Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 34:11 - ପବିତ୍ର ବାଇବଲ

11 ସେହି ସୀମା ଶଫାମ୍‌ଠାରୁ ଐନନ ପୂର୍ବଦିଗ ଆଡ଼କୁ ଶେଷରେ ରି‌ବ୍‌ଲାର ପାଦଭୂମି ପର୍ଯ୍ୟନ୍ତ ଯିବ ଏବଂ ପୂର୍ବରେ ଏହା ଗାଲିଲୀ ହ୍ରଦ ପର୍ଯ୍ୟନ୍ତ ବିସ୍ତୃତ ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ତହୁଁ ସେହି ସୀମା ଶଫାମ୍ଠାରୁ ଐନନର ପୂର୍ବ ଦିଗ ହୋଇ ରିବ୍ଲା ପର୍ଯ୍ୟନ୍ତ ତଳକୁ ଯିବ; ତହିଁ ଉତ୍ତାରେ ସେହି ସୀମା ଆହୁରି ତଳକୁ ଯାଇ କିନ୍ନେରତ୍ ହ୍ରଦର ପୂର୍ବପାର୍ଶ୍ଵ ଦେଇ ଯିବ।

Gade chapit la Kopi

ଓଡିଆ ବାଇବେଲ

11 ତହୁଁ ସେହି ସୀମା ଶଫାମ୍‍ଠାରୁ ଐନ୍‍ର ପୂର୍ବ ଦିଗ ହୋଇ ରିବ୍‍ଲା ପର୍ଯ୍ୟନ୍ତ ତଳକୁ ଯିବ; ତହିଁ ଉତ୍ତାରେ ସେହି ସୀମା ଆହୁରି ତଳକୁ ଯାଇ କିନ୍ନେରତ୍‍ ହ୍ରଦର ପୂର୍ବ ପାର୍ଶ୍ୱ ଦେଇ ଯିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ତହୁଁ ସେହି ସୀମା ଶଫାମ୍‍ଠାରୁ ଐନ୍‍ର ପୂର୍ବଦିଗ ହୋଇ ରିବ୍ଲା ପର୍ଯ୍ୟନ୍ତ ତଳକୁ ଯିବ; ତହିଁ ଉତ୍ତାରେ ସେହି ସୀମା ଆହୁରି ତଳକୁ ଯାଇ କିନ୍ନେରତ୍‍ ହ୍ରଦର ପୂର୍ବ ପାର୍ଶ୍ୱ ଦେଇ ଯିବ।

Gade chapit la Kopi




ଗଣନା ପୁସ୍ତକ 34:11
16 Referans Kwoze  

ଫାରୋ-ନଖୋ ଯିହୋୟାହ‌ସଙ୍କୁ ହମାତ୍ ଦେଶସ୍ଥ ରି‌ବ୍‌ଲାରେ ବନ୍ଦୀ କରି ରଖିଲେ। ତେଣୁ ସେ ଆଉ ଯିରୁଶାଲମରେ ଶାସନ କରି ପାରିଲେ ନାହିଁ। ପୁଣି ଫାରୋ-ନଖୋ ଯିହୁଦା ଦେଶ ଉପରେ 100 ତାଳନ୍ତ ରୂପା ଓ ଏକ ତାଳନ୍ତ ସୁନା କର ଧାର୍ଯ୍ୟ କଲେ।


ତାହାର ପଶ୍ଚିମ ସୀମା ପର୍ଯ୍ୟନ୍ତ ଯର୍ଦ୍ଦନ ନଦୀ ମରୁଭୂମି ଥିଲା। ଉତ୍ତରରେ କିନ୍ନେରତ ସମୁଦ୍ରଠାରୁ ଲବଣ ସମୁଦ୍ର ପର୍ଯ୍ୟନ୍ତ ଦକ୍ଷିଣରେ ପି‌ସ୍‌ଗାର ଗଡ଼ାଣିଠାରୁ ପୂର୍ବ ପର୍ଯ୍ୟନ୍ତ।


ପୁଣି ଉତ୍ତର ପାର୍ବତୀୟ ଦେଶର ରାଜାଗଣଙ୍କୁ ଆରବଙ୍କୁ, ଗାଲିଲୀହ୍ରଦର ଦକ୍ଷିଣକୁ, ପଶ୍ଚିମସ୍ଥ ପାର୍ବତୀୟ ମାଳଭୂମିକୁ ଓ ପଶ୍ଚିମରେ ଦଫୋନ ଦୋରଙ୍କୁ।


ଯୀଶୁ ଗିନେସରତ ହ୍ରଦ କୂଳରେ ଠିଆ ହୋଇଥିଲେ। ତାହାଙ୍କ ଗ୍ଭରିପଟେ ଘେରିଯାଇ ଠିଆ ହେବାକୁ ଲୋକମାନେ ଠେଲାପେଲା ହେଉଥିଲେ। ସେମାନେ ତାହାଙ୍କଠାରୁ ପରମେଶ୍ୱରଙ୍କ ଉପଦେଶ ବାଣୀ ଶୁଣିବାକୁ ଗ୍ଭହୁଁଥିଲେ।


ଏହାର ସୀମାରେ କେତେଗୁଡ଼ିଏ ଶକ୍ତିଶାଳୀ ନଗର ଥିଲା। ସେଗୁଡ଼ିକ ହେଲା ସବୀମ, ସେର, ହମ୍ମତ, ର‌କ୍‌କତ୍ ଓ କିନ୍ନେରତ୍।


ଏହା ପରେ ଯୀଶୁ ଗାଲିଲୀ ହ୍ରଦ (ଅର୍ଥାତ୍ ତିବିରିଆ ହ୍ରଦ) ପାର ହୋଇ ଆରପାରିକି ଗଲେ।


ସେମାନେ ହ୍ରଦ ପାର ହୋଇ ଗିନ୍ନେସରତ୍ କୂଳରେ ପହଞ୍ଚିଲେ।


ଆଉ ବାବିଲର ରାଜା ସିଦିକିୟର ପୁତ୍ରମାନଙ୍କୁ ତାହାର ସମ୍ମୁଖରେ ବଧ କଲା। ଆଉ ମଧ୍ୟ ଯିହୁଦାର ସମସ୍ତ ଅଧିପତିଙ୍କୁ ରି‌‌‌ବ୍‌‌‌ଲାରେ ବଧ କଲା।


ତା'ପରେ ସେମାନେ ରାଜାଙ୍କୁ ଧରି ରି‌ବ୍‌ଲାରେ ଥିବା ବାବିଲ ରାଜାଙ୍କ ନିକଟକୁ ନେଲେ। ସେମାନେ ତାଙ୍କୁ ଦଣ୍ତ ଦେବାକୁ ସ୍ଥିର କଲେ।


ବୈଥାରମର ଓ ବୈଥାନିମ୍ରାର ଓ ସୁ‌କ୍‌କୋ‌ତ୍‌ର ଓ ସଫୋ‌ନ୍‌ର ଉପତ୍ୟକା ସେହି ଦେଶରେ ସାମିଲ୍ ଥିଲା। ଅବଶିଷ୍ଟ ଦେଶ ଯାହାକି ହି‌ଷ୍‌ବୋନର ରାଜା ସୀହୋନ ଦ୍ୱାରା ଶାସିତ ହେଉଥିଲା, ସେହି ଦେଶ ମଧ୍ୟରେ ସାମିଲ୍ ଥିଲା।


ଆଉ ତୁମ୍ଭମାନଙ୍କର ପୂର୍ବ ସୀମା ହ‌ତ୍‌ସର-ଐନନଠାରୁ ଆରମ୍ଭ ହୋଇ ଶଫାମ୍ ପର୍ଯ୍ୟନ୍ତ ଯିବ।


ପୁଣି ସେ ସୀମା ଯର୍ଦ୍ଦନ ଦେଇ ଯିବ ଓ ମୃତ ସମୁଦ୍ର ନିକଟରେ ଶେଷ ହେବ। ଏହା ତୁମ୍ଭମାନଙ୍କର ଦେଶ ଏବଂ ଏହାର ସୀମା ହେବ।”


ତା'ପରେ ସେମାନେ ଧରିଥିବା ରାଜାଙ୍କୁ ହମାତ୍ ଦେଶସ୍ଥ ରି‌‌‌ବ୍‌‌‌ଲାକୁ ନେଇଗଲେ। ତା'ପରେ ସେଠାରେ ରାଜା ତା’ ଉପରେ ଦଣ୍ଡ ବିଧାନ କଲେ।


ସେମାନେ ମଧ୍ୟ ଯର୍ଦ୍ଦନର ପୂର୍ବ ଉପତ୍ୟକାଠାରୁ ଗାଲିଲୀହ୍ରଦର ପୂର୍ବ ତୀର ପର୍ଯ୍ୟନ୍ତ ଓ ବୈ‌ତ୍‌ଯିଶିମୋତର ପଥରେ ପଦାଭୂମିସ୍ଥିତ ଲବଣ ସମୁଦ୍ରର ପୂର୍ବତୀର ପର୍ଯ୍ୟନ୍ତ ଓ ପି‌‌ସ୍‌‌ଗାର ଅଧଃସ୍ଥିତ ଦକ୍ଷିଣ ଦେଶରେ ରାଜତ୍ୱ କଲେ।


Swiv nou:

Piblisite


Piblisite