Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 8:12 - ପବିତ୍ର ବାଇବଲ

12 “ଲେବୀୟମାନଙ୍କୁ କୁହ ଏହି ଦୁଇ ଷଣ୍ଢର ମସ୍ତକରେ ସେମାନଙ୍କର ହସ୍ତ ରଖିବେ। ତହୁଁ ତୁମ୍ଭେ ଲେବୀୟମାନଙ୍କ ନିମନ୍ତେ ପ୍ରାୟଶ୍ଚିତ କରିବା ପାଇଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୋଟିକୁ ପାପାର୍ଥକ ବଳି ରୂପେ ଓ ଅନ୍ୟଟିକୁ ହୋମାର୍ଥକ ବଳିରୂପେ ଉତ୍ସର୍ଗ କରିବା ଉଚିତ୍।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ତହିଁ ଉତ୍ତାରେ ଲେବୀୟମାନେ ସେହି ଦୁଇ ଗୋବତ୍ସର ମସ୍ତକରେ ଆପଣାମାନଙ୍କ ହସ୍ତର ନିର୍ଭର ଦେବେ; ତହୁଁ ତୁମ୍ଭେ ଲେବୀୟମାନଙ୍କ ପାଇଁ ପ୍ରାୟଶ୍ଚିତ୍ତ କରିବା ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୋଟିକି ପାପାର୍ଥକ ବଳି ରୂପେ ଓ ଅନ୍ୟଟିକି ହୋମାର୍ଥକ ବଳି ରୂପେ ଉତ୍ସର୍ଗ କରିବ।

Gade chapit la Kopi

ଓଡିଆ ବାଇବେଲ

12 ତହିଁ ଉତ୍ତାରେ ଲେବୀୟମାନେ ସେହି ଦୁଇ ଗୋବତ୍ସର ମସ୍ତକରେ ଆପଣାମାନଙ୍କ ହସ୍ତ ରଖିବେ; ତହୁଁ ତୁମ୍ଭେ ଲେବୀୟମାନଙ୍କ ପାଇଁ ପ୍ରାୟଶ୍ଚିତ୍ତ କରିବା ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୋଟିଏକୁ ପାପାର୍ଥକ ବଳି ରୂପେ ଓ ଅନ୍ୟଟିକୁ ହୋମାର୍ଥକ ବଳି ରୂପେ ଉତ୍ସର୍ଗ କରିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ତହିଁ ଉତ୍ତାରେ ଲେବୀୟମାନେ ସେହି ଦୁଇ ଗୋବତ୍ସର ମସ୍ତକରେ ଆପଣାମାନଙ୍କ ହସ୍ତ ରଖିବେ; ତହୁଁ ତୁମ୍ଭେ ଲେବୀୟମାନଙ୍କ ପାଇଁ ପ୍ରାୟଶ୍ଚିତ୍ତ କରିବା ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୋଟିଏକୁ ପାପାର୍ଥକ ବଳି ରୂପେ ଓ ଅନ୍ୟଟିକୁ ହୋମାର୍ଥକ ବଳି ରୂପେ ଉତ୍ସର୍ଗ କରିବ।

Gade chapit la Kopi




ଗଣନା ପୁସ୍ତକ 8:12
25 Referans Kwoze  

“ତା'ପରେ ସେହି ବାଛୁରିକୁ ସମାଗମ-ତମ୍ବୁ ନିକଟକୁ ଆଣ। ହାରୋଣ ଏବଂ ତା'ର ପୁତ୍ରମାନେ ସେହି ଗୋବତ୍ସ ମସ୍ତକରେ ହାତ ରଖିବେ।


ବ୍ୟବସ୍ଥା କୁହେ ଯେ, ପ୍ରତ୍ୟେକ ବସ୍ତୁ ରକ୍ତ ଦ୍ୱାରା ଶୁଦ୍ଧ ହୋଇ ପାରିବ। ଓ ବିନା ରକ୍ତରେ ପାପଗୁଡ଼ିକୁ କ୍ଷମା କରାଯାଇ ପାରିବ ନାହିଁ।


ତା'ପରେ ମୋଶା ପାପାର୍ଥକ ବଳିର ଗୋବତ୍ସ ଆଣିଲେ। ତା'ପରେ ହାରୋଣ ଓ ତାଙ୍କର ପୁତ୍ରଗଣ ସେହି ପାପାର୍ଥକ ବଳିର ଗୋବତ୍ସ ମସ୍ତକ ଉପରେ ହସ୍ତ ରଖିଲେ।


ପୁଣି ସେ ହୋମବଳିର ମସ୍ତକରେ ଆପଣା ହସ୍ତ ରଖିବ। ତାହାହେଲେ ସେହି ବଳି ତାହାର ପ୍ରାୟଶ୍ଚିତ ରୂପେ ଗ୍ରାହ୍ୟ ହେବ।


“ତା'ପରେ ସେମାନେ ଏକ ଗୋବତ୍ସ ଓ ତା’ ସହିତ ତୈଳମିଶ୍ରିତ ସରୁ ମଇଦାର ଭକ୍ଷ୍ୟ ନୈବେଦ୍ୟ ଆଣନ୍ତୁ, ପୁଣି ଆଉ ଏକ ଗୋବତ୍ସ ପାପାର୍ଥକ ବଳି ନିମନ୍ତେ ଆଣନ୍ତୁ।


“ତା'ପରେ ଯାଜକ ହୋମବଳି ଓ ପାପାର୍ଥକ ବଳି ସଦାପ୍ରଭୁଙ୍କ ଆଗରେ ଉତ୍ସର୍ଗ କରିବା ଉଚିତ୍।


ପୁଣି ସେ ସଦାପ୍ରଭୁଙ୍କ ପାଇଁ ତାହାର ଭେଟି ଆଣିବ, ଗୋଟିଏ ଏକବର୍ଷୀୟ ହୃଷ୍ଟପୁଷ୍ଟ ପୁଂ ମେଷ ହୋମବଳି ପାଇଁ ଆଣିବ। ଗୋଟିଏ ହୃଷ୍ଟପୁଷ୍ଟ ମେଷ ପାପାର୍ଥକ ବଳି ନିମନ୍ତେ ଓ ଗୋଟିଏ ହୃଷ୍ଟପୁଷ୍ଟ ଅଣ୍ତିରା ମେଣ୍ଢା ମଙ୍ଗଳାର୍ଥକ ନୈବେଦ୍ୟ ରୂପେ ଉତ୍ସର୍ଗ କରିବ।


ପୁଣି ହାରୋଣ ସେହି ଜିଅନ୍ତା ଛାଗର ମସ୍ତକରେ ଆପଣା ଦୁଇହସ୍ତ ରଖି ତାହା ଉପରେ ଇସ୍ରାଏଲ ସନ୍ତାନଗଣର ସମସ୍ତ ଅପରାଧ, ସମସ୍ତ ଅଧର୍ମ ଓ ସମସ୍ତ ପାପ ସ୍ୱୀକାର କରିବ। ଆଉ ତାହା ସବୁ ସେହି ଛାଗର ମସ୍ତକରେ ଅର୍ପଣ କରି ପୂର୍ବରୁ ପ୍ରସ୍ତୁତ ଥିବା ଲୋକ ହସ୍ତରେ ତାହାକୁ ମରୁଭୂମିକୁ ପଠାଇ ଦେବ।


“ତା'ପରେ ହାରୋଣ ନିଜ ପାଇଁ ପାପାର୍ଥକ ବଳିର ଯେଉଁ ଗୋବତ୍ସ ଆଣିଥିଲା, ନିଜ ପାଇଁ ଓ ନିଜ ଘର ପାଇଁ ପ୍ରାୟଶ୍ଚିତ କରିବ, ପୁଣି ନିଜ ପାପାର୍ଥକ ବଳିର ସେହି ଗୋବତ୍ସକୁ ବଧ କରିବ।


ତା'ପରେ ହାରୋଣ ନିଜ ପାଇଁ ଗୋବତ୍ସକୁ ପାପାର୍ଥକ ବଳିରୂପେ ଉତ୍ସର୍ଗ କରିବ। ସେ ନିଜକୁ ଓ ନିଜ ପରିବାରକୁ ଏଥିରେ ପ୍ରାୟଶ୍ଚିତ କରିବ।


ପୁଣି ସେହି ଦରିଦ୍ର ଲୋକର ପ୍ରାପ୍ତିର ସାଧ୍ୟ ଅନୁସାରେ ଦୁଇଟି କପୋତ କିମ୍ବା ଦୁଇଟି ପାରା ଆଣିବ। ଆଉ ସେଥିରୁ ଗୋଟିଏ ପାପାର୍ଥକ ବଳି ଓ ଅନ୍ୟଟି ହୋମବଳି ହେବ।


ତା'ପରେ ମୋଶା ହାରୋଣଙ୍କୁ କହିଲେ, “ଯଜ୍ଞବେଦି ନିକଟକୁ ଆସ ଓ ଲୋକମାନଙ୍କ ଦ୍ୱାରା କରାଯାଇଥିବା ପାପର ପ୍ରାୟଶ୍ଚିତ ପାଇଁ ପାପାର୍ଥକ ବଳି ଓ ହୋମବଳି ଉତ୍ସର୍ଗ କର। ତା'ପରେ ଲୋକମାନଙ୍କର ଉପହାର ଉତ୍ସର୍ଗ କର ଓ ପ୍ରାୟଶ୍ଚିତ କର। କାରଣ ସଦାପ୍ରଭୁ ତୁମ୍ଭକୁ ଏହା କରିବା ପାଇଁ ଆଜ୍ଞା ଦେଇଛନ୍ତି।”


ଆଜି ଯାହାସବୁ କରାଗଲା, ସଦାପ୍ରଭୁ ତୁମ୍ଭମାନଙ୍କ ନିମନ୍ତେ ପ୍ରାୟଶ୍ଚିତ କରିବାକୁ ସେସବୁ ଆଜ୍ଞା ଦେଇଛନ୍ତି।


ତା'ପରେ ସେ ହୋମବଳି ପାଇଁ ମେଷ ଆଣିଲେ। ହାରୋଣ ଓ ତାଙ୍କର ପୁତ୍ରଗଣ ମେଷର ମସ୍ତକରେ ହସ୍ତ ରଖିଲେ।


“ଯଦି ସେ ମେଷ ଶାବକ ଦେବାକୁ ଅକ୍ଷମ ତେବେ ସେ ଦୁଇଟି କପୋତ କିମ୍ବା ଦୁଇଟି ପାରାଛୁଆ ଆପଣା କୃତ ଦୋଷାର୍ଥକ ବଳିଦାନ ରୂପେ ଆଣିବ। ତହିଁରୁ ଗୋଟିଏ ପାପ ନିମନ୍ତେ ଓ ଅନ୍ୟଟି ହୋମବଳି ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ।


ସେ ଉତ୍ସର୍ଗ କରାଯାଇଥିବା ପଶୁଠାରୁ ସମସ୍ତ ମେଦ କାଢ଼ି ନେବ। ଯେପରି ସେ ସହଭାଗିତାର ନୈବେଦ୍ୟକୁ କରିଥିଲା ଏବଂ ସଦାପ୍ରଭୁଙ୍କୁ ଉପହାର ଦେବାକୁ ଯାଜକ ଏହାକୁ ଯଜ୍ଞବେଦିରେ ଦ‌‌‌‌ଗ୍‌‌‌‌ଧ କରିବ। ଏହି ପ୍ରକାରେ ଯାଜକ ନିଜ ପାପ ପାଇଁ ତା'ର ତରଫରୁ ପ୍ରାୟଶ୍ଚିତ କରିବ ଏବଂ ତାକୁ କ୍ଷମା ଦିଆଯିବ।


ପୁଣି ସେହି ପାପାର୍ଥକ ନୈବେଦ୍ୟର ଗୋବତ୍ସକୁ ଯେପରି କଲ, ଏହାକୁ ସେହିପରି କରିବ। ଏହିପରି ଯାଜକ ସେମାନଙ୍କ ପାଇଁ ପ୍ରାୟଶ୍ଚିତ କରିବ। ତା'ହେଲେ ଇସ୍ରାଏଲ ଲୋକ କ୍ଷମାପ୍ରାପ୍ତ ହେବେ।


ପୁଣି ସେ ଅଭିଷିକ୍ତ ଯାଜକ ଆପଣା ବଳିକୁ ସମାଗମ-ତମ୍ବୁର ଦ୍ୱାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖକୁ ଆଣିବ। ତା'ର ମସ୍ତକରେ ହାତ ରଖି ସଦାପ୍ରଭୁଙ୍କ ସମ୍ମୁଖରେ ବଧ କରିବ।


ତା'ପରେ ମଣ୍ଡଳୀର ପ୍ରାଚୀନବର୍ଗ ସେହି ଗୋବତ୍ସର ମସ୍ତକରେ ହାତ ରଖି ସଦାପ୍ରଭୁଙ୍କ ସମ୍ମୁଖରେ ତାକୁ ବଧ କରିବେ।


ପୁଣି ତୁମ୍ଭେ ହାରୋଣ ଓ ତାହାର ପୁତ୍ରଗଣ ସମ୍ମୁଖରେ ଲେବୀୟମାନଙ୍କୁ ଉପସ୍ଥିତ କରାଇ ଦୋଳନୀୟ ନୈବେଦ୍ୟରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ।


ତତ୍ପରେ ମୋଶା ତାକୁ ବଧ କଲେ ଓ ସେହି ରକ୍ତ ନେଇ ଅଙ୍ଗୁଳି ଦ୍ୱାରା ଯଜ୍ଞବେଦିର ଗ୍ଭରିଆଡ଼େ ଶିଙ୍ଗ ଉପରେ ଦେଇ ଯଜ୍ଞବେଦିକି ପାପ ମୁକ୍ତ କଲେ। ଆଉ ଯଜ୍ଞବେଦି ମୂଳରେ ସେହି ରକ୍ତକୁ ଢାଳି ଦେଲେ। ଲୋକମାନଙ୍କୁ ପ୍ରାୟଶ୍ଚିତ କରିବା ପାଇଁ ସେ ଏହାକୁ ପବିତ୍ର କଲେ।


Swiv nou:

Piblisite


Piblisite