Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 34:6 - ପବିତ୍ର ବାଇବଲ

6 ଭୂମଧ୍ୟସାଗର ପଶ୍ଚିମ ସୀମା ହେବ। ଏହା ତୁମ୍ଭମାନଙ୍କର ପଶ୍ଚିମ ସୀମା ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ଆଉ ମହାସମୁଦ୍ର ଓ ତହିଁର ସୀମା ପଶ୍ଚିମ ସୀମା ହେବ; ଏହା ତୁମ୍ଭମାନଙ୍କର ପଶ୍ଚିମ ସୀମା ହେବ।

Gade chapit la Kopi

ଓଡିଆ ବାଇବେଲ

6 ଆଉ ମହାସମୁଦ୍ର ଓ ତହିଁର ସୀମା ପଶ୍ଚିମ ସୀମା ହେବ; ଏହା ତୁମ୍ଭମାନଙ୍କର ପଶ୍ଚିମ ସୀମା ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ଆଉ ମହାସମୁଦ୍ର ଓ ତହିଁର ସୀମା ପଶ୍ଚିମ ସୀମା ହେବ; ଏହା ତୁମ୍ଭମାନଙ୍କର ପଶ୍ଚିମ ସୀମା ହେବ।

Gade chapit la Kopi




ଗଣନା ପୁସ୍ତକ 34:6
12 Referans Kwoze  

“ପୁଣି ଦକ୍ଷିଣ ସୀମାଠାରୁ ହମାତର ସମ୍ମୁଖ ସ୍ଥାନ ପର୍ଯ୍ୟନ୍ତ ମହାସମୁଦ୍ର ପଶ୍ଚିମ ସୀମା ହେବ। ଏହା ପଶ୍ଚିମ ସୀମା।


“ପୁଣି ଦେଶର ସୀମା ଏହି ହେବ। ଉତ୍ତର ଦିଗରେ ହି‌ତ୍‌ଲୋନ ପଥ ନିକଟସ୍ଥ ମହାସମୁଦ୍ରଠାରୁ ସଦାଦର ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ।


ଏବଂ ତୁମ୍ଭେ ତାହା ନିକଟରେ ମତ୍ସ୍ୟଧରାଳି ଠିଆ ହୋଇଥିବାର ଦେଖି ପାରିବ। ଐନ-ଗଦୀଠାରୁ ଐନ-ଇଗ୍ଳଇମ୍ ପର୍ଯ୍ୟନ୍ତ ଜାଲ ପକାଇବାର ସ୍ଥାନ ହେବ। ସେଠାରେ ବିଭିନ୍ନ ଜାତିର ଓ ବିଭିନ୍ନ ପ୍ରକାରର ମାଛ ଧରିବା ପାଇଁ ଜାଲ ପକାଇବେ। ଏବଂ ଏହାର ମାଛସବୁ ଭୂମଧ୍ୟସାଗରର ମାଛ ପରି ଅନେକ ପ୍ରକାର ହେବେ।


ମୋର ମନେ ଅଛି, ମୁଁ ତୁମ୍ଭମାନଙ୍କୁ ଯର୍ଦ୍ଦନ ନଦୀର ମଧ୍ୟବର୍ତ୍ତୀ ଓ ପଶ୍ଚିମ ଦିଗରେ ମହାସମୁଦ୍ର ପର୍ଯ୍ୟନ୍ତ ଭୂମି ତୁମ୍ଭମାନଙ୍କର ଅଧିକାର ପାଇଁ ଦେଇଅଛି। ଅଧିକୃତ ହୋଇ ନ ଥିବା ଦେଶ ତୁମ୍ଭ ଦ୍ୱାରା ଅଧିକୃତ ହେବ। କିନ୍ତୁ ତୁମ୍ଭେମାନେ ସେଗୁଡ଼ିକ ଏ ପର୍ଯ୍ୟନ୍ତ ନିଜ ଅଧୀନକୁ ଆଣି ପାରି ନାହିଁ।


ଅସଦୋଦ, ତା'ର ଉପନଗର, ଓ ଗ୍ରାମମାନ, ଘସା, ତହିଁର ଉପନଗର ଓ ଗ୍ରାମଗୁଡ଼ିକ, ମିଶରର ନଦୀ ଓ ମହାସମୁଦ୍ର ଓ ତହିଁର ଅଞ୍ଚଳ ପର୍ଯ୍ୟନ୍ତ।


ପଶ୍ଚିମ ସୀମା ମହାସମୁଦ୍ର ଓ ତହିଁର ଅଞ୍ଚଳ ପର୍ଯ୍ୟନ୍ତ ଥିଲା। ନିଜ ନିଜ ବଂଶ ଅନୁସାରେ ଯିହୁଦା ସନ୍ତାନଗଣର ଚତୁର୍ଦ୍ଦିଗସ୍ଥିତ ସୀମା ଏହିପରି ଥିଲା।


ଯର୍ଦ୍ଦନ ପଶ୍ଚିମ ପାରିସ୍ଥ ସମୁଦାୟ ରାଜଗଣ ଯେଉଁମାନେ ପର୍ବତ, ସମତଳଭୂମି ଓ ଭୂମଧ୍ୟସାଗରର ଉପକୂଳ ବର୍ତ୍ତୀ ଲିବାନୋ‌ନ୍‌ର ଦୂର ଅଞ୍ଚଳରେ ବାସ କରୁଥିଲେ, ଯେଉଁମାନେ ହିତ୍ତୀୟ, ଇମୋରୀୟ, କିଣାନୀୟ, ପିରିଷୀୟ, ହିବ୍ବୀୟ ଓ ଯିବୂଷୀୟ ରାଜଗଣ ବିଷୟରେ ଏହି କଥା ଶୁଣିଲେ।


ହିତ୍ତୀୟମାନଙ୍କ ସମସ୍ତ ଦେଶ ସହିତ ଭୂମଧ୍ୟସାଗର ପର୍ଯ୍ୟନ୍ତ ଓ ପଶ୍ଚିମରେ ମହାନ ଫରାତ୍ ନଦୀ ପାଖର ମରୁଭୂମି ଓ ଲିବାନୋ‌ନ୍‌ର ସମସ୍ତ ଭୂମି ତୁମ୍ଭର ହେବ।


ଏହା ପରେ ସେହି ସୀମା ଅ‌ସ୍‌‌ମୋନରୁ ମିଶର ନଦୀ ଆଡ଼କୁ ବିସ୍ତୃତ ହେବ ଓ ସେହି ଭୂମଧ୍ୟସାଗର ନିକଟରେ ଶେଷ ହେବ।


ଆଉ ଏହା ତୁମ୍ଭମାନଙ୍କର ଉତ୍ତର ସୀମା ହେବ। ଏହା ଭୂମଧ୍ୟସାଗରଠାରୁ ହୋର ପର୍ବତ ପର୍ଯ୍ୟନ୍ତ ବିସ୍ତୃତ ହେବ।


ସଦାପ୍ରଭୁ ତାଙ୍କୁ ନପ୍ତାଲିଙ୍କର ସମସ୍ତ ଭୂମି ଇଫ୍ରୟିମ ଏବଂ ମନଃଶିଙ୍କର ସମସ୍ତ ଭୂମି ଦେଖାଇଲେ। ସେ ପଶ୍ଚିମ ସମୁଦ୍ର ପର୍ଯ୍ୟନ୍ତ ଯିହୁଦାର ସମସ୍ତ ଦେଶ ତାଙ୍କୁ ଦେଖାଇଲେ।


ଏହା ପରେ ସେ ସୀମା ଇକ୍ରୋଣର ଉତ୍ତର ପାର୍ଶ୍ୱ ପର୍ଯ୍ୟନ୍ତ ଗଲା। ସେଠାରୁ ସେ ଶ‌କ୍‌କେରୋନ୍ ସୀମା ପର୍ଯ୍ୟନ୍ତ ବିସ୍ତୃତ ଥିଲା ଓ ବାଲା ପର୍ବତରେ ପଡ଼ି ଯବନିୟେଲ ପର୍ଯ୍ୟନ୍ତ ଥିଲା। ସେହି ସୀମାର ପ୍ରାନ୍ତ ଭାଗ ସମୁଦ୍ର ଥିଲା।


Swiv nou:

Piblisite


Piblisite