Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 32:3 - ପବିତ୍ର ବାଇବଲ

3-4 ସେମାନେ କହିଲେ, “ତୁମ୍ଭର ଏହି ସେବକମାନଙ୍କର ବହୁ ମେଷ ଓ ଗୋରୁଗାଈ ଅଛନ୍ତି। ଯେଉଁସବୁ ଦେଶକୁ ସଦାପ୍ରଭୁ ଇସ୍ରାଏଲ ପାଇଁ ପରାସ୍ତ କରିଅଛନ୍ତି, ତାହା ଆମ୍ଭର ମେଷଗୁଡ଼ିକ ନିମନ୍ତେ ଓ ଗୋରୁଗାଈ ନିମନ୍ତେ ଉତ୍ତମ ଅଟେ। ସେ ସବୁ ଦେଶଗୁଡ଼ିକ ହେଲେ, ଅଟାରୋତ୍, ଦୀବୋନ, ଯାସେର, ନିମ୍ରା, ହି‌ଷ୍‌ବୋନ, ଇଲିୟାଲୀ, ସି‌ବ୍‌ମା, ନବୋ ଓ ବିୟୋନ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ଅଟାରୋତ୍ ଓ ଦୀବୋନ ଓ ଯାସେର ଓ ନିମ୍ରା ଓ ହିଷ୍ବୋନ୍ ଓ ଇଲୀୟାଲୀ ଓ ସିବମା ଓ ନବୋ ଓ ବିୟୋନ,

Gade chapit la Kopi

ଓଡିଆ ବାଇବେଲ

3 “ଅଟାରୋତ୍‍, ଦୀବୋନ୍, ଯାସେର, ନିମ୍ରା, ହିଷ୍‍ବୋନ, ଇଲୀୟାଲୀ, ସିବମା, ନବୋ ଓ ବିୟୋନ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 “ଅଟାରୋତ୍‍, ଦୀବୋନ୍, ଯାସେର, ନିମ୍ରା, ହିଷ୍‍ବୋନ, ଇଲୀୟାଲୀ, ସିବମା, ନବୋ ଓ ବିୟୋନ,

Gade chapit la Kopi




ଗଣନା ପୁସ୍ତକ 32:3
22 Referans Kwoze  

“ହି‌‌‌ଶ୍‌‌‌ବୋନ୍ ଓ ଇଲିୟାଲୀର କ୍ରନ୍ଦନ ଯହସ ପର୍ଯ୍ୟନ୍ତ ଶୁଣା ଯାଇଅଛି। ଆଉ ମଧ୍ୟ ସେହି କ୍ରନ୍ଦନ ସୋୟରଠାରୁ ହୋରୋନୟିମ ଓ ଇଗ୍ଲଥ୍ ଶଲୀଶୀୟା ପର୍ଯ୍ୟନ୍ତ ଶ୍ରୁତିଗୋଚର ହୋଇଅଛି। କାରଣ ନିମ୍ରୀମର ଜଳସବୁ ଶୁଷ୍କ ହୋଇଅଛି।


ହି‌ଷ୍‌ବୋନ୍ ଓ ସମତଳ ଭୂମିସ୍ଥିତ ଦୀବୋନ ଓ ବାମ‌ତ୍‌ବାଲ ଓ ବୈ‌ତ୍‌ବାଲ ମିୟୋନ।


“ଯେଉଁମାନେ ପଳାଇଯାଇ ଶକ୍ତିଶାଳୀ ହି‌‌‌ଶ୍‌‌‌ବୋ‌‌‌ନ୍‌‌‌ରେ ଆଶ୍ରୟ ନେବେ ସେମାନେ ମଧ୍ୟ ରକ୍ଷା ପାଇବେ ନାହିଁ। କାରଣ ହି‌‌‌ଶ୍‌‌‌ବୋ‌‌‌ନ୍‌‌‌ରୁ ଓ ସୀହୋନରୁ ଅଗ୍ନି ନିର୍ଗତ ହୋଇ ମୋୟାବର ଅଧିପତି ଓ ଅହଙ୍କାରୀମାନଙ୍କୁ ଗ୍ରାସ କରିବ।


ହେ ଶ‌‌‌ିବ୍‌‌‌ମାର ଦ୍ରାକ୍ଷାଲତେ, ଯାସେର ରୋଦନ ଅପେକ୍ଷା ଆମ୍ଭେ ତୁମ୍ଭ ପାଇଁ ଅଧିକ ଶୋକ କରିବା। ତୁମ୍ଭର ଦ୍ରାକ୍ଷାଲତାର ଶାଖାସବୁ ସମୁଦ୍ର ଅତିକ୍ରମ କରିଥିଲା ଓ ସେସବୁ ଯାସେର ସମୁଦ୍ର ପର୍ଯ୍ୟନ୍ତ ବିସ୍ତୃତ ହୋଇଥିଲା। ମାତ୍ର ଫଳ ଓ ଦ୍ରାକ୍ଷାଫଳ ସଂଗ୍ରହ କରିବା ସମୟରେ ବିନାଶକ ଆସି ସବୁକିଛି ନେଇଗଲା।


ମୋୟାବ ପୁନର୍ବାର ପ୍ରଶଂସିତ ହେବ ନାହିଁ। ହି‌‌‌ଶ୍‌‌‌ବୋ‌‌‌ନ୍‌‌‌ରେ ଲୋକମାନେ ତାହାର ବିନାଶର ଯୋଜନା କରିବେ। ‘ଆସ, ଆମ୍ଭେମାନେ ଏହାକୁ ଧ୍ୱଂସ କରିବା ଏବଂ ଗୋଷ୍ଠୀରୁ ଏହାକୁ ସମାପ୍ତ କରିଦେବା।’ ହେ ମ‌‌ଦ୍‌‌ମେନା! ତୁମ୍ଭେ ମଧ୍ୟ ନୀରବ ହେବ, କାରଣ ‌‌ଖ‌ଡ଼୍‌ଗ ତୁମ୍ଭର ପଶ୍ଚା‌‌ଦ୍‌‌ଗାମୀ ହେବ।


ମାତ୍ର ନିମ୍ରୀମର ଜଳ ସମୂହ ଶୁଷ୍କ ହେବ। ସବୁଜ ବୃକ୍ଷଗୁଡ଼ିକ ରହିବନି।


ହେ ସଦାପ୍ରଭୁ, ତୁମ୍ଭେ ତାଙ୍କୁ ନାନା ରାଜ୍ୟ ଓ ଗୋଷ୍ଠୀ ଦେଲ ଓ ତାହା ସେମାନଙ୍କ ବାଣ୍ଟ ଅନୁସାରେ ନିରୂପଣ କଲ। ତେଣୁ ସେମାନେ ସୀହୋନ ଦେଶ ହି‌‌‌‌ଷ୍‌‌‌‌ବୋନ୍ ରାଜାର ଦେଶ, ବାଶନର ଓଗ୍ ରାଜାର ଦେଶ ଅଧିକାର କଲେ।


ଇସ୍ରାଏଲ 300 ବର୍ଷ ହେଲା ହି‌ଷ୍‌ବୋନ୍ ତା'ର ଉପନଗରରେ, ପୁଣି ଆରୋୟର ଓ ତହିଁର ଉପନଗରରେ, ଆଉ ଅର୍ଣ୍ଣୋନ ତୀରସ୍ଥିତ ସମସ୍ତ ନଗରରେ ବାସ କରୁ ଅଛନ୍ତି। ଏଥି ମଧ୍ୟରେ ତୁମ୍ଭେମାନେ କାହିଁକି ସେସବୁ ଫେରାଇ ନ ଦେଲ?


କିରିୟାଥୟିମ୍, ସି‌‌ବ୍‌‌ମା ଓ ତଳ ଭୂମିର ପର୍ବତସ୍ଥ ସେରତ୍ ସହର।


ରୁବେନ୍ ସନ୍ତାନଗଣର ଓ ଗାଦ୍-ସନ୍ତାନଗଣର ଅନେକ ପଶୁ ପଲ ଥିଲା। ଏଣୁ ସେମାନେ ଯାସେର ଓ ଗିଲିୟଦ ଦେଶଗୁଡ଼ିକୁ ଦେଖିଲେ, ସେ ସ୍ଥାନଗୁଡ଼ିକ ପଶୁପଲ ପାଇଁ ଉପଯୁକ୍ତ।


ହି‌ଷ୍‌ବୋନଠାରୁ ଅଗ୍ନି ନିର୍ଗତ ହୋଇଅଛି। ଏକ ଶିଖା ସୀହୋନ ନଗରରୁ ବାହାରିଲା। ସେହି ଅଗ୍ନି ମୋୟାବର ଆର ନଗରକୁ ଧ୍ୱଂସ କଲା ଏବଂ ଅର୍ଣ୍ଣୋନର ପର୍ବତଗୁଡ଼ିକୁ ଧ୍ୱଂସ କଲା।


ସେମାନଙ୍କର ଭବିଷ୍ୟଦ୍ ବଂଶଧରଗଣ ହି‌ଷ୍‌ବୋନଠାରୁ ଦୀବୋନ ପର୍ଯ୍ୟନ୍ତ ଧ୍ୱଂସ ହୋଇଛନ୍ତି। ଆମ୍ଭେମାନେ ସେମାନଙ୍କୁ ଶର ନିକ୍ଷେପ କରିଅଛୁ। ହି‌ଷ୍‌ବୋନ୍ ଦୀବୋନ୍ ପର୍ଯ୍ୟନ୍ତ ହେଲା। ଆମ୍ଭେମାନେ ନୋଫହ ପର୍ଯ୍ୟନ୍ତ ଧ୍ୱଂସ କଲୁ, ଯାହା ମେଦବା ନିକଟରେ ଅଛି।”


ମୋଶା ଯାସେର ଅନୁସନ୍ଧାନ କରିବା ପାଇଁ ତାଙ୍କର ଲୋକ ପଠାଇଲେ ଏବଂ ତାଙ୍କର ଲୋକମାନେ ତହିଁର ସମସ୍ତ ଛୋଟ ନଗରଗୁଡ଼ିକୁ ଅକ୍ତିଆର କଲେ ଓ ସେଠାରେ ବାସ କରୁଥିବା ଇମୋରୀୟମାନଙ୍କୁ ତଡ଼ି ଦେଲେ।


ତେଣୁ ଗା‌ଦ୍‌ର ସନ୍ତାନଗଣ ଓ ରୁବେ‌ନ୍‌ର ସନ୍ତାନଗଣ ଆସି ମୋଶାଙ୍କୁ ଇଲିୟାସର ଯାଜକକୁ ଓ ମଣ୍ତଳୀର ଅଧ୍ୟକ୍ଷଗଣଙ୍କୁ କହିଲେ।


ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ମୋୟାବ ବିଷୟରେ ଏହା କହନ୍ତି, “ନବୋ ଧ୍ୱଂସ ହେବ, କିରିୟାଥୟିମ ଲଜ୍ଜିତ ହେବ। ତାହା କବଳିତ ହେବ ଏବଂ ପର୍ବତଗଣ ଲଜ୍ଜିତ ଓ ଭଗ୍ନ ହେବ।


ମୁଁ ମୋୟାବର ସ୍କନ୍ଧକୁ ଅଲଗା କରିବି, ମୁଁ ତାହାର ସୀମାନ୍ତବର୍ତ୍ତୀର ମୋୟାବ ମହିମା ସ୍ୱରୂପ ଯଥା: ବୈତ୍-ଯିଶୀମୋତ୍, ବାଲ-ମିୟୋନ ନଗରଗୁଡ଼ିକୁ ନେଇଯିବି।


ହି‌ଷ୍‌ବୋନ୍, ଯାସେର ଓ ତା'ର ତଳଭୂମି, ଏହିପରି ଭାବରେ ଗ୍ଭରିଟି ନଗର ଓ ତଳଭୂମି ଦେଲେ।


Swiv nou:

Piblisite


Piblisite