Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 35:12 - ପବିତ୍ର ବାଇବଲ

12 ଏହି ନଗରଗୁଡ଼ିକ ହତ୍ୟାକାରୀ ପାଇଁ ନିରାପଦ ଅଟେ, ସେହି ବ୍ୟକ୍ତିମାନଙ୍କଠାରୁ ଯେଉଁମାନଙ୍କର ଦାୟିତ୍ୱ ହତ୍ୟାକାରୀକୁ ଦଣ୍ତିତ କରିବା, ହତ୍ୟାକାରୀକୁ ମଣ୍ତଳୀ ନିକଟରେ ବିଗ୍ଭର ପାଇଁ ଉପସ୍ଥିତ ନକଲା ପର୍ଯ୍ୟନ୍ତ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ପୁଣି ନରହତ୍ୟାକାରୀ ବିଚାରାର୍ଥେ ମଣ୍ତଳୀ ସମ୍ମୁଖରେ ଉପସ୍ଥିତ ହେବା ପର୍ଯ୍ୟନ୍ତ ଯେପରି ନ ମରେ, ଏଥିପାଇଁ ସେହି ନଗରମାନ ପ୍ରତିହନ୍ତାଠାରୁ ତୁମ୍ଭମାନଙ୍କ ପ୍ରତି ଆଶ୍ରୟସ୍ଥାନ ହେବ;

Gade chapit la Kopi

ଓଡିଆ ବାଇବେଲ

12 ପୁଣି, ନରହତ୍ୟାକାରୀ ବିଚାରାର୍ଥେ ମଣ୍ଡଳୀ ସମ୍ମୁଖରେ ଉପସ୍ଥିତ ହେବା ପର୍ଯ୍ୟନ୍ତ ଯେପରି ନ ମରେ, ଏଥିପାଇଁ ସେହି ନଗରମାନ ପ୍ରତିହନ୍ତାଠାରୁ ତୁମ୍ଭମାନଙ୍କ ପ୍ରତି ଆଶ୍ରୟ ସ୍ଥାନ ହେବ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ପୁଣି, ନରହତ୍ୟାକାରୀ ବିଚାରାର୍ଥେ ମଣ୍ଡଳୀ ସମ୍ମୁଖରେ ଉପସ୍ଥିତ ହେବା ପର୍ଯ୍ୟନ୍ତ ଯେପରି ନ ମରେ, ଏଥିପାଇଁ ସେହି ନଗରମାନ ପ୍ରତିହନ୍ତାଠାରୁ ତୁମ୍ଭମାନଙ୍କ ପ୍ରତି ଆଶ୍ରୟ ସ୍ଥାନ ହେବ;

Gade chapit la Kopi




ଗଣନା ପୁସ୍ତକ 35:12
10 Referans Kwoze  

ଯଦି ନଗରଟି ସେଠାରୁ ବହୁତ ଦୂରରେ ଥାଏ। ଯଦି ସେଠାକୁ ଶୀଘ୍ର ଦୌଡ଼ି ନ ଯାଇପାରେ ତେବେ ରକ୍ତର ପ୍ରତିହନ୍ତା ତପ୍ତତିତ୍ତ ହୋଇ ନରହତ୍ୟା କାରୀର ପଛେ ଗୋଡ଼ାଇ ଦୂରପଥ ସକାଶୁ ତାହାକୁ ଧରି ଜୀବନରେ ମାରି ଦେବ। ମାତ୍ର ସେହି ଲୋକ ପ୍ରାଣଦଣ୍ତ ଯୋଗ୍ୟ ନୁହେଁ। କାରଣ ତାହା ପୂର୍ବରୁ ତାହାକୁ ହିଂସା କରୁ ନ ଥିଲା।


ସେମାନଙ୍କ ମଧ୍ୟରେ ବାସ କରୁଥିବା ଯଦି ଜଣେ ବିଦେଶୀ ଅନିଛାରେ ଜଣେ ବ୍ୟକ୍ତିକୁ ହତ୍ୟାକରେ, ତାକୁ ଯେକୌଣସି ନିରାପଦ ସହରକୁ ଯିବା ପାଇଁ ଅନୁମତି ଦିଆଯିବ। ତା'ହେଲେ ସେହି ମନୁଷ୍ୟଟି ନିରାପଦ ହେବ ଏବଂ ପ୍ରତିଶୋଧ ପାଇଁ ଗୋଡ଼ାଇଥିବା ସମ୍ପର୍କୀୟମାନଙ୍କ ଦ୍ୱାରା ମୃତ୍ୟୁଦଣ୍ଡରେ ଦଣ୍ତିତ ହେବ ନାହିଁ। ନ୍ୟାୟାଳୟରେ ବିଗ୍ଭର ହେବା ପର୍ଯ୍ୟନ୍ତ ସେହି ନିରାପଦ ସହରରେ ରହିବ।


ବର୍ତ୍ତମାନ ମୋର ପୁରା ପରିବାର ମୋର ବିରୁଦ୍ଧାଚରଣ କରୁଛନ୍ତି। ସେମାନେ ମୋତେ କହିଲେ, ‘ତୁମ୍ଭେ ସେ ପୁତ୍ରକୁ ଆଣି ଦିଅ ଯେ ତା'ର ଭାଇକୁ ମାରିଅଛି। ଆମ୍ଭେମାନେ ତାକୁ ହତ୍ୟା କରିବୁ। କାରଣ ସେ ତା'ର ଭାଇକୁ ହତ୍ୟା କଲା।’ ମୋ’ ପୁଅ ହେଉଛି ମୋର ଶେଷ ଅଗ୍ନିଶିଖା। ଯଦି ସେମାନେ ତାକୁ ହତ୍ୟା କରନ୍ତି, ତେବେ ସେହି ଅଗ୍ନିଶିଖା ଜଳି ଲିଭିଯିବ। ସେ ତା'ର ବାପାର ସମ୍ପତ୍ତି ପାଇବାର ଏକମାତ୍ର ଜୀବିତ ଉତ୍ତରାଧିକାରୀ ପୁତ୍ର। ଯଦି ସେମାନେ ତାକୁ ହତ୍ୟା କରନ୍ତି, ତେବେ ସେହି ସମ୍ପତ୍ତି ଅନ୍ୟ ଜଣକୁ ଦିଆଯିବ ଏବଂ ତା'ପରେ ମୋର ସ୍ୱାମୀର ନାମ ଏହି ଦେଶରୁ ଲିଭିଯିବ।”


ଜଣେ ମୃତ ପରିବାରର ଲୋକ, ହତ୍ୟାକାରୀକୁ ହତ୍ୟା କରି ପାରିବ। ସେ ତାକୁ ଦେଖିଲା ମାତ୍ରକେ ହତ୍ୟା କରି ପାରିବ।


ଏହିରୂପେ ତୁମ୍ଭମାନଙ୍କ ନଗର ମଧ୍ୟରୁ ଛଅ ଗୋଟି ଆଶ୍ରୟ ନଗର ହେବ।


“ସେହି ନଗରକୁ ଯେଉଁ ନରହତ୍ୟାକାରୀମାନେ ଯିବେ, ସେମାନେ ଜାଣିଶୁଣି ନରହତ୍ୟା କରି ନ ଥିବେ। ଅଜ୍ଞାତ ସାରରେ ଏବଂ ସେ ଯାହାକୁ ହତ୍ୟା କରିଥିବ ତାଙ୍କୁ ଘୃଣା କରୁ ନ ଥିବ। ସେହି ଲୋକମାନେ କେବଳ ସେଠାକୁ ଯାଇ ଆଶ୍ରୟ ନେଇ ପାରିବ।


“ମୁଁ ମୋଶାଙ୍କ ଦ୍ୱାରା ତୁମ୍ଭକୁ ନିର୍ଦ୍ଦେଶ ଦେଇଥିଲି। ମୋଶା ତୁମ୍ଭକୁ କହିଥିଲେ, ତୁମ୍ଭେମାନେ ନିଜ ନିଜ ପାଇଁ ନିରାପତ୍ତା ସହର ବାଛିବା ପାଇଁ।


Swiv nou:

Piblisite


Piblisite