Biblia Todo Logo
Bib sou entènèt

- Piblisite -




ହିତୋପଦେଶ 1:11 - ପବିତ୍ର ବାଇବଲ

11 ସେହି ଲୋକମାନେ ତୁମ୍ଭକୁ କହିପାରନ୍ତି, “ଆମ୍ଭମାନଙ୍କ ସହିତ ଆସ, ଆମ୍ଭେମାନେ ରକ୍ତପାତ କରିବାକୁ ଗ୍ଭହିଁ ବସୁ। ନିର୍ଦ୍ଦୋଷମାନଙ୍କୁ ବିନା କାରଣରେ ଧରିବାକୁ ଗୁପ୍ତରେ ଲୁଚି ରହୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ସେମାନେ ଯେବେ କହନ୍ତି, ଆମ୍ଭମାନଙ୍କ ସହିତ ଆସ, ଆମ୍ଭେମାନେ ରକ୍ତପାତ କରିବାକୁ ଛକି ବସୁ, ନିର୍ଦ୍ଦୋଷମାନଙ୍କୁ ଅକାରଣରେ ଧରିବାକୁ ଗୁପ୍ତରେ ଲୁଚି ରହୁ;

Gade chapit la Kopi

ଓଡିଆ ବାଇବେଲ

11 ସେମାନେ ଯଦି କହନ୍ତି, ଆମ୍ଭମାନଙ୍କ ସହିତ ଆସ, ଆମ୍ଭେମାନେ ହତ୍ୟା କରିବାକୁ ଛକି ବସୁ, ନିର୍ଦ୍ଦୋଷମାନଙ୍କୁ ଅକାରଣରେ ଧରିବାକୁ ଗୁପ୍ତରେ ଲୁଚି ରହୁ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ସେମାନେ ଯଦି କହନ୍ତି, “ଆମ୍ଭମାନଙ୍କ ସହିତ ଆସ, ଆମ୍ଭେମାନେ ହତ୍ୟା କରିବାକୁ ଛକି ବସୁ, ନିର୍ଦ୍ଦୋଷମାନଙ୍କୁ ଅକାରଣରେ ଧରିବାକୁ ଗୁପ୍ତରେ ଲୁଚି ରହୁ;

Gade chapit la Kopi




ହିତୋପଦେଶ 1:11
19 Referans Kwoze  

କାରଣ ଆମ୍ଭ ଲୋକମାନଙ୍କ ମଧ୍ୟରେ କେତେକ ଦୁଷ୍ଟ ଲୋକ ଅଛନ୍ତି। ସେମାନେ ବ୍ୟାଧ ତୁଲ୍ୟ ଫାଶ ବସାନ୍ତି ଓ ଲୋକମାନଙ୍କୁ ସେହି ଫାନ୍ଦରେ ପକାନ୍ତି।


ତେଣୁ ଏହି ଲୋକମାନେ ଗୁପ୍ତରେ ଛକି ବସନ୍ତି ଅନ୍ୟମାନଙ୍କୁ ହତ୍ୟା କରିବା ପାଇଁ। କିନ୍ତୁ ବାସ୍ତବରେ ସେମାନେ ନିଜ ନିଜର ପ୍ରାଣକୁ ଧରିବା ପାଇଁ ଜାଲ ବିଛାଇଥା’ନ୍ତି।


ଦୁଷ୍ଟମାନେ ରକ୍ତପାତ କରିବାକୁ ସେମାନଙ୍କର ଶବ୍ଦଗୁଡ଼ିକ ବ୍ୟବହାର କରନ୍ତି। କିନ୍ତୁ ନିଷ୍ଠାପର ଲୋକମାନଙ୍କର ଶବ୍ଦଗୁଡ଼ିକ ଅନ୍ୟ ଲୋକମାନଙ୍କୁ ବିପର୍ଯ୍ୟୟରୁ ରକ୍ଷା କରନ୍ତି।


ସେମାନେ ପାଉଲଙ୍କୁ ଯିରୁଶାଲମକୁ ପଠାଇଦେବା ପାଇଁ ତାହାଙ୍କୁ ଅନୁରୋଧ କଲେ। କାରଣ ସେମାନେ ତାହାଙ୍କୁ ରାସ୍ତାରେ ହତ୍ୟା କରିବାର ଷଡ଼ଯନ୍ତ୍ର କରିଥିଲେ।


ତେଣୁ ତୁମ୍ଭେ ଆମ୍ଭ ପାଇଁ ଏହି କାମ କରିବ। ତୁମ୍ଭେ ନିଜ ତରଫରୁ ସେନାଧ୍ୟକ୍ଷ ଓ ସମସ୍ତ ଯିହୂଦୀୟ ନେତାମାନଙ୍କ ପାଖକୁ ସମ୍ବାଦ ଦେବ। ତୁମ୍ଭେ ସେନାଧ୍ୟକ୍ଷଙ୍କୁ କହିବ ଯେ ତୁମ୍ଭେ ପାଉଲଙ୍କୁ ବାହାରକୁ ଆଣିବା ପାଇଁ ଗ୍ଭହଁ, କାରଣ ତୁମ୍ଭର ତାହାଙ୍କୁ ଅନେକ ପ୍ରଶ୍ନ ପଗ୍ଭରିବାର ଅଛି। ଆମ୍ଭେ ତାହାଙ୍କୁ ଏଠାରେ ପହଞ୍ଚିବା ପୂର୍ବରୁ ବାଟରେ ହତ୍ୟା କରିବା ପାଇଁ ପ୍ରସ୍ତୁତ ଅଛୁ।”


ମୁଁ ବୁଝୁଛି, ଦେଶରୁ ସମସ୍ତ ବିଶ୍ୱସ୍ତ ଓ ଉତ୍ତମ ଲୋକ ଗ୍ଭଲି ଯାଇଛନ୍ତି। ପ୍ରତ୍ୟେକ ଅନ୍ୟକୁ ମାରିବାକୁ ଅପେକ୍ଷା କରି ରହିଛନ୍ତି। ପ୍ରତ୍ୟେକ ନିଜର ଭାଇକୁ ମଧ୍ୟ ଜାଲରେ ପକାଇବାକୁ ଚେଷ୍ଟା କରୁଛନ୍ତି।


ସଦାପ୍ରଭୁ, ସେମାନେ ମୋ’ ବିପକ୍ଷରେ ଅଛନ୍ତି ବୋଲି ଦେଖାଇବା ପୂର୍ବରୁ ମୁଁ ଏକ ନିରୀହ ମେଷଶାବକ ପରି ହତ୍ୟା ପାଇଁ ରହିଥିଲି। ସେମାନେ ମୋ’ ବିରୁଦ୍ଧରେ ଅଛନ୍ତି ବୋଲି ମୁଁ ଜାଣି ନ ଥିଲି। ସେମାନେ ମୋ’ ବିରୁଦ୍ଧରେ କୁମନ୍ତ୍ରଣା କରି କହିଲେ, “ଆସ ଫଳ ସହିତ ବୃକ୍ଷକୁ କାଟି ନଷ୍ଟ କରିବା। ଲୋକେ ଯେପରି ତାଙ୍କୁ ଆଉ ସ୍ମରଣ ନ କରିବେ ସେଥିପାଇଁ ତାଙ୍କୁ କାଟି ପକାଇବା।”


କେତେକ ଲୋକ ଅଛନ୍ତି, ସେମାନଙ୍କର ବାକ୍ୟ ଖଣ୍ଡାଧାରଠାରୁ ତୀ‌‌‌କ୍ଷ୍‌‌‌ଣ। ସେମାନଙ୍କର ଦାନ୍ତ ଛୁରୀପରି ଅଟେ। ସେମାନେ ଏହାକୁ ଦରିଦ୍ର ଲୋକମାନଙ୍କୁ ଗ୍ରାସ କରିବାକୁ ବ୍ୟବହାର କରନ୍ତି।


ସେହି ପାପୀ ଲୋକମାନେ ସର୍ବଦା ପାପ କରିବାକୁ ପ୍ରସ୍ତୁତ ଥା’ନ୍ତି। ସେମାନେ ସର୍ବଦା ଲୋକମାନଙ୍କୁ ହତ୍ୟା କରିବାକୁ ଗ୍ଭହାନ୍ତି।


ସେମାନେ ମୋତେ ହତ୍ୟା କରିବାର ଆଶା ନେଇ ଲୁଚି ରହନ୍ତି ଓ ମୋର ପ୍ରତ୍ୟେକ ଗତିବିଧି ଲକ୍ଷ୍ୟ କରନ୍ତି।


ମୁଁ କୌଣସି ଭୁଲ୍ କାର୍ଯ୍ୟ କରି ନାହିଁ। ତଥାପି ସେ ଲୋକମାନେ ବିନା କାରଣରେ ମୋତେ ଯନ୍ତାରେ ପକାଇବାକୁ ଚେଷ୍ଟା କରିଥିଲେ। ସେମାନେ ମୋତେ ଯନ୍ତାରେ ପକାଇବାକୁ ଉଦ୍ୟମ କରିଥିଲେ।


ସେହି ଦୁଷ୍ଟ ଲୋକମାନେ ସିଂହ ସଦୃଶ ଯିଏକି ଅନ୍ୟ ପ୍ରାଣୀମାନଙ୍କୁ ଶିକାର କରି ଖାଇବାକୁ ଅପେକ୍ଷା କରିଥାଏ। ସେମାନେ ସିଂହ ଭଳି ଲୁଚି ରହି ଆକ୍ରମଣ କରିବାକୁ ସର୍ବଦା ପ୍ରସ୍ତୁତ ଥା’ନ୍ତି।


ଏସବୁ ଘଟିବା ଦ୍ୱାରା ତାହାଙ୍କ ବିଧି ବ୍ୟବସ୍ଥାରେ ଯାହା ଲେଖାଥିଲା ତାହା ସତ୍ୟ ହେଲା: ‘ସେମାନେ ମୋତେ ବିନା କାରଣରେ ଘୃଣା କଲେ।’


ହେ ଦୁଷ୍ଟ ଲୋକ, ତୁମ୍ଭେ ଧାର୍ମିକର ବାସସ୍ଥାନ ବିରୁଦ୍ଧରେ ଓଗାଳି ବସ ନାହିଁ। ତାହାର ବିଶ୍ରାମ ସ୍ଥାନ ଲୁଟ କର ନାହିଁ।


ଗ୍ଭେରର ଭାଗୀଦାର ଆପଣା ପ୍ରାଣକୁ ଘୃଣା କରେ। ଯଦି ସେ ବିଗ୍ଭରାଳୟରେ ବାଧ୍ୟ ହୁଏ କହିବାକୁ, ତେବେ ସେ ସତ୍ୟ କହିବାକୁ ବହୁତ ଭୟ କରିବ।


Swiv nou:

Piblisite


Piblisite