Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 6:15 - ପବିତ୍ର ବାଇବଲ

15 ସେ ଉତ୍ସର୍ଗ କରିବ, ଏକ ଡାଲା ତାଡ଼ିଶୂନ୍ୟ ରୋଟୀ ଭଲ ମଇଦାରେ, ତେଲ ମିଶାଇ ବନାଇବ ଏବଂ ତାଡ଼ିଶୂନ୍ୟ ସରୁ ପିଠା ତେଲ ତାହା ଉପରେ ଦେଇ ବନା ହେବ। ଓ ତହିଁର ଶସ୍ୟ ଓ ପେୟନୈବେଦ୍ୟ ଉତ୍ସର୍ଗ କରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ଓ ଏକ ଡାଲା ତାଡ଼ିଶୂନ୍ୟ ରୋଟୀ, ତୈଳମିଶ୍ରିତ ସରୁ ମଇଦାର ପିଠା, ତାଡ଼ିଶୂନ୍ୟ ତୈଳାକ୍ତ ସରୁ ଚକୁଳି ଓ ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ।

Gade chapit la Kopi

ଓଡିଆ ବାଇବେଲ

15 ଓ ଏକ ଡାଲା ତାଡ଼ିଶୂନ୍ୟ ରୁଟି, ତୈଳ ମିଶ୍ରିତ ସରୁ ମଇଦାର ପିଠା, ତାଡ଼ିଶୂନ୍ୟ ତୈଳାକ୍ତ ସରୁ ଚକୁଳି, ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ଓ ଏକ ଡାଲା ତାଡ଼ିଶୂନ୍ୟ ରୁଟି, ତୈଳ ମିଶ୍ରିତ ସରୁ ମଇଦାର ପିଠା, ତାଡ଼ିଶୂନ୍ୟ ତୈଳାକ୍ତ ସରୁ ଚକୁଳି, ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ।

Gade chapit la Kopi




ଗଣନା ପୁସ୍ତକ 6:15
15 Referans Kwoze  

“ଆଉ ଯଦି କେହି ତୁନ୍ଦୁରରେ ପକ୍ୱ କରି ଶସ୍ୟ-ନୈବେଦ୍ୟ ଦିଏ, ତେବେ ତାହା ତାଡ଼ିଶୂନ୍ୟ ରୋଟୀ ଓ ତୈଳରେ ଛଣା ଯାଇଥିବା ସରୁ ମଇଦାର ପିଠା କିମ୍ବା ତୈଳାକ୍ତ ସରୁଚକୁଳୀ ହେବ।


ଏହା ପରେ ତାଡ଼ିଶୂନ୍ୟ ରୋଟୀ ଓ ତୈଳଯୁକ୍ତ ତାଡ଼ିଶୂନ୍ୟ ଚକୁଳୀ, ଏବଂ ତୈଳଯୁକ୍ତ ସରୁ ପିଠା, ଏହିସବୁ ଭଲ ଗହମରୁ ପ୍ରସ୍ତୁତ ତାଡ଼ିଶୂନ୍ୟ ଅଟାରୁ ପ୍ରସ୍ତୁତ କରିବ।


ଆଉ ମଧ୍ୟ ତୁମ୍ଭେ ସଦାପ୍ରଭୁଙ୍କ ତୁଷ୍ଟିଜନକ ଆଘ୍ରାଣାର୍ଥକ ଅଗ୍ନିକୃତ ଉପହାରର ପେୟନୈବେଦ୍ୟ ନିମନ୍ତେ ଅର୍ଦ୍ଧହିନ ଦ୍ରାକ୍ଷାରସ ଆଣିବ।


ପ୍ରତ୍ୟେକ ଥର ଏହି ରୋଟୀ ଖାଇଲା ବେଳେ ଓ ଏହି ପାନପାତ୍ରରୁ ପାନ କଲାବେଳେ, ପ୍ରଭୁଙ୍କ ଦିନ ଆସିବା ପର୍ଯ୍ୟନ୍ତ, ପ୍ରଭୁଙ୍କ ମୃତ୍ୟୁର ଘୋଷଣା କରୁଥିବ।


ଅତଏବ, ଯେତେବେଳେ ତୁମ୍ଭେମାନେ ଖାଅ, ପିଅ ବା ଅନ୍ୟ ଯାହାକିଛି କର, ପରମେଶ୍ୱରଙ୍କ ମହିମା ପାଇଁ କରିବା ଉଚିତ୍।


କିଏ ଜାଣେ ସଦାପ୍ରଭୁ ତାଙ୍କର ହୃଦୟ ପରିବର୍ତ୍ତନ କରିବେ, ଏବଂ ତୁମ୍ଭମାନଙ୍କ ପାଇଁ ଆଶୀର୍ବାଦ ରଖିଯିବେ। ତା'ପରେ ତୁମ୍ଭେମାନେ ତୁମ୍ଭ ପ୍ରିୟ ସଦାପ୍ରଭୁ ପରମେଶ୍ୱରଙ୍କୁ ଭକ୍ଷ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ଦେଇ ପାରିବ।


ହେ ଯାଜକଗଣ, ଚଟ ବସ୍ତ୍ର ପରିଧାନ କରି ଉଚ୍ଚ ସ୍ୱରରେ ବିଳାପ କର। ହେ ଯଜ୍ଞବେଦିର ପରିଗ୍ଭଳକ ଗଣ, ତୁମ୍ଭେମାନେ ଚଟ ବସ୍ତ୍ର ପରିଧାନ କରି ରାତ୍ରିଯାପନ କର। କାରଣ ପରମେଶ୍ୱରଙ୍କ ମନ୍ଦିରରେ ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ମିଳିବ ନାହିଁ।


ସଦାପ୍ରଭୁଙ୍କର ଯାଜକ ଓ ପରିଗ୍ଭଳକଗଣ ରୋଦନ କର। କାରଣ ସଦାପ୍ରଭୁଙ୍କ ମନ୍ଦିରର ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ଆଉ ରହିବ ନାହିଁ।


ମାତ୍ର ଯେଉଁମାନେ କଠିନ ପରିଶ୍ରମ କଲେ ସେମାନଙ୍କୁ, ସେମାନଙ୍କ ଖାଇ ପାରିବେ ଏବଂ ସେମାନଙ୍କର ରସ ପାନ କରିବେ ଏବଂ ସଦାପ୍ରଭୁ ପ୍ରଶଂସା ଗାନ କରିବେ। ଯେଉଁମାନେ ତାହାକୁ ଅମଳ କରିଛନ୍ତି, ସେମାନେ ମୋ’ ପବିତ୍ର ଅଗଣାରେ ପାନ କରିବେ।”


ପୁଣି ସହଭାଗିତାର ବଳି ନିମନ୍ତେ ଏକ ଷଣ୍ଢ ଓ ଏକ ମେଷ ନିଅ। ସେମାନେ ସେହି ଜିନିଷଗୁଡ଼ିକ ସଦାପ୍ରଭୁଙ୍କ ସମ୍ମୁଖରେ ଅର୍ପଣ କରିବା ଉଚିତ୍। କାରଣ ସଦାପ୍ରଭୁ ଆଜି ସେମାନଙ୍କୁ ଦର୍ଶନ ଦେଉଛନ୍ତି।’”


“ତୁମ୍ଭେ ହାରୋଣଙ୍କୁ ଓ ତାଙ୍କ ସହିତ ତାଙ୍କର ପୁତ୍ରଗଣଙ୍କୁ, ସକଳ ବସ୍ତ୍ର, ଅଭିଷେକାର୍ଥକ ତୈଳ, ପାପାର୍ଥକ ବଳି ନିମନ୍ତେ ଷଣ୍ଢ, ଦୁଇଟି ମେଷଛୁଆ ଓ ତାଡ଼ିଶୂନ୍ୟ ରୋଟୀର ଡାଲା ଏକତ୍ରିତ କର।


କେହି ଯେବେ ସଦାପ୍ରଭୁଙ୍କୁ ପ୍ରଶଂସା କରିବାକୁ ମଙ୍ଗଳାର୍ଥକ ବଳି ଆଣେ, ତେବେ ସେ ତେଲରେ ଛଣା ହୋଇଥିବା ମଙ୍ଗଳାର୍ଥକ ବଳି ସହିତ ତାଡ଼ିଶୂନ୍ୟ ରୋଟୀ, ତୈଳଯୁକ୍ତ ତାଡ଼ିଶୂନ୍ୟ ଚକୁଳି ଓ ସରୁ ମଇଦାର ତୈଳମିଶ୍ରିତ ପକ୍ୱପିଠା ଉତ୍ସର୍ଗ କରିବ।


“ତା'ପରେ ଯାଜକ ହୋମବଳି ଓ ପାପାର୍ଥକ ବଳି ସଦାପ୍ରଭୁଙ୍କ ଆଗରେ ଉତ୍ସର୍ଗ କରିବା ଉଚିତ୍।


Swiv nou:

Piblisite


Piblisite