Biblia Todo Logo
Bib sou entènèt

- Piblisite -




ହିତୋପଦେଶ 13:3 - ପବିତ୍ର ବାଇବଲ

3 ଯେଉଁ ଲୋକ ଆପଣା ମୁଖର କଥାକୁ ଜଗେ ସେ ତା'ର ଜୀବନ ରକ୍ଷା କରେ, ଯେ ଚିନ୍ତା ନ କରି କହେ ସେ ବିନାଶ ପ୍ରାପ୍ତ ହୁଏ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ଯେଉଁ ଲୋକ ଆପଣା ମୁଖରେ ପ୍ରହରୀ ରଖେ, ସେ ଆପଣା ପ୍ରାଣ ରକ୍ଷା କରେ; ମାତ୍ର ଯେକେହି ଆପଣା ଓଷ୍ଠାଧର ବଡ଼ କରି ଫିଟାଏ, ତାହାର ବିନାଶ ହେବ।

Gade chapit la Kopi

ଓଡିଆ ବାଇବେଲ

3 ଯେଉଁ ଲୋକ ଆପଣା ମୁଖରେ ପ୍ରହରୀ ରଖେ, ସେ ଆପଣା ପ୍ରାଣ ରକ୍ଷା କରେ; ମାତ୍ର ଯେକେହି ଚିନ୍ତା ନ କରି କଥା କହେ, ତାହାର ବିନାଶ ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ଯେଉଁ ଲୋକ ଆପଣା ମୁଖରେ ପ୍ରହରୀ ରଖେ, ସେ ଆପଣା ପ୍ରାଣ ରକ୍ଷା କରେ; ମାତ୍ର ଯେକେହି ଚିନ୍ତା ନ କରି କଥା କହେ, ତାହାର ବିନାଶ ହେବ।

Gade chapit la Kopi




ହିତୋପଦେଶ 13:3
18 Referans Kwoze  

ଯେ ଆପଣା ମୁଖ ଓ ଜିହ୍ୱା ରକ୍ଷା କରେ ସେ କ୍ଳେଶରୁ ଆପଣା ପ୍ରାଣକୁ ରକ୍ଷା କରେ।


ମରଣ ଓ ଜୀବନ ଜିହ୍ୱାର ଅଧୀନ। ଯେଉଁମାନେ କଥା କହିବାକୁ ଭଲ ଜାଣନ୍ତି, ଏହାର ଫଳ ଭୋଗିବେ।


ମୂର୍ଖର କଥା ତା'ର ବିନାଶର କାରଣ। ପୁଣି ତା'ର ବାକ୍ୟ ପ୍ରାଣର ଫାନ୍ଦ ସ୍ୱରୂପ।


ମୁଁ କହିଲି, “ମୁଁ ଏଣିକି ଯାହା ବିଷୟରେ କହିବି ସାବଧାନ ହେବି। ମୁଁ ମୋର ଜିହ୍ୱାକୁ ପାପ କରିବାକୁ ସୁଯୋଗ ଦେବି ନାହିଁ। ମୁଁ ଯେତେବେଳେ ଦୁଷ୍ଟ ଲୋକଙ୍କ ଗହଣରେ ଥିବି, ମୁଁ ମୋର ମୁଖକୁ ବନ୍ଦ ରଖିବି।”


ବହୁ ବାକ୍ୟରେ ଅଧର୍ମର ଅଭାବ ନ ଥାଏ, ମାତ୍ର ଯେ ଆପଣା ଓଷ୍ଠାଧରକୁ ଦମନ କରେ, ସେ ବୁଦ୍ଧିମାନ୍।


ଯେ ଖଚୁଆ ହୋଇ ବୁଲେ, ସେ ଗୁପ୍ତକଥା ପ୍ରକାଶ କରେ। ଏଥିପାଇଁ ତା’ ସଙ୍ଗେ କୌଣସି ପ୍ରକାର ସମ୍ବନ୍ଧ ରଖ ନାହିଁ, ଯେ ଗପିବାକୁ ଭଲ ପାଏ।


ଜଣେ ଲୋକ ଭାବିପାରେ ଯେ, ସେ ନିଜେ ଜଣେ ଧାର୍ମିକ ଲୋକ ଅଟେ। କିନ୍ତୁ ଯେଉଁସବୁ କଥା କହିବା ଉଚିତ୍ ନୁହେଁ, ତାହା କହିବା ଦ୍ୱାରା ସେ ନିଜକୁ ଠକେ। ତେଣୁ ତା'ର “ଧର୍ମ”ର କିଛି ମୂଲ୍ୟ ରହେ ନାହିଁ।


ଦୁଷ୍ଟର ଓଷ୍ଠରେ ଅଧର୍ମର ଫଳ ଥାଏ। ମାତ୍ର ଧାର୍ମିକମାନେ ଦୁଃଖରୁ ଉଦ୍ଧାର ପାଇବେ।


ସେହି ବ୍ୟକ୍ତି ପ୍ରଥମେ ମନ୍ଦକଥା କହିବା ବନ୍ଦ କରିବା ଦରକାର ଓ ସେ ମିଥ୍ୟା କହିବା ଉଚିତ୍ ନୁହେଁ।


ହେ ସଦାପ୍ରଭୁ, ମୁଖ ଆଗର ପ୍ରହରୀ, ମୋତେ ସାହାଯ୍ୟ କର। କୌଣସି ପାପପୂର୍ଣ୍ଣ କଥା କହିବାଠାରୁ ମୋତେ ରକ୍ଷା କର।


ଜ୍ଞାନୀମାନେ ଜ୍ଞାନ ସଞ୍ଚୟ କରନ୍ତି, କିନ୍ତୁ ନିର୍ବୋଧର ମୁଖ ବିନାଶକୁ ନିମନ୍ତ୍ରଣ କରେ।


ଅଳସୁଆ ଯାହା ଇଚ୍ଛା କରେ, ତାହା ପାଏ ନାହିଁ। ମାତ୍ର କର୍ମଶୀଳ ଲୋକ ବା ପରିଶ୍ରମୀ ଲୋକ ତା'ର ଇଚ୍ଛାନୁସାରେ ଫଳ ଭୋଗ କରେ।


ତହିଁରେ ସେ ତାକୁ କହିଲେ, “ଯେଉଁ ରଜ୍ଜୁରେ କୌଣସି କର୍ମ କରାଯାଇ ନାହିଁ। ଏପରି ନୂତନ ରଜ୍ଜୁରେ ମୋତେ ବାନ୍ଧିଲେ ମୁଁ ଦୁର୍ବଳ ହୋଇ ଅନ୍ୟ ଲୋକଙ୍କ ପରି ହୋଇଯିବି।”


ଶେଷରେ ଶା‌ମ୍‌ଶୋନ୍ ସମସ୍ତ ଗୁପ୍ତକଥା ତାକୁ ଜଣାଇଲେ। ସେ ତାକୁ କହିଲେ, “ମୁଁ ଜନ୍ମ ପୂର୍ବରୁ ସଦାପ୍ରଭୁଙ୍କୁ ସମର୍ପଣ ହୋଇଥିଲି। ମୁଁ ମୋର ବାଳ କେବେ କାଟି ନ ଥିଲି। ଯଦି କୌଣସି ଲୋକ ମୋର ମୁଣ୍ଡର ବାଳ କାଟି ସଫା କରିଦିଏ, ତେବେ ମୁଁ ମୋର ସମସ୍ତ ଶକ୍ତି ହରାଇବି ଓ ସାଧାରଣ ଲୋକଙ୍କ ପରି ହୋଇଯିବି।”


ଜ୍ଞାନୀ ଲୋକ ଆଜ୍ଞାସବୁ ମାନେ କିନ୍ତୁ ମୂର୍ଖ ଲୋକ ଯୁକ୍ତି କରେ ଓ ନିଜକୁ ବିପର୍ଯ୍ୟୟ ଆଡ଼କୁ ଟାଣିନିଏ।


ଅଜ୍ଞାନର କଥା ସର୍ବଦା ସମସ୍ୟା ଆଣେ, କିନ୍ତୁ ଜ୍ଞାନବାନର କଥା ତାହାକୁ ସୁରକ୍ଷା ଦିଏ।


Swiv nou:

Piblisite


Piblisite