କ ଉପରେ ଈର୍ଷା କର ନାହିଁ।


ମନ୍ଦକର୍ମକାରୀମାନଙ୍କ ସକାଶେ ଚିନ୍ତିତ ହୁଅ ନାହିଁ। ଏବଂ ଦୁଷ୍ଟମାନଙ୍କ ପ୍ରତି ଈର୍ଷା କର ନାହିଁ।


ହେ ସଦାପ୍ରଭୁ, ମୋତେ ସେହି ପାପୀମାନଙ୍କ ସଙ୍ଗେ ତୁଳନା କର ନାହିଁ। ମୋତେ ସେହି ହତ୍ୟାକାରୀମାନଙ୍କ ସହିତ ମାର ନାହିଁ।


ଜଣେ ବ୍ୟକ୍ତି ପ୍ରକୃତରେ ଆଶୀର୍ବାଦ ଗ୍ରହଣ କରିବ, ଯଦି ସେ ଦୁଷ୍ଟ ଲୋକଙ୍କ ଉପଦେଶ ଗ୍ରହଣ କରେ ନାହିଁ, ପାପୀମାନଙ୍କ ପରି ଜୀବନଯାପନ କରେ ନାହିଁ, ସେହି ଲୋକମାନଙ୍କ ସହିତ ତା'ର ସମୟ କଟାଏ ନାହିଁ, ଯେଉଁମାନେ କି ପରମେଶ୍ୱରଙ୍କୁ ସମ୍ମାନ ଦେଖାନ୍ତି ନାହିଁ,


ମନ୍ଦ ଲୋକମାନଙ୍କର ପଥ ଅନୁସରଣ କର ନାହିଁ। ସେମାନଙ୍କ ପରି ବାସ କର ନାହିଁ। ସେମାନଙ୍କ ପରି ହେବାକୁ ଚେଷ୍ଟା କର ନାହିଁ।


ସେମାନଙ୍କ ପଥରୁ ଦୂରେଇ ରୁହ, ତହିଁର ନିକଟକୁ ଯାଅ ନାହିଁ। ତହିଁରୁ ବିମୁଖ ହୋଇ ଗ୍ଭଲିଯାଅ।


Swiv nou:

Piblisite


Piblisite