Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 32:5 - ପବିତ୍ର ବାଇବଲ

5 ଯଦି ଏହା ତୁମ୍ଭକୁ ଆନନ୍ଦ ଦିଏ, ତୁମ୍ଭର ସେବକଗଣକୁ ଏହି ଦେଶ ଦିଆଯାଉ, ଆମ୍ଭମାନଙ୍କୁ ଯର୍ଦ୍ଦନ ସେପାରିକୁ ନିଆ ନ ଯାଉ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ସେମାନେ ଆହୁରି କହିଲେ, ଆମ୍ଭେମାନେ ଯେବେ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାଇଅଛୁ, ତେବେ ତୁମ୍ଭର ଦାସଗଣକୁ ଅଧିକାରାର୍ଥେ ଏହି ଦେଶ ଦିଆଯାଉ; ଆମ୍ଭମାନଙ୍କୁ ଯର୍ଦ୍ଦନ ପାରିକି ନେଇ ଯାଅ ନାହିଁ।

Gade chapit la Kopi

ଓଡିଆ ବାଇବେଲ

5 ସେମାନେ ଆହୁରି କହିଲେ, “ଆମ୍ଭେମାନେ ଯଦି ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାଇଅଛୁ, ତେବେ ତୁମ୍ଭର ଦାସଗଣକୁ ଅଧିକାରାର୍ଥେ ଏହି ଦେଶ ଦିଆଯାଉ; ଆମ୍ଭମାନଙ୍କୁ ଯର୍ଦ୍ଦନ ପାରିକୁ ନେଇ ଯାଅ ନାହିଁ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ସେମାନେ ଆହୁରି କହିଲେ, “ଆମ୍ଭେମାନେ ଯଦି ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାଇଅଛୁ, ତେବେ ତୁମ୍ଭର ଦାସଗଣକୁ ଅଧିକାରାର୍ଥେ ଏହି ଦେଶ ଦିଆଯାଉ; ଆମ୍ଭମାନଙ୍କୁ ଯର୍ଦ୍ଦନ ପାରିକୁ ନେଇଯାଅ ନାହିଁ।”

Gade chapit la Kopi




ଗଣନା ପୁସ୍ତକ 32:5
11 Referans Kwoze  

ସଦାପ୍ରଭୁ କହନ୍ତି, “‌‌ଖ‌ଡ଼୍‌ଗରୁ ରକ୍ଷା ପାଇଥିବା ଲୋକମାନେ ପ୍ରାନ୍ତରରେ ଆଶ୍ରୟ ପାଇବେ, ଯେତେବେଳେ ଇସ୍ରାଏଲ ବିଶ୍ରାମ ଗ୍ଭହିଁଲେ।”


ତା'ପରେ ରାଜା, ରାଣୀ ଏଷ୍ଟର ପ୍ରାଙ୍ଗଣରେ ଠିଆ ହେବାର ଦେଖିଲେ। ଏବଂ ରାଜା ତାକୁ ଦେଖି ଖୁସୀ ହେଲେ, ତେଣୁ ସେ ତାଙ୍କ ହାତରେ ଥିବା ସୁବର୍ଣ୍ଣର ରାଜଦଣ୍ତ ରାଣୀ ଏଷ୍ଟର ଆଡ଼କୁ ବଢ଼ାଇଲେ। ତେଣୁ ଏଷ୍ଟର ନିକଟକୁ ଆସିଲେ ଏବଂ ଆସି ରାଜଦଣ୍ତର ଅଗ୍ର ଭାଗ ଛୁଇଁଲେ।


ଯୋୟାବ ମୁଣ୍ଡ ନୂଆଁଇ ରାଜାଙ୍କୁ ପ୍ରଣାମ କଲା ଓ ରାଜାଙ୍କ ନାମରେ ଜୟଗାନ କଲା। ସେ କହିଲା, ହେ ରାଜା! “ମୁଁ ଜାଣେ ଯେ, ଆଜି ଆପଣଙ୍କ ଦୃଷ୍ଟିରେ ମୁଁ ଅନୁଗ୍ରହ ପାଇଛି। “ଏହା ଆଜି ମୁଁ ଜାଣେ କାରଣ ଆପଣଙ୍କର ଦାସର କଥାନୁସାରେ କାର୍ଯ୍ୟ କଲେ।”


କିନ୍ତୁ ଦାଉଦ ଉତ୍ତର ଦେଲେ, “ତୁମ୍ଭ ବାପା ଭଲଭାବରେ ଜାଣନ୍ତି ଯେ ମୁଁ ତୁମ୍ଭର ସାଙ୍ଗ।” ତୁମ୍ଭ ବାପା ନିଜକୁ କହିଲେ, ‘ଯୋନାଥନ ନିଶ୍ଚୟ ଏହା ଜାଣି ନ ଥିବ। ଯଦି ସେ ଜାଣେ ତା'ର ହୃଦୟ ଦୁଃଖରେ ପୂର୍ଣ୍ଣ ହୋଇଯିବ, ସେ ମଧ୍ୟ ଦାଉଦଙ୍କୁ କହି ପାରି ଥା’ନ୍ତେ।’ କିନ୍ତୁ ତୁମ୍ଭେ ଏବଂ ପ୍ରଭୁ ଜୀବିତ ଥିବା ବେଳେ ମୁଁ ମୃତ୍ୟୁର ନିକଟତର ହେଉଅଛି।”


ଏହା ପରେ ଋତ ତାଙ୍କୁ ପ୍ରଣାମ କଲା। ସେ ବୋୟାଜଙ୍କୁ ପଗ୍ଭରିଲା, “ମୁଁ ଆଶ୍ଚର୍ଯ୍ୟ ହେଉଛି, ତୁମ୍ଭେ ତ ମୋତେ ଆଗରୁ କେବେବି ଦେଖି ନାହଁ। ମୁଁ ବିଦେଶୀନୀ ହେଲେବି ତୁମ୍ଭେ ମୋ’ ପ୍ରତି ଦୟା ଦେଖାଇ ଅଛ।”


ଯିହୋଶୂୟ କହିଲେ, “ହେ ମୋର ପ୍ରଭୁ, ତୁମ୍ଭେ କାହିଁକି ଏହି ଲୋକମାନଙ୍କୁ ଯର୍ଦ୍ଦନ ପାର ହେବାକୁ ଦେଲ? କ’ଣ ଆମ୍ଭମାନଙ୍କୁ ଇମୋରୀୟମାନଙ୍କ ହସ୍ତରେ ବିନାଶ କରିବାକୁ, ଏହା କଲ? ଆହା ଯଦି ଆମ୍ଭେମାନେ ଯର୍ଦ୍ଦନ ସେପାରିରେ ରହିଥା’ନ୍ତୁ।


“ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ମୋ’ ଉପରେ କ୍ରୋଧିତ ହେଲେ। ସେ ମୋତେ କହିଲେ, ‘ମୋଶା, ତୁମ୍ଭେ ମଧ୍ୟ ସେ ସ୍ଥାନରେ ପ୍ରବେଶ କରିବ ନାହିଁ।


ଆପଣ ମୋତେ ମୋର ଜୀବନକୁ ରକ୍ଷାକରି, କିଛି ସମୟ ପୂର୍ବରୁ ଆମ୍ଭଙ୍କୁ ଅତ୍ୟନ୍ତ ଦୟା ଓ ଅନୁଗ୍ରହ ଦେଖାଇଛନ୍ତି। କିନ୍ତୁ ମୁଁ ପର୍ବତକୁ ପଳାଇ ଯାଇ ନ ପାରେ। ଏହି ବିପତ୍ତି ହୁଏତ ମୋତେ ଧରି ପକାଇବ ଓ ମାରିଦେବ।


ମୋଶା, ଗାଦ୍ ଓ ରୁବେ‌ନ୍‌ର ପରିବାରବର୍ଗକୁ କହିଲେ, “ତୁମ୍ଭମାନଙ୍କର ଭାଇମାନେ ଯୁଦ୍ଧ କରିବାକୁ ଯାଉଛନ୍ତି, ତୁମ୍ଭେମାନେ କ’ଣ ଏଠାରେ ରହିବା ଉଚିତ୍?


Swiv nou:

Piblisite


Piblisite