Biblia Todo Logo
Bib sou entènèt

- Piblisite -




ହିତୋପଦେଶ 1:12 - ପବିତ୍ର ବାଇବଲ

12 ଆମ୍ଭେମାନେ ସେମାନଙ୍କୁ ହତ୍ୟା କରିବା। ଆମ୍ଭେମାନେ ସେମାନଙ୍କୁ ମୃତ୍ୟୁର ସ୍ଥାନକୁ ପଠାଇବା। ଆମ୍ଭେମାନେ ସେମାନଙ୍କୁ ବିନାଶ କରି କବରକୁ ପଠାଇବା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ପାତାଳର ନ୍ୟାୟ ଆମ୍ଭେମାନେ ସେମାନଙ୍କୁ ଜୀଅନ୍ତା ଗ୍ରାସ କରୁ ଓ ଗର୍ତ୍ତପତିତ ଲୋକ ପରି ସେମାନଙ୍କୁ ସର୍ବତୋଭାବେ ଗ୍ରାସ କରୁ;

Gade chapit la Kopi

ଓଡିଆ ବାଇବେଲ

12 ପାତାଳର ନ୍ୟାୟ ଆମ୍ଭେମାନେ ସେମାନଙ୍କୁ ଜୀଅନ୍ତା ଗ୍ରାସ କରୁ ଓ ଗର୍ତ୍ତପତିତ ଲୋକ ପରି ସେମାନଙ୍କୁ ସର୍ବତୋଭାବେ ଗ୍ରାସ କରୁ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ପାତାଳର ନ୍ୟାୟ ଆମ୍ଭେମାନେ ସେମାନଙ୍କୁ ଜୀଅନ୍ତା ଗ୍ରାସ କରୁ ଓ ଗର୍ତ୍ତପତିତ ଲୋକ ପରି ସେମାନଙ୍କୁ ସର୍ବତୋଭାବେ ଗ୍ରାସ କରୁ;

Gade chapit la Kopi




ହିତୋପଦେଶ 1:12
15 Referans Kwoze  

ଆମ୍ଭମାନଙ୍କ ବିରୁଦ୍ଧରେ ସେମାନଙ୍କ କୋପ ପ୍ରଜ୍ୱଳିତ ହେବା ବେଳେ ସେମାନେ ଆମ୍ଭମାନଙ୍କୁ ସଜୀବ ଗ୍ରାସ କରିଥା’ନ୍ତେ।


ହେ ସଦାପ୍ରଭୁ, ତୁମ୍ଭେ ମୋର ଶକ୍ତିଶାଳୀ ଶୈଳ ସଦୃଶ। ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ପ୍ରାର୍ଥନା କରୁଛି। ତୁମ୍ଭେ ମୋ’ ପ୍ରତି ନୀରବ ହୁଅ ନାହିଁ। ଯଦି ମୋର ସହାୟତା ପାଇଁ ପ୍ରାର୍ଥନାର ଉତ୍ତର ନ ଦିଅ, ତାହାହେଲେ ଲୋକମାନେ ଭାବିବେ ମୁଁ ସେହି କବର ଭିତରେ ଥିବା ଲୋକମାନଙ୍କଠାରୁ କୌଣସି ଗୁଣରେ ନ୍ୟୁନ ହୁହେଁ।


“ମଣିଷମାନଙ୍କର ମୁହଁ ଖୋଲା କବର ଭଳି ଅଟେ, ସେମାନେ ମିଛ ପାଇଁ ତାଙ୍କ ଜିହ୍ୱାକୁ ବ୍ୟବହାର କରନ୍ତି।” “ସେମାନଙ୍କର କଥା ସର୍ପର ବିଷ ଭଳି ଅଟେ।”


ତୁମ୍ଭର ସମସ୍ତ ଶତ୍ରୁ ତୁମ୍ଭକୁ ପରିହାସ କରନ୍ତି। ସେମାନେ “ଶୀସ୍” ଶବ୍ଦ ଓ ଦାନ୍ତ କଡ଼ମଡ଼ କରି କହନ୍ତି, “ଆମ୍ଭେମାନେ ତାକୁ ଗ୍ରାସ କରିଅଛୁ, ଆମ୍ଭେମାନେ ଏହି ଦିନକୁ ଅପେକ୍ଷା କରିଥିଲୁ, ଏହି ଦିନକୁ ଆମ୍ଭେମାନେ ଆଶା କରିଥିଲୁ, ତାହା ପାଇଲୁ ଓ ଦେଖିଲୁ।”


ସଦାପ୍ରଭୁ ଶତ୍ରୁ ପାଲଟିଛନ୍ତି। ସେ ଇସ୍ରାଏଲକୁ ଗ୍ରାସ କରିଅଛନ୍ତି। ସେ ତା'ର ସମସ୍ତ ଅଟ୍ଟାଳିକା ଓ ସମସ୍ତ ଦୁର୍ଗକୁ ଧ୍ୱଂସ କରିଅଛନ୍ତି। ଆଉ ସେ ଯିହୁଦା କନ୍ୟା ମଧ୍ୟରେ ଶୋକ ଓ ବିଳାପ ବୃଦ୍ଧି କରିଅଛନ୍ତି।


ସିୟୋନର ଲୋକମାନେ କହିବେ, “ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଆମ୍ଭମାନଙ୍କୁ ଗ୍ରାସ କରିଅଛି, ସେ ଆମ୍ଭମାନଙ୍କୁ ଚୂର୍ଣ୍ଣ କରିଅଛି। ସେ ଆମ୍ଭମାନଙ୍କୁ ଶୂନ୍ୟପାତ୍ର ସଦୃଶ କରିଅଛି। ସେ ଆମ୍ଭମାନଙ୍କୁ ନାଗସାପ ସଦୃଶ ଗ୍ରାସ କରିଅଛି। ଆମ୍ଭମାନଙ୍କର ସୁଖାଦ୍ୟ ଦ୍ରବ୍ୟରେ ସେ ଉଦର ପୂର୍ଣ୍ଣ କରିଅଛି ଓ ସେ ଆମ୍ଭମାନଙ୍କୁ ଦୂରକୁ ଫିଙ୍ଗି ଦେଇଅଛି।


ହେ ସଦାପ୍ରଭୁ, ଶୀଘ୍ର ମୋତେ ଉତ୍ତର ଦିଅ। ମୁଁ ମୋର ସାହସ ହରାଇଛି। ମୋ'ଠାରୁ ଦୂରେଇ ଯାଅ ନାହିଁ। ମୋତେ ମରିବାକୁ ଦିଅ ନାହିଁ, ନ ହେଲେ କବରରେ ଥିବା ମୃତ ତୁଲ୍ୟ ହେବି।


ସେ ସ୍ୱର୍ଗରୁ ମୋତେ ସାହାଯ୍ୟ କରନ୍ତି ଓ ରକ୍ଷା କରନ୍ତି। ଯେଉଁମାନେ ମୋତେ ଆକ୍ରମଣ କରନ୍ତି, ସେ ସେମାନଙ୍କୁ ଲଜ୍ଜିତ କରନ୍ତି। ପରମେଶ୍ୱର ତାଙ୍କର ସ୍ୱର୍ଗୀୟ ପ୍ରେମ ଓ ବିଶ୍ୱସ୍ତ ମଙ୍ଗଳ ପ୍ରଦାନ କରନ୍ତି। ସେଲା


ସେହି ଲୋକମାନଙ୍କୁ କହିବାକୁ ଦିଅ ନାହିଁ, “ଯାହା ଆମ୍ଭେ ଗ୍ଭହିଁଥିଲୁ ତାହା ଆମ୍ଭେ ପାଇଲୁ।” ସଦାପ୍ରଭୁ, ସେମାନେ କୁହନ୍ତୁ ନାହିଁ, “ଆମ୍ଭେ ତାକୁ ଧ୍ୱଂସ କରିଛୁ।”


ସେହି ଲୋକମାନେ କେବେ ସତ୍ୟ କଥା କହନ୍ତି ନାହିଁ। ସେମାନେ ସବୁ ମିଥ୍ୟାବାଦୀ, ସତ୍ୟକୁ ଗୋପନ ରଖନ୍ତି। ସେମାନଙ୍କର ପାଟି ଏକ କବର ସ୍ୱରୂପ ଓ ସେମାନଙ୍କ ଉଦ୍ଦେଶ୍ୟ ହେଲା ଅନ୍ୟ ଲୋକଙ୍କୁ ଫାନ୍ଦରେ ପକାଇବା, ସେମାନେ ଅନାବୃତ ମଧୁର କଥା କହି ଲୋକଙ୍କୁ ବିପଥଗାମୀ କରନ୍ତି।


ସେତେବେଳେ ପୃଥିବୀ ସେମାନଙ୍କୁ ଓ କୋରହକୁ ସମ୍ପୂର୍ଣ୍ଣଭାବେ ପରିବେଷ୍ଟନ କଲା। ଏହା ପରେ ସେମାନେ ନଷ୍ଟ ହେଲେ। ପୁଣି ଅଗ୍ନି 250 ଲୋକଙ୍କୁ ସମ୍ପୂର୍ଣ୍ଣଭାବେ ପରିବେଷ୍ଟନ କଲା। ଏହା ଏକ ସଙ୍କେତ ଚିହ୍ନ ସ୍ୱରୂପ ଥିଲା।


ଆମ୍ଭେମାନେ ତହିଁରୁ ସବୁପ୍ରକାର ବହୁମୂଲ୍ୟ ଧନ ପାଇବା। ଲୁଟିତ ଦ୍ରବ୍ୟରେ ଆମ୍ଭମାନଙ୍କର ଗୃହକୁ ପରିପୂର୍ଣ୍ଣ କରିବା।


Swiv nou:

Piblisite


Piblisite