Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 4:18 - ପବିତ୍ର ବାଇବଲ

18 “ତୁମ୍ଭେମାନେ ଲେବୀୟମାନଙ୍କ ମଧ୍ୟରୁ କହାତ ବଂଶୀୟ ଗୋଷ୍ଠୀକି ଅଲଗା କରିଦିଅ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 ତୁମ୍ଭେମାନେ ଲେବୀୟମାନଙ୍କ ମଧ୍ୟରୁ କହାତ୍ ବଂଶୀୟ ଗୋଷ୍ଠୀକି ଉଚ୍ଛିନ୍ନ କର ନାହିଁ !

Gade chapit la Kopi

ଓଡିଆ ବାଇବେଲ

18 “ତୁମ୍ଭେମାନେ ଲେବୀୟମାନଙ୍କ ମଧ୍ୟରୁ କହାତ ବଂଶୀୟ ଗୋଷ୍ଠୀକୁ ଉଚ୍ଛିନ୍ନ କର ନାହିଁ” !

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 “ତୁମ୍ଭେମାନେ ଲେବୀୟମାନଙ୍କ ମଧ୍ୟରୁ କହାତ ବଂଶୀୟ ଗୋଷ୍ଠୀକୁ ଉଚ୍ଛିନ୍ନ କର ନାହିଁ!

Gade chapit la Kopi




ଗଣନା ପୁସ୍ତକ 4:18
13 Referans Kwoze  

“ପୁଣି ଲୋକମାନେ ତୁମ୍ଭ ସ୍ତ୍ରୀ ଓ ସନ୍ତାନମାନଙ୍କୁ ଆଣି କ‌‌ଲ୍‌‌ଦୀୟମାନଙ୍କୁ ଦେବେ। ଆଉ ତୁମ୍ଭେ ମଧ୍ୟ ସେମାନଙ୍କ ହସ୍ତରୁ ରକ୍ଷା ପାଇବ ନାହିଁ। ବାବିଲ ରାଜାର ହସ୍ତରେ ଧରାଯିବ। ଆଉ ସେମାନେ ଏହି ନଗରକୁ ଅଗ୍ନିରେ ଦ‌ଗ୍‌ଧ କରିବେ।”


ବୈ‌ଥ୍‌-ଶେମଶୀୟ ଲୋକମାନେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକକୁ ଅନାଇବାରୁ ସେ ସେମାନଙ୍କୁ ହତ୍ୟା କଲେ, ବୈଥ୍-ଶେମଶର ଲୋକମାନଙ୍କ ମଧ୍ୟରୁ ସତୁରି ଜଣ ହତ୍ୟା ହେଲେ। ପୁଣି ପରମେଶ୍ୱର ସେମାନଙ୍କୁ ଭୟଙ୍କର ଭାବରେ ଦଣ୍ତିତ କରିଥିବାର ଲୋକମାନେ ବିଳାପ କଲେ।


“ପୁଣି ଇସ୍ରାଏଲ ଲୋକମାନଙ୍କ ପ୍ରତି ଆମ୍ଭର କ୍ରୋଧ ଯେପରି ଆଉ ନ ଉପୁଜେ, ସେଥିପାଇଁ ତୁମ୍ଭେମାନେ ପବିତ୍ର ସ୍ଥାନର ଓ ଯଜ୍ଞବେଦିର ସୁରକ୍ଷାର ଦାୟିତ୍ୱ ନେବ।


ତା'ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ହାରୋଣଙ୍କ ଆଶାବାଡ଼ିକୁ ନିୟମ ତମ୍ବୁ ସମ୍ମୁଖରେ ରଖ। ଏହା ଆମ୍ଭ ବିରୁଦ୍ଧରେ ବିଦ୍ରୋହୀ ଲୋକମାନଙ୍କ ପ୍ରତି ସତର୍କ ସ୍ୱରୂପ ରଖାଯିବ। ସେମାନେ ମୋ’ ବିରୁଦ୍ଧରେ ଅଭିଯୋଗରୁ ନିବୃତ୍ତ ହେବେ ଓ ମୁଁ ସେମାନଙ୍କୁ ଆଉ ହତ୍ୟା କରିବି ନାହିଁ।”


ପୁଣି ପୃଥିବୀ ଆପଣା ମୁଖ ବିସ୍ତାର କରି ସେମାନଙ୍କୁ ଓ ସେମାନଙ୍କ ପରିବାରକୁ ଆଉ କୋରହର ସପକ୍ଷ ଲୋକଙ୍କୁ ଓ ସେମାନଙ୍କର ସକଳ ସମ୍ପତ୍ତି ଗ୍ରାସ କଲା।


ସଦାପ୍ରଭୁ ମୋଶାଙ୍କୁ କହିଲେ, “ତଳକୁ ଯାଇ ଲୋକମାନଙ୍କୁ ସତର୍କ କରାଇ ଦିଅ ଯେ ସେମାନେ ମୋ’ ଆଡ଼କୁ ଗ୍ଭହିଁବେ ନାହିଁ କି ମୋ’ ନିକଟକୁ ଆସିବେ ନାହିଁ, ଯଦି କିଏ ଅମାନ୍ୟ କରେ ତେବେ ସେ ମରିବ।


ପୁଣି କହା‌‌ତ୍‌ଠାରୁ ଅମ୍ରମୀୟ ବଂଶ ଯି‌ଷ୍‌ହରିୟ ବଂଶ, ହିବ୍ରୋଣୀୟ ବଂଶ ଓ ଉଷୀୟେଲୀୟ ବଂଶ ଉତ୍ପନ୍ନ ହେଲେ। ଏମାନେ କହାତୀୟ ବଂଶ ହେଲେ।


ଅନନ୍ତର ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ,


ମାତ୍ର ସେମାନେ ମହାପବିତ୍ର ସ୍ଥାନରେ ଥିବା ବସ୍ତ୍ରର ନିକଟବର୍ତ୍ତୀ ହେଲାବେଳେ ଯେପରି ନ ମରନ୍ତି, ଏଥିପାଇଁ ତୁମ୍ଭେମାନେ ସେମାନଙ୍କ ପ୍ରତି ଏହିପରି କରିବ; ହାରୋଣ ଓ ତାହାର ପୁତ୍ରଗଣ ଭିତରକୁ ଯାଇ ସେମାନଙ୍କର ପ୍ରତ୍ୟେକ ଜଣକୁ ଆପଣା ଆପଣା ସେବାରେ ଓ ଭାର ବହନରେ ନିଯୁକ୍ତ କରିବେ।


ଯଦି ଜଣେ ଲୋକ ଏହି ତୈଳ ପରି ସୁଗନ୍ଧି ତିଆରି କରେ, ଏବଂ ଯଦି ଅଯୋଗ୍ୟ ବ୍ୟକ୍ତିକୁ ଦିଆଯାଏ, ତାକୁ ଏହି ଲୋକମାନଙ୍କଠାରୁ ଅଲଗା କରାଯିବ।”


ଯଦି କେହି ଆପଣା ଘ୍ରାଣାର୍ଥେ ସେହିପରି ସୁଗନ୍ଧି ଧୂପ ପ୍ରସ୍ତୁତ କରିବ। ତେବେ ସେ ଆପଣା ଲୋକମାନଙ୍କଠାରୁ ଉଚ୍ଛିନ୍ନ ହେବ।”


Swiv nou:

Piblisite


Piblisite