Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 6:5 - ପବିତ୍ର ବାଇବଲ

5 “ତାହାର ପ୍ରତିଜ୍ଞା ହେତୁ ପୃଥକ୍ ଥିବା ସମସ୍ତ ଦିନ ତାହାର ମସ୍ତକରେ କ୍ଷୁର ଲାଗିବ ନାହିଁ, ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପୃଥକ୍ ଥିବା ଦିନ ସମାପ୍ତ ହେବା ପର୍ଯ୍ୟନ୍ତ ସେ ପବିତ୍ର ରହିବ, ସେ ତା'ର ମସ୍ତକର କେଶ ବୃଦ୍ଧି ପାଇବାକୁ ଦେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ତାହାର ବ୍ରତ ହେତୁ ପୃଥକ ଥିବା ସମସ୍ତ ଦିନ ତାହାର ମସ୍ତକରେ କ୍ଷୁର ଲାଗିବ ନାହିଁ ; ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପୃଥକ ଥିବା ଦିନ ସମାପ୍ତ ହେବା ପର୍ଯ୍ୟନ୍ତ ସେ ପବିତ୍ର ରହିବ, ସେ ଆପଣା ମସ୍ତକର କେଶ ବୃଦ୍ଧି ପାଇବାକୁ ଦେବ।

Gade chapit la Kopi

ଓଡିଆ ବାଇବେଲ

5 ତାହାର ବ୍ରତ ହେତୁ ପୃଥକ୍ ଥିବା ସମସ୍ତ ଦିନ ତାହାର ମସ୍ତକରେ କ୍ଷୁର ଲାଗିବ ନାହିଁ; ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପୃଥକ୍ ଥିବା ଦିନ ସମାପ୍ତ ହେବା ପର୍ଯ୍ୟନ୍ତ ସେ ପବିତ୍ର ରହିବ, ସେ ଆପଣା ମସ୍ତକର କେଶ ବୃଦ୍ଧି ପାଇବାକୁ ଦେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ତାହାର ବ୍ରତ ହେତୁ ପୃଥକ ଥିବା ସମସ୍ତ ଦିନ ତାହାର ମସ୍ତକରେ କ୍ଷୁର ଲାଗିବ ନାହିଁ; ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପୃଥକ ଥିବା ଦିନ ସମାପ୍ତ ହେବା ପର୍ଯ୍ୟନ୍ତ ସେ ପବିତ୍ର ରହିବ, ସେ ଆପଣା ମସ୍ତକର କେଶ ବୃଦ୍ଧି ପାଇବାକୁ ଦେବ।

Gade chapit la Kopi




ଗଣନା ପୁସ୍ତକ 6:5
9 Referans Kwoze  

ସେ ଏହା କହି ପରମେଶ୍ୱରଙ୍କ ନିକଟରେ ପ୍ରତିଜ୍ଞା କଲା, “ସର୍ବଶକ୍ତିମାନ ସଦାପ୍ରଭୁ ଯଦି ତୁମ୍ଭେ ଦେଖୁଥାଅ ମୁଁ କେତେ ଦୁଃଖୀ, ଯଦି ତୁମ୍ଭେ ତୁମ୍ଭର ଦାସୀକୁ ମନେ ରଖିଥାଅ, ତେବେ ମୋତେ ଏକ ପୁତ୍ର ଦିଅ। ତା'ହେଲେ ମୁଁ ସେହି ପୁତ୍ରଟିକୁ ତୁମ୍ଭଠାରେ ଉତ୍ସର୍ଗ କରିବି। ସେ ତା'ର ଜୀବନସାରା ତୁମ୍ଭର ସେବା କରିବ। ସେ ଦ୍ରାକ୍ଷାରସ ଏବଂ ସୁରା ନାସରୀୟ ତୁଲ୍ୟ ପିଇବ ନାହିଁ ଏବଂ ତା'ର ବାଳ କାଟିବା ପାଇଁ କୌଣସି କ୍ଷୁର ତା'ର ମୁଣ୍ଡରେ ସ୍ପର୍ଶ କରିବ ନାହିଁ।”


ଶେଷରେ ଶା‌ମ୍‌ଶୋନ୍ ସମସ୍ତ ଗୁପ୍ତକଥା ତାକୁ ଜଣାଇଲେ। ସେ ତାକୁ କହିଲେ, “ମୁଁ ଜନ୍ମ ପୂର୍ବରୁ ସଦାପ୍ରଭୁଙ୍କୁ ସମର୍ପଣ ହୋଇଥିଲି। ମୁଁ ମୋର ବାଳ କେବେ କାଟି ନ ଥିଲି। ଯଦି କୌଣସି ଲୋକ ମୋର ମୁଣ୍ଡର ବାଳ କାଟି ସଫା କରିଦିଏ, ତେବେ ମୁଁ ମୋର ସମସ୍ତ ଶକ୍ତି ହରାଇବି ଓ ସାଧାରଣ ଲୋକଙ୍କ ପରି ହୋଇଯିବି।”


କାରଣ ତୁମ୍ଭେ ଗର୍ଭବତୀ, ଏବଂ ତୁମ୍ଭେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେବା ପାଇଁ ଯାଉଛ। ତା'ର ମସ୍ତକରେ କ୍ଷୁର ଲାଗିବ ନାହିଁ। ସେ ଗର୍ଭରେ ଥିବା ସମୟରୁ ନାସରୀୟରୂପେ ସଦାପ୍ରଭୁଙ୍କୁ ଉତ୍ସର୍ଗିତ ହୋଇଅଛି। ସେ ପଲେଷ୍ଟୀୟମାନଙ୍କ କବଳରୁ ଇସ୍ରାଏଲକୁ ଉଦ୍ଧାର କରିବ।”


ଦଲୀଲା ତାଙ୍କୁ ନିଜର କୋଳରେ ଶୁଆଇ ଦେଲା ଏବଂ ତା'ପରେ ତାଙ୍କର ସାତୋଟି ବେଣୀକୁ କ୍ଷୌର କରିବା ପାଇଁ, ଭିତରେ ଥିବା ଲୋକଟିକୁ ସେ ଡାକିଲା। ତା'ପରେ ଆଉ ଜଣେ ଲୋକ ଡକାଇ ତା'ର ମୁଣ୍ଡରୁ ସାତବେଣୀ କଟାଇଲା। ଏହିପରି ସେ ଶା‌ମ୍‌ଶୋ‌ନଙ୍କୁ କଷ୍ଟ ଦେବାକୁ ଆରମ୍ଭ କଲା ଓ ଶା‌ମ୍‌ଶୋ‌ନ୍‌ର ସାମର୍ଥ୍ୟ ଗ୍ଭଲିଗଲା।


ପାଉଲ ସେଠାରେ ଭାଇମାନଙ୍କ ସହିତ ଅନେକ ଦିନ ରହିଲେ। ତା'ପରେ ସେ ବିଦାୟ ନେଇ ଜଳପଥରେ ସୁରିଆ ଦେଶକୁ ଗଲେ। ତାହାଙ୍କ ସହିତ ପ୍ରୀସ୍କିଲ୍ଲା ଓ ଆକ୍ୱିଲା ମଧ୍ୟ ଗଲେ। ପରମେଶ୍ୱରଙ୍କ ନିକଟରେ ଏକ ଶପଥ କରିଥିବାରୁ ପାଉଲ କେଙ୍କ୍ରେୟାରେ ଲଣ୍ଡା ହେଲେ।


ସେ ତାହାର ପୃଥକ୍ ଥିବା ସମସ୍ତ ଦିନ ଦ୍ରାକ୍ଷା ଫଳରେ ପ୍ରସ୍ତୁତ କୌଣସି ଦ୍ରବ୍ୟ କି ତହିଁର ମଞ୍ଜିଠାରୁ ଚୋପା ପର୍ଯ୍ୟନ୍ତ କିଛି ଖାଇବ ନାହିଁ।


“ଏହି ଯାଜକଗଣ ସେମାନଙ୍କର ମସ୍ତକ ନିଶ୍ଚୟ କ୍ଷୌର କରିବେ ନାହିଁ। କିମ୍ବା ସେମାନଙ୍କର କେଶକୁ ଲମ୍ବା ହେବାକୁ ଦେବେ ନାହିଁ। ସେମାନେ କେବଳ ସେମାନଙ୍କର କେଶ କର୍ତ୍ତନ କରିବା ଉଚିତ୍।


Swiv nou:

Piblisite


Piblisite