Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 34:3 - ପବିତ୍ର ବାଇବଲ

3 ତୁମ୍ଭମାନଙ୍କର ଦକ୍ଷିଣ ଅଞ୍ଚଳ ଇଦୋମ ନିକଟସ୍ଥିତ ସୀନ୍ ପ୍ରାନ୍ତର ପର୍ଯ୍ୟନ୍ତ ହେବ। ମୃତ ସମୁଦ୍ର ଦକ୍ଷିଣ ମୁଣ୍ତରୁ ପୂର୍ବଦିଗକୁ ତୁମ୍ଭମାନଙ୍କର ଦକ୍ଷିଣ ସୀମା ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ତୁମ୍ଭମାନଙ୍କ ଦକ୍ଷିଣ ଅଞ୍ଚଳ ଇଦୋମ ନିକଟସ୍ଥିତ ସିନ୍ ପ୍ରାନ୍ତରଠାରୁ ହେବ ଓ ପୂର୍ବ ଦିଗରେ ଲବଣ ସମୁଦ୍ରରପ୍ରାନ୍ତଠାରୁ ତୁମ୍ଭମାନଙ୍କର ଦକ୍ଷିଣ ସୀମା ହେବ।

Gade chapit la Kopi

ଓଡିଆ ବାଇବେଲ

3 ତୁମ୍ଭମାନଙ୍କ ଦକ୍ଷିଣ ଅଞ୍ଚଳ ଇଦୋମ ନିକଟସ୍ଥିତ ସୀନ୍‍ ପ୍ରାନ୍ତରଠାରୁ ହେବ ଓ ପୂର୍ବ ଦିଗରେ ଲବଣ ସମୁଦ୍ରର ପ୍ରାନ୍ତଠାରୁ ତୁମ୍ଭମାନଙ୍କର ଦକ୍ଷିଣ ସୀମା ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ତୁମ୍ଭମାନଙ୍କ ଦକ୍ଷିଣ ଅଞ୍ଚଳ ଇଦୋମ ନିକଟସ୍ଥିତ ସୀନ୍‍ ପ୍ରାନ୍ତରଠାରୁ ହେବ ଓ ପୂର୍ବ ଦିଗରେ ଲବଣ ସମୁଦ୍ରର ପ୍ରାନ୍ତଠାରୁ ତୁମ୍ଭମାନଙ୍କର ଦକ୍ଷିଣ ସୀମା ହେବ।

Gade chapit la Kopi




ଗଣନା ପୁସ୍ତକ 34:3
9 Referans Kwoze  

ଏହି ସମସ୍ତ ରାଜାମାନେ ସେମାନଙ୍କର ସୈନ୍ୟମାନଙ୍କୁ ସୀଦ୍ଦୀମ ଉପତ୍ୟକାରେ ଉପସ୍ଥିତ କରାଇଲେ। ସେହି ସୀଦ୍ଦୀମ ଉପତ୍ୟକା ବର୍ତ୍ତମାନ ଲବଣ ସମୁଦ୍ର।


ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ ଇସ୍ରାଏଲର ବଂଶର ଦ୍ୱାଦଶ ଗୋଷ୍ଠୀ ମଧ୍ୟରେ ଉତ୍ତରାଧିକାର ନିମନ୍ତେ ଯେଉଁ ଦେଶ ବିଭାଗ କରିବ, ତାହାର ସୀମା ଏହି। ଯୋଷେଫ ଦୁଇ ଭାଗ ପାଇବ।


ଲୋକଟି ମୋତେ କହିଲେ, “ଏହି ଜଳସବୁ ପୂର୍ବ ଅଞ୍ଚଳ ଆଡ଼େ ବହୁଅଛି। ଆଉ ତାହା ପ୍ରବାହିତ ହୋଇ ଆରବ୍ବାକୁ ଯିବ, ଆଉ ତାହା ମୃତ ସମୁଦ୍ରକୁ ଯିବ, ଏବଂ ଯେତେବେଳେ ଏହା ସମୁଦ୍ରରେ ପ୍ରବେଶ କରେ, ଏହାର ଜଳ ନିର୍ମଳ ହୋଇଯାଏ।


ତା'ପରେ ଉପରୁ ବହୁଥିବା ଜଳ ପ୍ରବାହ ହଠାତ୍ ସର୍ତ୍ତନ ସହର ନିକଟବର୍ତ୍ତୀ ଆଦମ୍ ପର୍ଯ୍ୟନ୍ତ ବନ୍ଦ ହୋଇଗଲା ଓ ଗୋଟିଏ ରାଶିରେ ପରିଣତ ହୋଇ ସ୍ଥଗିତ ହେଲା। ଏବଂ ମୃତ ସମୁଦ୍ରକୁ ଯାଉଥିବା ନିମ୍ନଗାମୀ ଜଳସ୍ରୋତ ବନ୍ଦ ହୋଇଗଲା। ଇତ୍ୟବସରେ ଲୋକମାନେ ଯିରୀହୋ ନିକଟରେ ଯର୍ଦ୍ଦନ ନଦୀ ପାର ହେଲେ।


“ମୁଁ ସୂଫସାଗରଠାରୁ ଫରାତ୍ ନଦୀ ପର୍ଯ୍ୟନ୍ତ ତୁମ୍ଭର ସୀମା ନିର୍ଦ୍ଧାରଣ କରିବି। ପଲେଷ୍ଟୀୟମାନଙ୍କର ସମୁଦ୍ର ତୁମ୍ଭର ପଶ୍ଚିମ ସୀମାରେ ଏବଂ ଆରବ ମରୁଭୂମି ପୂର୍ବ ସୀମାରେ ରହିବ। କାରଣ ମୁଁ ସେହି ଲୋକମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବି। ଏବଂ ତୁମ୍ଭେ ଆପଣା ସମ୍ମୁଖରୁ ସେମାନଙ୍କୁ ଘଉଡ଼ାଇ ଦେବ।


ହିତ୍ତୀୟମାନଙ୍କ ସମସ୍ତ ଦେଶ ସହିତ ଭୂମଧ୍ୟସାଗର ପର୍ଯ୍ୟନ୍ତ ଓ ପଶ୍ଚିମରେ ମହାନ ଫରାତ୍ ନଦୀ ପାଖର ମରୁଭୂମି ଓ ଲିବାନୋ‌ନ୍‌ର ସମସ୍ତ ଭୂମି ତୁମ୍ଭର ହେବ।


ତେଣୁ ସେମାନେ ସୀନ ମରୁଭୂମିରୁ ଯାତ୍ରା କରି ହମାତର ପ୍ରବେଶ ସ୍ଥାନ ରହୋବ ପର୍ଯ୍ୟନ୍ତ ଦେଶ ଅନୁସନ୍ଧାନ କଲେ।


Swiv nou:

Piblisite


Piblisite