Biblia Todo Logo
Bib sou entènèt

- Piblisite -




ଫିଲିପୀୟ 3:13 - ପବିତ୍ର ବାଇବଲ

13 ଭାଇ ଓ ଭଉଣୀମାନେ! ମୁଁ ଜାଣେ ଯେ ମୁଁ ଏପର୍ଯ୍ୟନ୍ତ ସେହି ଲକ୍ଷ୍ୟ ସ୍ଥଳକୁ ଯାଇ ପାରି ନାହିଁ। କିନ୍ତୁ ମୁଁ ସବୁବେଳେ ଏହି ଗୋଟିଏ କାର୍ଯ୍ୟ କରେ: ମୁଁ ଅତୀତର ବିଷୟସବୁ ଭୁଲି, ମୋ’ ଆଗରେ ଥିବା ଲକ୍ଷ୍ୟକୁ ଆଖିରେ ରଖି ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ କଠିନ ପରିଶ୍ରମ କରେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ହେ ଭାଇମାନେ, ମୁଁ ଏପର୍ଯ୍ୟନ୍ତ ତାହା ଧରିଅଛି ବୋଲି ମନେ କରୁ ନାହିଁ, କିନ୍ତୁ ଗୋଟିଏ ବିଷୟ ମୁଁ କରୁଅଛି,

Gade chapit la Kopi

ଓଡିଆ ବାଇବେଲ

13 ହେ ଭାଇମାନେ, ମୁଁ ଏପର୍ଯ୍ୟନ୍ତ ତାହା ଧରିଅଛି ବୋଲି ମନେ କରୁ ନାହିଁ, କିନ୍ତୁ ଗୋଟିଏ ବିଷୟ ମୁଁ କରୁଅଛି,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

13 ଅବଶ୍ୟ ଏ ପର୍ଯ୍ୟନ୍ତ ମୁଁ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ନାହିଁ। କିନ୍ତୁ ଗୋଟିଏ କାର୍ଯ୍ୟରେ ମୁଁ ନିବିଷ୍ଟ ରହିଛି; ପଚରେ ଛାଡ଼ି ଆସିଥିବା ବିଷୟଗୁଡ଼ିକୁ ଭୁଲିଯାଇ, ସମ୍ମୁଖରେ ଥିବା ବିଷୟଗୁଡ଼ିକୁ ପାଇବା ପାଇଁ ପ୍ରାଣପଣେ ଚେଷ୍ଟା କରୁଛି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ହେ ଭାଇମାନେ, ମୁଁ ଏପର୍ଯ୍ୟନ୍ତ ତାହା ଧରିଅଛି ବୋଲି ମନେ କରୁ ନାହିଁ, କିନ୍ତୁ ଗୋଟିଏ ବିଷୟ ମୁଁ କରୁଅଛି,

Gade chapit la Kopi




ଫିଲିପୀୟ 3:13
15 Referans Kwoze  

କିନ୍ତୁ ଯୀଶୁ ତାହାଙ୍କୁ କହିଲେ, “ଯେଉଁ ଲୋକ ଲଙ୍ଗଳ ଉପରେ ହାତ ଦେଇ ପଛକୁ ଗ୍ଭହେଁ, ସେ ପରମେଶ୍ୱରଙ୍କ ରାଜ୍ୟ ପାଇଁ ଯୋଗ୍ୟ ନୁହେଁ।”


ମୁଁ କହୁ ନାହିଁ ଯେ ପରମେଶ୍ୱର ମୋତେ ଯେପରି ହେବାକୁ ଗ୍ଭହାନ୍ତି, ମୁଁ ଠିକ୍ ସେହିପରି ହୋଇସାରିଛି। ମୁଁ ସେହି ଲକ୍ଷ୍ୟସ୍ଥଳରେ ଏପର୍ଯ୍ୟନ୍ତ ପହଞ୍ଚି ପାରି ନାହିଁ। କିନ୍ତୁ ମୁଁ ମୋର ଚେଷ୍ଟା ଅବିରତ ଜାରି ରଖିଛି, ଯାହାଦ୍ୱାରା ସେହି ଲକ୍ଷ୍ୟ ହାସଲ କରି ପାରିବି। ଯୀଶୁ ଖ୍ରୀଷ୍ଟ ଗ୍ଭହାନ୍ତି ଯେ ମୁଁ ସେହି ଲକ୍ଷ୍ୟ ପାଇପାରେ, ସେଥିପାଇଁ ସେ ମୋତେ ନିଜର କରିଛନ୍ତି।


ମୁଁ ସଦାପ୍ରଭୁଙ୍କଠାରେ ଗୋଟିଏ ମାତ୍ର ବିଷୟ ପ୍ରାର୍ଥନା କରେ, “ଯେପରି ମୋର ଜୀବନସାରା ସଦାପ୍ରଭୁଙ୍କ ଉପାସନା ମନ୍ଦିରରେ ବସିବାକୁ ସୁଯୋଗ ପାଏ, ଯାହା ଫଳରେ କି ମୁଁ ସଦାପ୍ରଭୁଙ୍କ ସୌନ୍ଦର୍ଯ୍ୟକୁ ଦେଖି ପାରିବି ଓ ତାଙ୍କ ପ୍ରାସାଦକୁ ଦର୍ଶନ କରି ପାରିବି।”


ମୁଁ ମୋର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବାର ମହାନତା ହେତୁ, ଅନ୍ୟ ସମସ୍ତ ବିଷୟକୁ ଏବେ ତୁଚ୍ଛ ମନେକରେ, ସେଗୁଡ଼ିକ ମୋ’ ପାଇଁ ମୂଲ୍ୟହୀନ। ଖ୍ରୀଷ୍ଟଙ୍କୁ ପାଇବା ପାଇଁ ଯେଉଁ ବିଷୟ ଗୁଡ଼ିକୁ ମହତ୍ତ୍ୱପୂର୍ଣ୍ଣ ଭାବୁଥିଲି, ମୁଁ ସବୁ ତ୍ୟାଗ କରିଛି। ମୁଁ ଏବେ ଜାଣେ ଯେ ସେଗୁଡ଼ିକ ମୂଲ୍ୟହୀନ ସଢ଼ାକୁଟା ପରି।


ଅତଏବ ଖ୍ରୀଷ୍ଟଙ୍କ ବିଷୟରେ ପ୍ରାରମ୍ଭିକ ଶିକ୍ଷାର ସମାପ୍ତି ଘଟାଇବା ଦରକାର। ଆମ୍ଭେ ଯେଉଁସବୁ କାର୍ଯ୍ୟ କରିବା ଆରମ୍ଭ କରିଛୁ, ତହିଁରୁ ପଶ୍ଚା‌ତ୍‌‌ପଦ ହେବା ନାହିଁ। ଯେତେବେଳେ ଆମ୍ଭେ ଖ୍ରୀଷ୍ଟଙ୍କଠାରେ ଆମ୍ଭ ଜୀବନ ଆରମ୍ଭ କରିଲୁ, ଆମ୍ଭେମାନେ ମନ୍ଦକର୍ମରୁ ବିମୁଖ ହୋଇ ପରମେଶ୍ୱରଙ୍କଠାରେ ବିଶ୍ୱାସ କଲୁ।


ମୋ’ ପ୍ରିୟ ମିତ୍ରଗଣ! ତୁମ୍ଭେମାନେ ସର୍ବଦା ପରମେଶ୍ୱରଙ୍କ ବାଧ୍ୟ ହୋଇଛ। ମୁଁ ତୁମ୍ଭ ସହିତ ଥିଲାବେଳେ ତୁମ୍ଭେମାନେ ପରମେଶ୍ୱରଙ୍କ ବାଧ୍ୟ ହୋଇଛ। ମୁଁ ତୁମ୍ଭ ସହିତ ନ ଥିଲାବେଳେ ମଧ୍ୟ ତୁମ୍ଭେ ତାହାଙ୍କ ବାଧ୍ୟ ହେବା ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ। ତୁମ୍ଭେ ନିଶ୍ଚିତ ହେବା ଆବଶ୍ୟକ ଯେ ମୋ’ ସାହାଯ୍ୟ ବିନା ତୁମ୍ଭେ ପରିତ୍ରାଣ ପାଇବ। ପରମେଶ୍ୱରଙ୍କ ପ୍ରତି ସମ୍ମାନ ଓ ଭୟ ରଖି ଏପରି କର।


କିନ୍ତୁ ଗୋଟିଏ ଜିନିଷ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ। ମରିୟମ ନିଜ ପାଇଁ ଠିକ୍ ଜିନିଷଟି ପସନ୍ଦ କରିଛି ଏବଂ ଏହା ତା'ଠାରୁ ଛଡ଼େଇ ନିଆଯିବ ନାହିଁ।”


ପ୍ରିୟ ମିତ୍ରଗଣ, କିନ୍ତୁ ଏହି ବିଶେଷ କଥା ଭୁଲ୍ ନାହିଁ, ପରମେଶ୍ୱରଙ୍କ ଲାଗି ଗୋଟିଏ ଦିନ ହଜାର ବର୍ଷ ଭଳି ଓ ହଜାର ବର୍ଷ ଗୋଟିଏ ଦିନ ଭଳି ଅଟେ।


ଏହି ସମୟ ପରେ, ଆମ୍ଭେ କୌଣସି ଲୋକକୁ ଜାଗତିକ ଦୃଷ୍ଟିରୁ ଦେଖିବା ନାହିଁ। ଅତୀତରେ ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କୁ ମଧ୍ୟ ଜାଗତିକ ଦୃଷ୍ଟିରେ ବୁଝିଥିଲୁ। କିନ୍ତୁ ଏବେ ଆମ୍ଭେ ସେହିପରି ଭାବୁନାହୁଁ।


ହେ ରାଜକୁମାରୀ, ଶୁଣ। ଯଦି ତୁମ୍ଭେ ମନଦେଇ ଶୁଣ, ତେବେ ସବୁ ବୁଝିପାରିବ, ଓ ତୁମ୍ଭର ପରିବାରକୁ ଭୁଲିଯାଅ।


Swiv nou:

Piblisite


Piblisite