Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 4:6 - ପବିତ୍ର ବାଇବଲ

6 ସେମାନେ ପୁନର୍ବାର ତାହାକୁ ଶିଶୁକଚର୍ମର ଆଚ୍ଛାଦନ କରିବେ ଓ ତହିଁ ଉପରେ ସମ୍ପୂର୍ଣ୍ଣ ନୀଳବର୍ଣ୍ଣ ଏକ ବସ୍ତ୍ର ଦେବେ, ତା'ପରେ ସେମାନେ ପବିତ୍ର ସିନ୍ଦୁକ ବହନ କରିବାର ସାଙ୍ଗୀ ଲଗାଇବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ଓ ତହିଁ ଉପରେ ଶିଶୁକଚର୍ମର ଆଚ୍ଛାଦନ ଦେବେ ଓ ତହିଁ ଉପରେ ସମ୍ପୂର୍ଣ୍ଣ ନୀଳବର୍ଣ୍ ଏକ ବସ୍ତ୍ର ଦେବେ, ତହିଁ ଉତ୍ତାରେ ତହିଁର ସାଙ୍ଗୀ ଲଗାଇବେ।

Gade chapit la Kopi

ଓଡିଆ ବାଇବେଲ

6 ଓ ତହିଁ ଉପରେ ଶିଶୁକଚର୍ମର ଆଚ୍ଛାଦନ ଦେବେ ଓ ତହିଁ ଉପରେ ସମ୍ପୂର୍ଣ୍ଣ ନୀଳବର୍ଣ୍ଣ ଏକ ବସ୍ତ୍ର ଦେବେ, ତହିଁ ଉତ୍ତାରେ ତହିଁର ସାଙ୍ଗୀ ଲଗାଇବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ଓ ତହିଁ ଉପରେ ଶିଶୁକ ଚର୍ମର ଆଚ୍ଛାଦନ ଦେବେ ଓ ତହିଁ ଉପରେ ସମ୍ପୂର୍ଣ୍ଣ ନୀଳବର୍ଣ୍ଣ ଏକ ବସ୍ତ୍ର ଦେବେ, ତହିଁ ଉତ୍ତାରେ ତହିଁର ସାଙ୍ଗୀ ଲଗାଇବେ।

Gade chapit la Kopi




ଗଣନା ପୁସ୍ତକ 4:6
11 Referans Kwoze  

ଯାଜକ ରୂପେ ସେବା କଲାବେଳେ ହାରୋଣ ଓ ତାଙ୍କର ପୁତ୍ରମାନେ ଯେଉଁ ସୁଶୋଭିତ ଗ୍ଭେଗା ପରିଧାନ କରିଥିଲେ ତାହା ସେମାନେ ଦେଖାଇଲେ।


କୁଶଳୀ କର୍ମୀମାନେ ନୀଳ, ଧୂମ୍ର ଓ ସିନ୍ଦୁରବର୍ଣ୍ଣ ସୂତାଦ୍ୱାରା ସେମାନେ ସ୍ୱତନ୍ତ୍ର ଧରଣର ପୋଷାକ ତିଆରି କଲେ। ସେହି ବିଶେଷ ପୋଷାକ ଯାଜକମାନେ ଯେତେବେଳେ ସଦାପ୍ରଭୁଙ୍କର କର୍ମ କରିବେ, ସେମାନେ ସେହି ସମୟରେ ପିନ୍ଧିବେ। ସଦାପ୍ରଭୁ ମୋଶାଙ୍କ ଦ୍ୱାରା ଦେଇଥିବା ଆଜ୍ଞା ଅନୁସାରେ ହାରୋଣ ପାଇଁ ସେହି ପବିତ୍ର ବସ୍ତ୍ର ତିଆରି କଲେ।


ପବିତ୍ର ସ୍ଥାନର ସେବା ନିମନ୍ତେ ସୁଶୋଭିତ ବୁଣା ବସ୍ତ୍ର, ଏହିସବୁ ବିଶେଷ ବସ୍ତ୍ରଗୁଡ଼ିକ ଯାଜକ ହାରୋଣଙ୍କ ନିମନ୍ତେ, ତାଙ୍କର ପୁତ୍ରମାନଙ୍କର ପରିଧାନ ନିମନ୍ତେ ଅଟେ, ଯେତେବେଳେ ସେମାନେ ଯାଜକ ରୂପେ ସେବା କରନ୍ତି।”


ଆଉ ତା'ଉପରେ ସେମାନେ ଅଙ୍ଗାରଧାନୀ, ତସଲା, କଣ୍ଟା କୋଦାଳ, ଗହୀରା ପାତ୍ର ପ୍ରଭୃତି ଯଜ୍ଞବେଦିରେ ସେବାର୍ଥକ ସମସ୍ତ ପାତ୍ର ରଖିବେ। ତହୁଁ ସେମାନେ ତା'ଉପରେ ଶିଶୁକଚର୍ମର ଆଚ୍ଛାଦନ ଦେବେ ଏବଂ କଡ଼ା ମଧ୍ୟରେ ସାଙ୍ଗୀ ଲଗାଇବେ।


ସେମାନେ ପବିତ୍ର ତମ୍ବୁର ପରଦା ସକଳ, ତହିଁର ଆଚ୍ଛାଦନ, ତହିଁର ଉପରିସ୍ଥିତ ଶିଶୁକଚର୍ମର ଛାତ ଓ ସମାଗମ-ତମ୍ବୁର ପ୍ରବେଶ ଦ୍ୱାରର ଆଚ୍ଛାଦନ ବସ୍ତ୍ର ବହନ କରିବେ।


ଏହା ପରେ ମୋଶା ବ୍ୟବସ୍ଥା ଲେଖି ଲେବୀ ବଂଶୀୟ ଯାଜକମାନଙ୍କୁ ଦେଲେ। ଯେଉଁମାନେ ସଦାପ୍ରଭୁଙ୍କର ନିୟମ-ସିନ୍ଦୁକ ବାହକ ଥିଲେ। ମୋଶା ଇସ୍ରାଏଲ ପ୍ରାଚୀନବର୍ଗମାନଙ୍କୁ ମଧ୍ୟ ଏହି ବ୍ୟବସ୍ଥା ଦେଲେ।


“ଶିଟୀମ୍ କାଠର ଏକ ସିନ୍ଦୁକ ତିଆରି କର। ସେହି ପବିତ୍ର ସିନ୍ଦୁକ ଅଢ଼େଇ ହାତ ଲମ୍ବ, ଦେଢ଼ ହାତ ପ୍ରସ୍ଥ ଓ ଦେଢ଼ ହାତ ଉଚ୍ଚ ହେବ।


Swiv nou:

Piblisite


Piblisite