Biblia Todo Logo
Bib sou entènèt

- Piblisite -




ଫିଲୀମନ 1:4 - ପବିତ୍ର ବାଇବଲ

4 ମୋ’ ପ୍ରାର୍ଥନାମାନଙ୍କରେ ମୁଁ ତୁମ୍ଭକୁ ସ୍ମରଣ କରେ। ତୁମ୍ଭ ପାଇଁ ସର୍ବଦା ମୁଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଏ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ପ୍ରଭୁ ଯୀଶୁ ଓ ସମସ୍ତ ସାଧୁଙ୍କ ପ୍ରତି ତୁମ୍ଭର ପ୍ରେମ ଓ ବିଶ୍ଵାସ ବିଷୟ ଶୁଣି

Gade chapit la Kopi

ଓଡିଆ ବାଇବେଲ

4 ପ୍ରଭୁ ଯୀଶୁ ଓ ସମସ୍ତ ପବିତ୍ର ସାଧୁଙ୍କ ପ୍ରତି ତୁମ୍ଭର ପ୍ରେମ ଓ ବିଶ୍ୱାସ ବିଷୟ ଶୁଣି

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

4 ପ୍ରତ୍ୟେକ ଥର ମୁଁ ପ୍ରାର୍ଥନା କରିବା ବେଳେ ତୁମକୁ ସ୍ମରଣ କରି ଈଶ୍ୱରଙ୍କୁ ଧନ୍ୟବାଦ ଦେଇଥାଏ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ପ୍ରଭୁ ଯୀଶୁଙ୍କଠାରେ ତୁମ୍ଭର ବିଶ୍ୱାସ ଓ ସମସ୍ତ ପବିତ୍ର ସାଧୁଙ୍କ ପ୍ରତି ତୁମ୍ଭର ପ୍ରେମ ବିଷୟ ଶୁଣି

Gade chapit la Kopi




ଫିଲୀମନ 1:4
8 Referans Kwoze  

ସର୍ବପ୍ରଥମେ ମୁଁ କହିବାକୁ ଗ୍ଭହେଁ ଯେ ତୁମ୍ଭ ସମସ୍ତଙ୍କ ପାଇଁ ମୁଁ ମୋର ପରମେଶ୍ୱରଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଧନ୍ୟବାଦ ଦେଉଛି। ମୁଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଉଛି କାରଣ ତୁମ୍ଭମାନଙ୍କର ବିଶ୍ୱାସ ବିଷୟରେ ସାରା ସଂସାର ଚର୍ଚ୍ଚା କରୁଛି।


ନିଜର ପ୍ରାର୍ଥନାରେ ମୁଁ ତୁମ୍ଭମାନଙ୍କୁ ମନେ ପକାଉଛି।


ମୁଁ ସବୁବେଳେ ଦିନରାତି ମୋ’ ପ୍ରାର୍ଥନାରେ ତୁମ୍ଭକୁ ମନେ ପକାଉଛି। ସେହି ପ୍ରାର୍ଥନାରେ ମୁଁ ତୁମ୍ଭ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଛି। ମୋର ପୂର୍ବଜମାନେ ସେହି ପରମେଶ୍ୱରଙ୍କୁ ସେବା କରିଥିଲେ। ମୁଁ ଯାହା ଠିକ୍ ବୋଲି ଜାଣେ ତାହା କରି ସର୍ବଦା ତାହାଙ୍କର ସେବା କରିଛି।


ଆମ୍ଭେ ସର୍ବଦା ତୁମ୍ଭମାନଙ୍କ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଛୁ। ଆମ୍ଭ ପାଇଁ ଏଭଳି କରିବା ଠିକ୍ ବୋଲି ଆମ୍ଭେ ଉଚିତ୍ ମନେ କରୁଛୁ। ତୁମ୍ଭମାନଙ୍କ ବିଶ୍ୱାସ ଯେହେତୁ ଅଧିକରୁ ଅଧିକ ବୃଦ୍ଧି ପାଇଛି, ଏହା ଠିକ୍ ବୋଲି ପ୍ରମାଣିତ ହେଉଛି।


ପ୍ରାର୍ଥନା କଲାବେଳେ ଆମ୍ଭେ ସର୍ବଦା ତୁମ୍ଭମାନଙ୍କ କଥା ମନେ ପକାଉ ଓ ତୁମ୍ଭମାନଙ୍କ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଉ।


ଆମ୍ଭ ପ୍ରାର୍ଥନାରେ ଆମ୍ଭେ ସବୁବେଳେ ତୁମ୍ଭ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଛୁ।


ଯେତେଥର ମୁଁ ତୁମ୍ଭମାନଙ୍କୁ ମନେପକାଏ, ସେତେଥର ପରମେଶ୍ୱରଙ୍କୁ ଆନନ୍ଦ ସହକାରେ ପ୍ରାର୍ଥନାରେ ଧନ୍ୟବାଦ ଦିଏ।


ପରମେଶ୍ୱରଙ୍କ ସମସ୍ତ ପବିତ୍ର ଲୋକମାନଙ୍କ ପ୍ରତି ତୁମ୍ଭର ପ୍ରେମ ଓ ପ୍ରଭୁ ଯୀଶୁଙ୍କଠାରେ ତୁମ୍ଭର ବିଶ୍ୱାସ ବିଷୟରେ ମୁଁ ଶୁଣିଛି ଓ ମୁଁ ତୁମ୍ଭର ସେହି ପ୍ରେମ ଓ ବିଶ୍ୱାସ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଛି।


Swiv nou:

Piblisite


Piblisite