Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 9:7 - ପବିତ୍ର ବାଇବଲ

7 ଏହି ଲୋକମାନେ ମୋଶାଙ୍କୁ କହିଲେ, “ଶବ ସ୍ପର୍ଶ କରି ଆମ୍ଭେମାନେ ଅଶୁଚି ହୋଇଅଛୁ। ତେଣୁ ସମସ୍ତ ଇସ୍ରାଏଲୀୟମାନଙ୍କ ସହିତ ସଦାପ୍ରଭୁଙ୍କୁ ନିର୍ଦ୍ଧାରିତ ସମୟରେ ଉପହାର କରିବା ପାଇଁ କାହିଁକି ଆମ୍ଭମାନଙ୍କୁ ଅନୁମତି ଦିଆ ନ ଯିବ?”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ସେହି ଲୋକମାନେ ତାଙ୍କୁ କହିଲେ, ଆମ୍ଭେମାନେ ମନୁଷ୍ୟର ଶବ ଦ୍ଵାରା ଅଶୁଚି ହୋଇଅଛୁ; ଏହେତୁ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ନିରୂପିତ ସମୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଉତ୍ସର୍ଗ କରିବା ପାଇଁ କିହେତୁ ଆମ୍ଭେମାନେ ନିବାରିତ ହେଉ?

Gade chapit la Kopi

ଓଡିଆ ବାଇବେଲ

7 ସେହି ଲୋକମାନେ ତାଙ୍କୁ କହିଲେ, “ଆମ୍ଭେମାନେ ମନୁଷ୍ୟର ଶବ ଦ୍ୱାରା ଅଶୁଚି ହୋଇଅଛୁ; ଏହେତୁ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ନିରୂପିତ ସମୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଉତ୍ସର୍ଗ କରିବା ପାଇଁ କି କାରଣରୁ ଆମ୍ଭେମାନେ ନିବାରିତ ହେଉଅଛୁ ?”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ସେହି ଲୋକମାନେ ତାଙ୍କୁ କହିଲେ, “ଆମ୍ଭେମାନେ ମନୁଷ୍ୟର ଶବ ଦ୍ୱାରା ଅଶୁଚି ହୋଇଅଛୁ; ଏହେତୁ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ନିରୂପିତ ସମୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଉତ୍ସର୍ଗ କରିବା ପାଇଁ କି କାରଣରୁ ଆମ୍ଭେମାନେ ନିବାରିତ ହେଉଅଛୁ?”

Gade chapit la Kopi




ଗଣନା ପୁସ୍ତକ 9:7
7 Referans Kwoze  

ତୁମ୍ଭେ ନିସ୍ତାରପର୍ବୀୟ ନୈବେଦ୍ୟ ପାଇଁ ଗୋମେଷାଦି ପଲରୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କୁ ଦେବ, ଯେଉଁଠାରେ ସେ ତାଙ୍କର ନାମ ସ୍ଥାପନ ପାଇଁ ପସନ୍ଦ କରିଛନ୍ତି।


“ଇସ୍ରାଏଲ ଲୋକମାନଙ୍କୁ କୁହ, ସେମାନେ ନିରୂପିତ ସମୟରେ ନିସ୍ତାରପର୍ବ ପାଳନ କରନ୍ତୁ।


ତୁମ୍ଭେମାନେ କହିବ, ‘ଏହା ହେଉଛି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିସ୍ତାରପର୍ବୀୟ ବଳିଦାନ। କାରଣ ଯେତେବେଳେ ଆମ୍ଭେ ମିଶରରେ ଥିଲୁ, ସଦାପ୍ରଭୁ ସେତେବେଳେ ଆମ୍ଭମାନଙ୍କୁ ଛାଡ଼ି କେବଳ ମିଶରବାସୀମାନଙ୍କୁ ଆଘାତ କରିଥିଲେ। ସଦାପ୍ରଭୁ ମିଶରବାସୀମାନଙ୍କୁ ହତ୍ୟା କଲାବେଳେ ଆମ୍ଭମାନଙ୍କୁ ସୁରକ୍ଷା ଦେଇଥିଲେ।’” ଯେଉଁଥିପାଇଁ ବର୍ତ୍ତମାନ ଲୋକମାନେ ନତମସ୍ତକ ହୋଇ ପ୍ରଣାମ କଲେ।


ମାତ୍ର କେତେକ ଲୋକ ମନୁଷ୍ୟର ଶବ ସ୍ପର୍ଶ କରି ଅଶୁଚି ହେବାରୁ ସେହି ଦିନ ସେମାନେ ନିସ୍ତାରପର୍ବ ପାଳନ କରି ପାରିଲେ ନାହିଁ। ଏଥିପାଇଁ ସେମାନେ ସେହି ଦିନ ମୋଶା ଓ ହାରୋଣଙ୍କ ନିକଟକୁ ଆସିଲେ।


ତେବେ ମୋଶା ସେମାନଙ୍କୁ କହିଲେ, “ତୁମ୍ଭେମାନେ ରୁହ, ତୁମ୍ଭମାନଙ୍କ ବିଷୟରେ ସଦାପ୍ରଭୁ କି ଆଜ୍ଞା ଦେବେ, ମୁଁ ପଗ୍ଭରେ।”


Swiv nou:

Piblisite


Piblisite