ଫିଲିପୀୟ 3:6 - ପବିତ୍ର ବାଇବଲ6 ଯିହୂଦୀଧର୍ମ ପାଇଁ ମୋର ଏତେ ଅଧିକ ଉଦ୍ଯୋଗ ଥିଲା ଯେ ମୁଁ ମଣ୍ଡଳୀକୁ ତାଡ଼ନା କରୁଥିଲି। ବିଶ୍ୱାସୀମାନଙ୍କୁ ତାଡ଼ନା ଦେଉଥିଲି। ମୁଁ ଯେପରି ଭାବରେ ମୋଶାଙ୍କ ନିୟମ ପାଳନ କରୁଥିଲି, କେହିହେଲେ ମୋ'ଠାରେ କୌଣସି ଦୋଷ ପାଇ ନ ଥିଲେ। Gade chapit laପବିତ୍ର ବାଇବଲ (Re-edited) - (BSI)6 ଉଦ୍ଯୋଗ ସମ୍ଵନ୍ଧରେ ମଣ୍ତଳୀର ଜଣେ ତାଡ଼ନାକାରୀ, ପୁଣି ବ୍ୟବସ୍ଥାଗତ ଧାର୍ମିକତା ସମ୍ଵନ୍ଧରେ ନିର୍ଦ୍ଦୋଷ ଦେଖାଯାଇଥିଲି। Gade chapit laଓଡିଆ ବାଇବେଲ6 ଉଦ୍ଯୋଗ ସମ୍ବନ୍ଧରେ ମଣ୍ଡଳୀର ଜଣେ ତାଡ଼ନାକାରୀ, ପୁଣି, ମୋଶାଙ୍କ ବ୍ୟବସ୍ଥାଗତ ଧାର୍ମିକତା ସମ୍ବନ୍ଧରେ ନିର୍ଦ୍ଦୋଷ ଦେଖାଯାଇଥିଲି । Gade chapit laପବିତ୍ର ବାଇବଲ (CL) NT (BSI)6 ଏବଂ ମୋର ନିଷ୍ଠାପରତା ହେତୁ ମୁଁ ଖ୍ରୀଷ୍ଟୀୟ ମଣ୍ଡଳୀକୁ ଉତ୍ପୀଡ଼ନ କଲି। ବ୍ୟବସ୍ଥାର ଆଜ୍ଞା ପାଳନ ଦ୍ୱାରା ଯଦି ମନୁଷ୍ୟ ଧାର୍ମିକ ହୋଇପାରେ, ତେବେ ମୁଁ ନିଷ୍ପାପ ଥିଲି। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT6 ଉଦ୍ଯୋଗ ସମ୍ବନ୍ଧରେ ମଣ୍ଡଳୀର ଜଣେ ତାଡ଼ନାକାରୀ, ପୁଣି, ମୋଶାଙ୍କ ବ୍ୟବସ୍ଥାଗତ ଧାର୍ମିକତା ସମ୍ବନ୍ଧରେ ନିର୍ଦ୍ଦୋଷ ଦେଖାଯାଇଥିଲି। Gade chapit la |
ଏହା ମୋତେ ଖ୍ରୀଷ୍ଟଙ୍କୁ ଲାଭ କରିବା ପାଇଁ ଓ ଖ୍ରୀଷ୍ଟଙ୍କଠାରେ ରହିବାକୁ ସାହାଯ୍ୟ କରେ। ଖ୍ରୀଷ୍ଟଙ୍କ ସହଭାଗିତାରେ ମୁଁ ପରମେଶ୍ୱରଙ୍କ ଧାର୍ମିକତା ପ୍ରାପ୍ତ ହୁଏ କିନ୍ତୁ ଏହି ଧାର୍ମିକତା ବ୍ୟବସ୍ଥା ପାଳନର ଫଳ ନୁହେଁ। ବରଂ ଏହା ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ପରମେଶ୍ୱରଙ୍କଠାରୁ ଆସେ। ପରମେଶ୍ୱର ତାହାଙ୍କ ପ୍ରତି ମୋତେ ସିଦ୍ଧ କରିବାକୁ ଖ୍ରୀଷ୍ଟଙ୍କଠାରେ ମୋର ବିଶ୍ୱାସକୁ ବ୍ୟବହାର କରନ୍ତି।
ଗିବିୟୋନୀୟମାନେ ଇସ୍ରାଏଲୀୟ ନ ଥିଲେ। ସେମାନେ ଇମୋରୀୟ ବଂଶଧର ଥିଲେ। ଇସ୍ରାଏଲୀୟମାନେ ପ୍ରତିଜ୍ଞା କରିଥିଲେ ସେମାନେ ଗିବିୟୋନୀୟମାନଙ୍କୁ ହତ୍ୟା କରିବେ ନାହିଁ। କିନ୍ତୁ ଶାଉଲ ସେମାନଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ। କାରଣ ତାଙ୍କର ଇସ୍ରାଏଲୀୟମାନଙ୍କ ପ୍ରତି ଓ ଯିହୁଦାମାନଙ୍କ ପ୍ରତି ଉଦ୍ଯୋଗୀ ହୋଇ ସେମାନଙ୍କୁ ବଧ କରିବାକୁ ଚେଷ୍ଟା କରିଥିଲେ। ରାଜା ଗିବିୟୋନୀୟମାନଙ୍କୁ ଡକାଇ କଥାବାର୍ତ୍ତା କଲେ।