Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 5:9 - ପବିତ୍ର ବାଇବଲ

9 “ଇସ୍ରାଏଲ ଲୋକମାନେ ନିଜ ନିଜ ପବିତ୍ର-ବସ୍ତୁ ମଧ୍ୟରୁ ଯାହା ଯାହା ଉପହାର ଯାଜକ ନିକଟକୁ ଆଣନ୍ତି, ତାହା ସବୁ ତାହାର ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ପୁଣି ଇସ୍ରାଏଲ-ସନ୍ତାନଗଣ ଆପଣାମାନଙ୍କ ପବିତ୍ର ବସ୍ତୁ ମଧ୍ୟରୁ ଯେତେ ଉତ୍ତୋଳନୀୟ ଉପହାର ଯାଜକ ନିକଟକୁ ଆଣନ୍ତି, ତାହାସବୁ ତାହାର ହେବ।

Gade chapit la Kopi

ଓଡିଆ ବାଇବେଲ

9 ପୁଣି, ଇସ୍ରାଏଲ ସନ୍ତାନଗଣ ଆପଣାମାନଙ୍କ ପବିତ୍ର ବସ୍ତୁ ମଧ୍ୟରୁ ଯେତେ ଉତ୍ତୋଳନୀୟ ଉପହାର ଯାଜକ ନିକଟକୁ ଆଣନ୍ତି, ତାହାସବୁ ତାହାର ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ପୁଣି, ଇସ୍ରାଏଲ-ସନ୍ତାନଗଣ ଆପଣାମାନଙ୍କ ପବିତ୍ର ବସ୍ତୁ ମଧ୍ୟରୁ ଯେତେ ଉତ୍ତୋଳନୀୟ ଉପହାର ଯାଜକ ନିକଟକୁ ଆଣନ୍ତି, ତାହାସବୁ ତାହାର ହେବ।

Gade chapit la Kopi




ଗଣନା ପୁସ୍ତକ 5:9
19 Referans Kwoze  

ଇସ୍ରାଏଲ ଲୋକମାନେ ଯେଉଁସବୁ ଦ୍ରବ୍ୟ ପବିତ୍ର କରି ଉତ୍ତୋଳନୀୟ ଉପହାରରୂପେ ସଦାପ୍ରଭୁଙ୍କୁ ଉତ୍ସର୍ଗ କରନ୍ତି, ସେ ସମସ୍ତ ଆମ୍ଭେ ଅନନ୍ତକାଳୀନ ଅଧିକାରାର୍ଥେ ତୁମ୍ଭକୁ, ତୁମ୍ଭର ପୁତ୍ରଗଣକୁ ଓ ତୁମ୍ଭର କନ୍ୟାଗଣକୁ ଦେଲୁ। ତୁମ୍ଭ ପାଇଁ ଓ ତୁମ୍ଭ ବଂଶପାଇଁ ଏହା ସଦାପ୍ରଭୁଙ୍କ ସାକ୍ଷାତରେ ଅନନ୍ତକାଳୀନ ନିୟମ।”


ଇସ୍ରାଏଲୀୟମାନେ ସର୍ବଦା ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କୁ ଏହିସବୁ ଅଂଶ ଦେବେ। ଯେତେବେଳେ ଇସ୍ରାଏଲର ଲୋକମାନେ ସେହିସବୁ ନୈବେଦ୍ୟ ଦେବେ ସେହି ସମୟରେ ହାରୋଣ ଏବଂ ତାଙ୍କର ପୁତ୍ରମାନେ ଏହିସବୁ ଅଂଶ ପାଇବେ। ସେମାନେ ଯାଜକକୁ ଯେତେବେଳେ ଏହିସବୁ ଅଂଶ ଦେବେ, ଏହା ଯାଜକମାନଙ୍କ ଦ୍ୱାରା ଗ୍ରହଣ କରାଯିବ।


ମୋର ନିର୍ଦ୍ଦେଶ ଅନୁସାରେ ତୁମ୍ଭେମାନେ ସେହି ଶସ୍ୟ ନୈବେଦ୍ୟ ଏକ ପବିତ୍ର ସ୍ଥାନରେ ଖାଇବା ଉଚିତ୍। କାରଣ, ଏହା ତୁମ୍ଭମାନଙ୍କର ଓ ତୁମ୍ଭ ପୁତ୍ରଗଣର ଅଂଶ ସଦାପ୍ରଭୁଙ୍କ ଉପହାରରୁ। ଏହା ମୁଁ ନିର୍ଦ୍ଦେଶ ଦେଲି।


ଯେଉଁ ଯାଜକ ପାପମୋଚନ ପଶୁବଳି ଉତ୍ସର୍ଗ କରିବ, ସେ ତାହା ଭୋଜନ କରିବ, କିନ୍ତୁ ସେ ସମାଗମ-ତମ୍ବୁ ପ୍ରାଙ୍ଗଣର ଭିତରେ କୌଣସି ଏକ ପବିତ୍ର ସ୍ଥାନରେ ତାହା ଭକ୍ଷ୍ୟଣ କରିବ।


ତୁମ୍ଭେମାନେ ନିଜ ନିଜ ମଙ୍ଗଳାର୍ଥକ ବଳିରୁ ଡାହାଣ ଚଟୁଆ ଯାଜକକୁ ଦେବ।


ମୁଁ (ସଦାପ୍ରଭୁ) ଇସ୍ରାଏଲ ସନ୍ତାନଗଣର ମଙ୍ଗଳାର୍ଥକ ନୈବେଦ୍ୟରୁ ବକ୍ଷ ଓ ଚଟୁଆ ନେଇ ଚିରକାଳ ଦେୟ ରୂପେ ସେସବୁ ଯାଜକ ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ ଦେଇଅଛି।”


“ପୁଣି ତୁମ୍ଭେ ତୁମ୍ଭର ପୁତ୍ରଗଣ ଓ ତୁମ୍ଭର କନ୍ୟାଗଣ ଝୁଲାଯାଇଥିବା ବକ୍ଷ ଓ ଚଟୁଆ ନେଇ ଏକ ଶୁଚି ସ୍ଥାନରେ ଭୋଜନ କରିବ, ଯେହେତୁ ଇସ୍ରାଏଲ ସନ୍ତାନଗଣର ମଙ୍ଗଳାର୍ଥକ ନୈବେଦ୍ୟ ମଧ୍ୟରୁ ତାହା ତୁମ୍ଭର ଓ ତୁମ୍ଭ ସନ୍ତାନଗଣର ପ୍ରାପ୍ୟ ଅଂଶ।


ଯାହା ସେମାନେ ଦୋଳନୀୟ ନୈବେଦ୍ୟ ସହିତ ଉତ୍ତୋଳନୀୟ ଚଟୁଆ ଓ ଟଙ୍ଗାଯାଇଥିବା ବକ୍ଷ ସଦାପ୍ରଭୁଙ୍କ ସମ୍ମୁଖରେ ଟାଙ୍ଗିବାକୁ ଆଣିବେ, ତାହା ତୁମ୍ଭର ଓ ତୁମ୍ଭ ସନ୍ତାନଗଣଙ୍କର ଅନନ୍ତକାଳୀନ ଅଧିକାର ହେବ। ଯେପରି ସଦାପ୍ରଭୁ ଆଜ୍ଞା କରିଛନ୍ତି।”


ଦୋଷକର୍ତ୍ତା ଦୋଷ ପାଇଁ ଯାହାକୁ କ୍ଷତିପୂରଣ ଦେବା କଥା ସେ ଯଦି ମୃତ ହୋଇଥାଏ ଓ ତାହାର ଜ୍ଞାତିରେ କେହି ନ ଥା’ନ୍ତି, ତେବେ ସେ ସଦାପ୍ରଭୁଙ୍କୁ ପରିଶୋଧ କରିବ। ସଦାପ୍ରଭୁଙ୍କୁ କ୍ଷତିପୂରଣ ଦେବ, ତାହା ଯାଜକର ହେବ ଓ ତାହା ସହିତ ସେହି ମନୁଷ୍ୟ ତା'ର ପ୍ରାୟଶ୍ଚିତ ପାଇଁ ଏକ ମେଷ ବଳି ଉସର୍ଗ କରିବ।


ସଦାପ୍ରଭୁଙ୍କର ଆଜ୍ଞା ଅନୁସାରେ ମୋଶା ଏହିସବୁ ଯାଜକ ଇଲିୟାସରକୁ ଉପହାର ସ୍ୱରୂପ ଦେଲେ।


“ଯଦି ତୁମ୍ଭେ ସଦାପ୍ରଭୁଙ୍କୁ କିଛି ଦେବାକୁ ଗ୍ଭହୁଁଛ, ତେବେ ତୁମ୍ଭେମାନେ ତାହା ସଦାପ୍ରଭୁଙ୍କର ମନୋନୀତ ସ୍ଥାନକୁ ନେଇଯିବ।


Swiv nou:

Piblisite


Piblisite