Biblia Todo Logo
Bib sou entènèt

- Piblisite -




ହିତୋପଦେଶ 1:6 - ପବିତ୍ର ବାଇବଲ

6 ଯେଉଁ ଲୋକମାନେ, ଯିଏ କି ଏହି ହିତୋପଦେଶ ଶୁଣନ୍ତି, ଜ୍ଞାନୀଲୋକ କହି ଯାଇଥିବା କଥା ବୁଝିବାରେ ସକ୍ଷମ ହେବେ ଏବଂ ଗୁପ୍ତ ରହିଥିବା ଗଳ୍ପର ଅର୍ଥ ମଧ୍ୟ ବୁଝିପାରିବେ। ସେମାନେ ଜ୍ଞାନୀମାନଙ୍କର କହିଥିବା ହିତଜନକ ପରାମର୍ଶ ବୁଝିପାରିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ପୁଣି, ଏକ ଉପଦେଶ କଥା ଓ ଏକ ରୂପକ କଥା ଏବଂ ପଣ୍ତିତମାନଙ୍କର ବାକ୍ୟ ଓ ସେମାନଙ୍କର ଗୂଢ଼ ବଚନ ବୁଝି ପାରିବ।

Gade chapit la Kopi

ଓଡିଆ ବାଇବେଲ

6 ପୁଣି, ଏକ ଉପଦେଶ କଥା ଓ ଏକ ରୂପକ କଥା ଏବଂ ପଣ୍ଡିତମାନଙ୍କର ବାକ୍ୟ ଓ ସେମାନଙ୍କର ଗୂଢ଼ ବଚନ ବୁଝି ପାରିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ପୁଣି, ଏକ ଉପଦେଶ କଥା ଓ ଏକ ରୂପକ କଥା ଏବଂ ପଣ୍ଡିତମାନଙ୍କର ବାକ୍ୟ ଓ ସେମାନଙ୍କର ଗୂଢ଼ ବଚନ ବୁଝି ପାରିବ।

Gade chapit la Kopi




ହିତୋପଦେଶ 1:6
14 Referans Kwoze  

ମୁଁ ତୁମ୍ଭମାନଙ୍କୁ ଗୋଟିଏ ଗପ କହିବି। ମୁଁ ତୁମ୍ଭମାନଙ୍କୁ ଅତୀତର ଗପ କହିବି, ଯାହାକି ବୁଝିବା ପାଇଁ କଷ୍ଟକର।


ଯୀଶୁ କହିଲେ, “କେବଳ ତୁମ୍ଭମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟର ନିଗୂଢ଼ତତ୍ତ୍ୱ ବୁଝି ପାରିବା ପାଇଁ ଶକ୍ତି ଦିଆଯାଇଛି। କିନ୍ତୁ ଅନ୍ୟମାନଙ୍କ ପାଇଁ ମୁଁ ଦୃଷ୍ଟାନ୍ତ ମାଧ୍ୟମରେ ସବୁକଥା କହୁଛି।


କିନ୍ତୁ କଠିନ ଖାଦ୍ୟ ସେହିମାନଙ୍କ ପାଇଁ ଯେଉଁମାନେ ଶିଶୁପରି ବ୍ୟବହାର ବନ୍ଦ କରି ଦେଇଛନ୍ତି। ଏହା ସେହିମାନଙ୍କ ପାଇଁ ଯେଉଁମାନେ ଆତ୍ମାରେ ବୃଦ୍ଧି ପାଇଛନ୍ତି।


ମୁଁ ସେ ସବୁ ଯେ ଶୁଣି ଅଛି ଓ ବର୍ତ୍ତମାନ ମୁଁ ସେ ସବୁକୁ ମୋର ବୀଣାବାଦନ ସହିତ ଗାୟନ କରିବି ଏବଂ ତୁମ୍ଭ ନିକଟରେ ସେହି ଗୁଢ଼ ବିଷୟସବୁ ପ୍ରକାଶ କରିବି।


ଯୀଶୁ ଲୋକଙ୍କୁ ଉପଦେଶ ଦେଲାବେଳେ ସବୁବେଳେ ଦୃଷ୍ଟାନ୍ତର ପ୍ରୟୋଗ କରୁଥିଲେ। କିନ୍ତୁ ଯୀଶୁଙ୍କ ସହିତ ତାହାଙ୍କ ଶିଷ୍ୟମାନେ ଏକୁଟିଆ ଥିବା ବେଳେ, ଯୀଶୁ ସେମାନଙ୍କୁ ସବୁଗୁଡ଼ିକର ଅର୍ଥ ସ୍ପଷ୍ଟ ଭାବରେ ବୁଝେଇ ଦେଉଥିଲେ।


ଜ୍ଞନୀମାନଙ୍କର କଥାଗୁଡ଼ିକ ପାଞ୍ଚଣ ତୁଲ୍ୟ ଏବଂ ନୀତିବଚନ ସଂଗ୍ରହକାରୀମାନଙ୍କର ଶବ୍ଦଗୁଡ଼ିକ ମେଷପାଳକମାନଙ୍କର ପାଞ୍ଚଣ ବାଡ଼ିରେ ଥିବା କଣ୍ଟା ତୁଲ୍ୟ।


ମୁଁ ତା’ ସହିତ ଦର୍ଶନ କିମ୍ବା ନିଦର୍ଶନ ବାକ୍ୟରେ ନୁହେଁ, ମାତ୍ର ସମ୍ମୁଖା-ସମ୍ମୁଖୀ ହୋଇ ପ୍ରକାଶ୍ୟ ଭାବରେ ତା’ ସହିତ କଥା କହେ। ସେ ସଦାପ୍ରଭୁଙ୍କର ଆକାର ଦର୍ଶନ କରେ। ତାଙ୍କ ବିରୁଦ୍ଧରେ କଥା କହିବାକୁ ତୁମ୍ଭେମାନେ କାହିଁକି ଭୀତ ହେଲ ନାହିଁ?”


ନିଜର ସମସ୍ତ ପତ୍ରଗୁଡ଼ିକରେ ପାଉଲ ଏହିକଥା ଲେଖନ୍ତି। ବେଳେବେଳେ ପାଉଲଙ୍କ ପତ୍ରରେ କେତେକ କଥା ବୁଝିବା ପାଇଁ କଷ୍ଟକର ହୁଏ। କେତେଲୋକ ସେହି କଥାଗୁଡ଼ିକୁ ଭୁଲ୍ ଭାବରେ ବ୍ୟାଖ୍ୟା କରନ୍ତି। ସେମାନେ ମୂର୍ଖ ଓ ବିଶ୍ୱାସରେ ଦୁର୍ବଳ। ସେହି ଲୋକମାନେ ଅନ୍ୟ ଶାସ୍ତ୍ରଗୁଡ଼ିକୁ ମଧ୍ୟ ଭୁଲଭାବେ ବୁଝାଇଥା’ନ୍ତି। କିନ୍ତୁ ଏପରି କରିବା ଦ୍ୱାରା ସେମାନେ ନିଜର ଅନିଷ୍ଟ କରୁଛନ୍ତି।


ଏହିସବୁ ମଧ୍ୟ ଜ୍ଞାନୀମାନଙ୍କର କଥା ଅଟେ; ବିଗ୍ଭର ସର୍ବଦା ଯଥାର୍ଥ ହେବା ଉଚିତ୍, ଏଥିରେ ପକ୍ଷପାତିତା ହେବା ଉଚିତ୍ ନୁହେଁ।


“ଯେତେବେଳେ ସେହି ରାଜ୍ୟଗୁଡ଼ିକର ଶେଷ ସମୟ ଆସିବ ସେତେବେଳେ ଜଣେ ଅତି ସାହସୀ ଓ ନିଷ୍ଠୁର ରାଜା ଜନ୍ମ ହେବେ। ଆଉ ସେ ରାଜା ଅତି କୌଶଳୀ ହେବେ ମାତ୍ର ସେତେବେଳେ ବହୁ ପାପୀଷ୍ଠ ବ୍ୟକ୍ତି ଜନ୍ମ ନେଇଥିବେ।


Swiv nou:

Piblisite


Piblisite