Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 8:20 - ପବିତ୍ର ବାଇବଲ

20 ତେଣୁ ମୋଶା, ହାରୋଣ ଓ ସମସ୍ତ ଇସ୍ରାଏଲର ଲୋକ ସଦାପ୍ରଭୁଙ୍କ ଆଜ୍ଞା ପାଳନ କଲେ। ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ଇସ୍ରାଏଲର ଲୋକମାନେ ଲେବୀୟମାନଙ୍କ ପ୍ରତି କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

20 ଏହିରୂପେ ମୋଶା ଓ ହାରୋଣ ଓ ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ତଳୀ ଲେବୀୟମାନଙ୍କ ପ୍ରତି କଲେ; ସଦାପ୍ରଭୁ ଲେବୀୟମାନଙ୍କ ବିଷୟରେ ମୋଶାଙ୍କୁ ଯେସମସ୍ତ ଆଜ୍ଞା ଦେଇଥିଲେ, ତଦନୁସାରେ ଇସ୍ରାଏଲ-ସନ୍ତାନଗଣ ସେମାନଙ୍କ ପ୍ରତି କଲେ।

Gade chapit la Kopi

ଓଡିଆ ବାଇବେଲ

20 ଏହିରୂପେ ମୋଶା, ହାରୋଣ ଓ ଇସ୍ରାଏଲ ସନ୍ତାନଗଣଙ୍କର ସମସ୍ତ ମଣ୍ଡଳୀ ଲେବୀୟମାନଙ୍କ ପ୍ରତି କଲେ; ସଦାପ୍ରଭୁ ଲେବୀୟମାନଙ୍କ ବିଷୟରେ ମୋଶାଙ୍କୁ ଯେଉଁ ସମସ୍ତ ଆଜ୍ଞା ଦେଇଥିଲେ, ତଦନୁସାରେ ଇସ୍ରାଏଲ ସନ୍ତାନଗଣ ସେମାନଙ୍କ ପ୍ରତି କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

20 ଏହିରୂପେ ମୋଶା, ହାରୋଣ ଓ ଇସ୍ରାଏଲ-ସନ୍ତାନଗଣଙ୍କର ସମସ୍ତ ମଣ୍ଡଳୀ ଲେବୀୟମାନଙ୍କ ପ୍ରତି କଲେ; ସଦାପ୍ରଭୁ ଲେବୀୟମାନଙ୍କ ବିଷୟରେ ମୋଶାଙ୍କୁ ଯେଉଁ ସମସ୍ତ ଆଜ୍ଞା ଦେଇଥିଲେ, ତଦନୁସାରେ ଇସ୍ରାଏଲ-ସନ୍ତାନଗଣ ସେମାନଙ୍କ ପ୍ରତି କଲେ।

Gade chapit la Kopi




ଗଣନା ପୁସ୍ତକ 8:20
7 Referans Kwoze  

ମୁଁ ଇସ୍ରାଏଲର ଲୋକମାନଙ୍କ ମଧ୍ୟରେ ଲେବୀୟମାନଙ୍କୁ ଦାନରୂପେ ହାରୋଣ ଓ ତା'ର ପୁତ୍ରଗଣଙ୍କୁ ଦେଲି। ସେମାନେ ସମାଗମ-ତମ୍ବୁ ନିକଟରେ ଇସ୍ରାଏଲୀୟ ଲୋକ ବଦଳରେ ସେବା ଓ ସେମାନଙ୍କ ପାଇଁ ପ୍ରାୟଶ୍ଚିତ କିରିବେ। ଏହି ପ୍ରକାରେ ଇସ୍ରାଏଲର ଲୋକମାନେ ପବିତ୍ର ସ୍ଥାନ ନିକଟକୁ ଆସିଲାବେଳେ କୌଣସି ମହାମାରୀ ଆସିବ ନାହିଁ।”


ପୁଣି ଲେବୀୟମାନେ ନିଜକୁ ଶୌଚ କଲେ ଓ ନିଜ ନିଜ ବସ୍ତ୍ର ଧୌତ କଲେ। ତହୁଁ ହାରୋଣ ସେମାନଙ୍କୁ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ନୈବେଦ୍ୟରୂପେ ଉତ୍ସର୍ଗ କଲେ ଓ ହାରୋଣ ସେମାନଙ୍କୁ ଶୁଚି କିବା ପାଇଁ ପ୍ରାୟଶ୍ଚିତ କଲେ।


ତେଣୁ ସମସ୍ତ ଇସ୍ରାଏଲୀୟମାନେ ସଦାପ୍ରଭୁ ମୋଶାଙ୍କୁ ଦେଇଥିବା ଆଜ୍ଞାକୁ ମାନିଲେ।


ମାତ୍ର ତୁମ୍ଭେ ପବିତ୍ର ତମ୍ବୁ ଓ ତହିଁର ସମସ୍ତ ଦ୍ରବ୍ୟ ଏବଂ ଯେଉଁ ସମସ୍ତ ଜିନିଷ ତାହା ସହିତ ତା’ ଉପରେ ଲେବୀୟମାନଙ୍କୁ ନିଯୁକ୍ତ କରିବ; ସେମାନେ ପବିତ୍ର ତମ୍ବୁ ଓ ତହିଁର ସମସ୍ତ ଦ୍ରବ୍ୟ ବୋହିବେ ଓ ସେମାନେ ତହିଁର ସେବା କରିବେ ଓ ତମ୍ବୁର ଗ୍ଭରିଆଡ଼େ ଛାଉଣି କରି ରହିବେ।


ସଦାପ୍ରଭୁ ମୋଶାଙ୍କୁ ଯେଉଁସବୁ ଆଜ୍ଞା ଦେଇଥିଲେ, ଇସ୍ରାଏଲୀୟମାନେ ସେହିରୂପେ ମାନି କାର୍ଯ୍ୟ କଲେ।


ତହିଁରେ ସେମାନେ ପ୍ରଥମ ମାସ ଚତୁର୍ଦ୍ଦଶ ଦିନର ଗୋଧୂଳି ସମୟରେ ସୀନୟ ମରୁଭୂମିରେ ନିସ୍ତାରପର୍ବ ପାଳନ କଲେ, ସଦାପ୍ରଭୁ ମୋଶାଙ୍କୁ ଯେପରି ଆଜ୍ଞା ଦେଇଥିଲେ ତଦନୁସାରେ ଇସ୍ରାଏଲର ଲୋକମାନେ ସବୁ କାର୍ଯ୍ୟ କଲେ।


ଯଦି ସେହି ମେଘ ପବିତ୍ର ତମ୍ବୁ ଉପରେ ଦୁଇ ଦିନ, ଏକ ମାସ କିମ୍ବା ବହୁ ସମୟ ଧରି ରହିଲା ଲୋକମାନେ ଯାତ୍ରା ବନ୍ଦ କରି ଛାଉଣିରେ ରହିଲେ, ପୁଣି ମେଘ ଯେତେବେଳେ ଗତି କରୁଥିଲା, ସେମାନେ ଯାତ୍ରା କଲେ।


Swiv nou:

Piblisite


Piblisite