Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 33:36 - ପବିତ୍ର ବାଇବଲ

36 ସେମାନେ ଇ‌ତ୍‌ସିୟୋନ-ଗେବରରୁ ଯାତ୍ରା କଲେ ଓ ସିନ୍ ମରୁଭୂମିରେ କାଦେଶଠାରେ ଛାଉଣି ସ୍ଥାପନ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

36 ପୁଣି ସେମାନେ ଇତ୍ସିୟୋନ-ଗେବରରୁ ଯାତ୍ରା କରି ସିନ୍ ପ୍ରାନ୍ତରରେ ଛାଉଣି ସ୍ଥାପନ କଲେ (ଏହାକୁ କାଦେଶ କହନ୍ତି),

Gade chapit la Kopi

ଓଡିଆ ବାଇବେଲ

36 ପୁଣି, ସେମାନେ ଇତ୍‍ସିୟୋନ-ଗେବରରୁ ଯାତ୍ରା କରି ସୀନ୍‍ ପ୍ରାନ୍ତରରେ ଛାଉଣି ସ୍ଥାପନ କଲେ (ଏହାକୁ କାଦେଶ କହନ୍ତି),

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

36 ପୁଣି, ସେମାନେ ଇତ୍‍ସିୟୋନ-ଗେବରରୁ ଯାତ୍ରା କରି ସୀନ୍‍ ପ୍ରାନ୍ତରରେ ଛାଉଣି ସ୍ଥାପନ କଲେ (ଏହାକୁ କାଦେଶ କହନ୍ତି),

Gade chapit la Kopi




ଗଣନା ପୁସ୍ତକ 33:36
6 Referans Kwoze  

ଇସ୍ରାଏଲ ଲୋକମାନଙ୍କର ସମସ୍ତ ମଣ୍ତଳୀ ପ୍ରଥମ ମାସରେ ସୀନ୍ ମରୁଭୂମିରେ ଉପସ୍ଥିତ ହେଲେ। ସେମାନେ କାଦେଶରେ ବାସ କଲେ। ମରିୟମ ସେହି ସ୍ଥାନରେ ମୃତ୍ୟୁବରଣ କଲେ ଓ ତାଙ୍କୁ ସେଠାରେ କବର ଦିଆଗଲା।


ମନେପକାଅ, ଯେତେବେଳେ ସୀନ ମରୁଭୂମିରେ ଲୋକମାନେ ଜଳ ପାଇଁ କ୍ରୋଧିତ ହେଲେ, ତୁମ୍ଭେ ଓ ହାରୋଣ ମୋର ଆଜ୍ଞା ଅମାନ୍ୟ କଲ। ତୁମ୍ଭେମାନେ ମୋର ପବିତ୍ରତାକୁ ଲୋକଙ୍କ ସମ୍ମୁଖରେ ସମ୍ମାନ କଲ ନାହିଁ।” (ଏହି ସୀନ୍ ମରୁଭୂମି କାଦେଶସ୍ଥ ମିରୀବାଃ-ଜଳ ମଧ୍ୟରେ ଘଟଣା କ୍ରମେ ହେବ।)


କାରଣ ତୁମ୍ଭେମାନେ ଉଭୟେ ସେଠାରେ ମୋ’ ବିରୁଦ୍ଧରେ ପାପ କରି ଥିଲ। ସିନ୍ ପ୍ରାନ୍ତରରେ କାଦେଶସ୍ଥ ମିରୀବାଃ ଜଳ ନିକଟରେ ଥିଲ। ସେଠାରେ ତୁମ୍ଭେ ଇସ୍ରାଏଲ ଲୋକମାନଙ୍କ ସମ୍ମୁଖରେ ମୋ’ ବିରୁଦ୍ଧରେ ପାପ କରିଥିଲ। ମୁଁ ପବିତ୍ର ବୋଲି ତୁମ୍ଭେ ମୋତେ ସମ୍ମାନ କରି ନ ଥିଲ।


ତେଣୁ ସେମାନେ ସୀନ ମରୁଭୂମିରୁ ଯାତ୍ରା କରି ହମାତର ପ୍ରବେଶ ସ୍ଥାନ ରହୋବ ପର୍ଯ୍ୟନ୍ତ ଦେଶ ଅନୁସନ୍ଧାନ କଲେ।


ପୁଣି ସେମାନେ ଆବ୍ରୋଣାରୁ ଯାତ୍ରା କରି ଇ‌ତ୍‌ସିୟୋନ ଗେବରରେ ଛାଉଣି ସ୍ଥାପନ କଲେ।


ଅନନ୍ତର ସେମାନେ ଆସି ପାରଣ ମରୁଭୂମି କାଦେଶ ନାମକ ସ୍ଥାନରେ ମୋଶାଙ୍କୁ ଭେଟିଲେ, ହାରୋଣ ଓ ଇସ୍ରାଏଲ ଲୋକମାନେ ସମସ୍ତ ମଣ୍ତଳୀ ନିକଟରେ ଉପସ୍ଥିତ ହୋଇ ସେମାନଙ୍କୁ ଓ ସମସ୍ତ ମଣ୍ତଳୀକି ସମାଗ୍ଭର ଦେଲେ ଓ ସେମାନଙ୍କୁ ସେହି ଦେଶର ଫଳ ଦେଖାଇଲେ।


Swiv nou:

Piblisite


Piblisite