Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 9:20 - ପବିତ୍ର ବାଇବଲ

20 କେବେ କେବେ ସେହି ମେଘ ପବିତ୍ର ତମ୍ବୁ ଉପରେ ଅଳ୍ପ ସମୟ ରହିଲା, ସେ ସମୟରେ ସେମାନେ ଛାଉଣି କରି ରହିଲେ ଓ ମେଘର ଗତି ଅନୁସାରେ ଗତି କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

20 ପୁଣି କେବେ କେବେ ସେହି ମେଘ ଆବାସ ଉପରେ ଅଳ୍ପ ଦିନ ରହିଲା, ସେସମୟରେ ହେଁ ସେମାନେ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଛାଉଣି କରି ରହିଲେ ଓ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଯାତ୍ରା କଲେ।

Gade chapit la Kopi

ଓଡିଆ ବାଇବେଲ

20 ପୁଣି, କେବେ କେବେ ସେହି ମେଘ ଆବାସ ଉପରେ ଅଳ୍ପ ଦିନ ରହିଲା, ସେହି ସମୟରେ ମଧ୍ୟ ସେମାନେ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଛାଉଣି କରି ରହିଲେ ଓ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଯାତ୍ରା କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

20 ପୁଣି, କେବେ କେବେ ସେହି ମେଘ ଆବାସ ଉପରେ ଅଳ୍ପ ଦିନ ରହିଲା, ସେହି ସମୟରେ ମଧ୍ୟ ସେମାନେ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଛାଉଣି କରି ରହିଲେ ଓ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଯାତ୍ରା କଲେ।

Gade chapit la Kopi




ଗଣନା ପୁସ୍ତକ 9:20
8 Referans Kwoze  

ପୁଣି ଯେତେବେଳେ ସେହି ମେଘ ପବିତ୍ର ତମ୍ବୁ ଉପରେ ଦୀର୍ଘ ସମୟ ଧରି ରହିଲା, ସେତେବେଳେ ଇସ୍ରାଏଲ ଲୋକମାନେ ସଦାପ୍ରଭୁଙ୍କ ଆଜ୍ଞା ମାନି ଆଉ ଯାତ୍ରା କଲେ ନାହିଁ।


ବେଳେ ବେଳେ ପବିତ୍ର ତମ୍ବୁ ଉପରେ ମେଘ ସନ୍ଧ୍ୟାଠାରୁ ପ୍ରଭାତ ପର୍ଯ୍ୟନ୍ତ ରହିଲା ଓ ପ୍ରଭାତରେ ମେଘ ଗତିକଲା। ତେଣୁ ଇସ୍ରାଏଲ ଲୋକମାନେ ମଧ୍ୟ ଗତି କଲେ। ସେହି ଦିନରେ କିମ୍ବା ରାତିରେ ମେଘ ଗତି କରୁଥିଲା, ଇସ୍ରାଏଲର ଲୋକମାନେ ଯାତ୍ରା ଆରମ୍ଭ କଲେ।


ଏହି ପରମେଶ୍ୱର ହିଁ ଆମ୍ଭର ଚିରକାଳ ଲାଗି ପରମେଶ୍ୱର ଅଟନ୍ତି। ସେ ଚିରକାଳ ଲାଗି ଆମ୍ଭକୁ ପଥ ପ୍ରଦର୍ଶନ କରିବେ।


ତୁମ୍ଭେ ସର୍ବାନ୍ତଃ ହୃଦୟରେ ସଦାପ୍ରଭୁଙ୍କୁ ବିଶ୍ୱାସ କର ଏବଂ ନିଜର ଚତୁରତା ଉପରେ ନିର୍ଭର କର ନାହିଁ।


ତୁମ୍ଭର ପ୍ରତ୍ୟେକ କାର୍ଯ୍ୟରେ ତାଙ୍କୁ ମନେ କର ଓ ସେ ତୁମ୍ଭର ପଥସବୁ ସରଳ କରିବେ।


ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଇସ୍ରାଏଲ ଲୋକମାନେ ମେଘର ଗତିକୁ ଲକ୍ଷ୍ୟକରି ଯାତ୍ରା କଲେ ଓ ଛାଉଣି ସ୍ଥାପନ କଲେ, ଯେପର୍ଯ୍ୟନ୍ତ ସେହି ମେଘ ପବିତ୍ର ତମ୍ବୁଉପରେ ରହିଲା, ସେ ପର୍ଯ୍ୟନ୍ତ ସେମାନେ ଛାଉଣି ସ୍ଥାପନ କରି ରହିଲେ।


ଆଉ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ ପ୍ରଥମ ଥର ଯାତ୍ରା କଲେ।


ଏହି ଲୋକମାନଙ୍କୁ ଭୟ କର ନାହିଁ, କାରଣ ସଦାପ୍ରଭୁ ପରମେଶ୍ୱର ତୁମ୍ଭମାନଙ୍କ ସହିତ ରହିଛନ୍ତି। ସେ ମହାନ ଓ ଭୟଯୁକ୍ତ।


Swiv nou:

Piblisite


Piblisite