Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 8:21 - ପବିତ୍ର ବାଇବଲ

21 ପୁଣି ଲେବୀୟମାନେ ନିଜକୁ ଶୌଚ କଲେ ଓ ନିଜ ନିଜ ବସ୍ତ୍ର ଧୌତ କଲେ। ତହୁଁ ହାରୋଣ ସେମାନଙ୍କୁ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ନୈବେଦ୍ୟରୂପେ ଉତ୍ସର୍ଗ କଲେ ଓ ହାରୋଣ ସେମାନଙ୍କୁ ଶୁଚି କିବା ପାଇଁ ପ୍ରାୟଶ୍ଚିତ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

21 ପୁଣି ଲେବୀୟମାନେ ଆପଣା ଆପଣାକୁ ପାପରୁ ପରିଷ୍କାର କଲେ ଓ ଆପଣା ଆପଣା ବସ୍ତ୍ର ଧୌତ କଲେ; ତହୁଁ ହାରୋଣ ସେମାନଙ୍କୁ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ନୈବେଦ୍ୟ ରୂପେ ଉତ୍ସର୍ଗ କଲେ; ଆଉ ହାରୋଣ ସେମାନଙ୍କୁ ଶୁଚି କରିବା ନିମନ୍ତେ ପ୍ରାୟଶ୍ଚିତ୍ତ କଲେ।

Gade chapit la Kopi

ଓଡିଆ ବାଇବେଲ

21 ପୁଣି, ଲେବୀୟମାନେ ଆପଣା ଆପଣାକୁ ପାପରୁ ପରିଷ୍କାର କଲେ ଓ ଆପଣା ଆପଣା ବସ୍ତ୍ର ଧୌତ କଲେ; ତହୁଁ ହାରୋଣ ସେମାନଙ୍କୁ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ନୈବେଦ୍ୟ ରୂପେ ଉତ୍ସର୍ଗ କଲେ; ଆଉ ହାରୋଣ ସେମାନଙ୍କୁ ଶୁଚି କରିବା ନିମନ୍ତେ ପ୍ରାୟଶ୍ଚିତ୍ତ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 ପୁଣି, ଲେବୀୟମାନେ ଆପଣା ଆପଣାକୁ ପାପରୁ ପରିଷ୍କାର କଲେ ଓ ଆପଣା ଆପଣା ବସ୍ତ୍ର ଧୌତ କଲେ; ତହୁଁ ହାରୋଣ ସେମାନଙ୍କୁ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ନୈବେଦ୍ୟ ରୂପେ ଉତ୍ସର୍ଗ କଲେ; ଆଉ ହାରୋଣ ସେମାନଙ୍କୁ ଶୁଚି କରିବା ନିମନ୍ତେ ପ୍ରାୟଶ୍ଚିତ୍ତ କଲେ।

Gade chapit la Kopi




ଗଣନା ପୁସ୍ତକ 8:21
10 Referans Kwoze  

ସେମାନଙ୍କ ଶୁଚି କରିବାକୁ ଏହିରୂପେ କର। ସେମାନଙ୍କ ଉପରେ ଶୁଦ୍ଧ ଜଳ ସିଞ୍ଚନ କର ଓ ସେମାନେ ନିଜ ନିଜ ସମଗ୍ର ଶରୀର କ୍ଷୌର କରିବେ ଏବଂ ବସ୍ତ୍ର ଧୋଇବେ। ଏହିପରି ସେମାନେ ନିଜକୁ ନିଜେ ଶୁଚି କରନ୍ତୁ।


“ତତ୍ପରେ ସେହି ଶୁଚିମନ୍ତ ଲୋକ ତୃତୀୟ ଦିନରେ ଓ ସପ୍ତମ ଦିନରେ ସେହି ଅଶୁଚି ଜଣକ ଉପରେ ତାହା ଛିଞ୍ଚିବ। ତହୁଁ ସେ ସପ୍ତମ ଦିନରେ ସେହି ବ୍ୟକ୍ତିକୁ ପରିଷ୍କାର କରିବା ଉଚିତ୍। ଆଉ ସେ ନିଜର ବସ୍ତ୍ର ଧୋଇ ଜଳରେ ସ୍ନାନ କରିବା ଉଚିତ୍ ଓ ସନ୍ଧ୍ୟା ସମୟରେ ସେ ଶୁଚି ହେବ।


“ପୁଣି ତୁମ୍ଭେ ସେମାନଙ୍କୁ ଶୁଚି କରି ଦୋଳନୀୟ ନୈବେଦ୍ୟ ରୂପେ ଉତ୍ସର୍ଗ କରିବ, ତା'ପରେ ସେମାନେ ସେବାକରିବା ନିମନ୍ତେ ସମାଗମ-ତମ୍ବୁରେ ପ୍ରବେଶ କରିବେ।


ସେ ତୃତୀୟ ଦିନରେ ଓ ସପ୍ତମ ଦିନରେ ନିଜକୁ ଶୁଚି କରିବ। ଯଦି ସେ ତୃତୀୟ ଦିନରେ ନିଜକୁ ଶୁଚି ନ କରେ ତେବେ ସେ ସପ୍ତମ ଦିନରେ ଶୁଚି ହେବ ନାହିଁ।


“ମୁଁ ତୁମ୍ଭକୁ କହିଥିଲି ଇସ୍ରାଏଲର ପ୍ରତ୍ୟେକ ବଂଶର ପ୍ରଥମଜାତ ମୋର ସେବକ ହେବ। ବର୍ତ୍ତମାନ ଲେବୀୟମାନେ ମୋର ଅଧିକୃତ, ତେଣୁ ଇସ୍ରାଏଲୀୟମାନଙ୍କ ପ୍ରଥମଜାତ ପରିବର୍ତ୍ତେ ଲେବୀୟମାନେ ମୋର ହେବେ।


ଏବଂ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଆଜି ଏବଂ ଆସନ୍ତା କାଲି ତୁମ୍ଭେ ଏକ ବିଶେଷ ସଭାର ଆୟୋଜନ କର। ଲୋକମାନେ ସମସ୍ତେ ତାଙ୍କର ବସ୍ତ୍ର ଧୌତ କରି ପିନ୍ଧିବେ।


ତେଣୁ ମୋଶା, ହାରୋଣ ଓ ସମସ୍ତ ଇସ୍ରାଏଲର ଲୋକ ସଦାପ୍ରଭୁଙ୍କ ଆଜ୍ଞା ପାଳନ କଲେ। ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ଇସ୍ରାଏଲର ଲୋକମାନେ ଲେବୀୟମାନଙ୍କ ପ୍ରତି କଲେ।


ତା'ପରେ ଲେବୀୟମାନେ ହାରୋଣ ଓ ତାଙ୍କର ପୁତ୍ରଗଣଙ୍କ ସମ୍ମୁଖରେ ଆପଣା ଆପଣା ସେବାକାର୍ଯ୍ୟ ନିମନ୍ତେ ସମାଗମ-ତମ୍ବୁରେ ପ୍ରବେଶ କଲେ। ସଦାପ୍ରଭୁ ଲେବୀୟମାନଙ୍କ ବିଷୟରେ ମୋଶାଙ୍କୁ ଯେପରି ଆଜ୍ଞା ଦେଇଥିଲେ ତଦନୁସାରେ ସେମାନଙ୍କ ପ୍ରତି କଲେ।


ତହୁଁ ଶୁଚିକାରୀ ଯାଜକ ସେହି ଶୋଧନୀୟ ଲୋକକୁ ଓ ସେହିସବୁ ଦ୍ରବ୍ୟ ନେଇ ସମାଗମ-ତମ୍ବୁ ଦ୍ୱାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖରେ ସ୍ଥାପନ କରିବ।


Swiv nou:

Piblisite


Piblisite