Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 32:11 - ପବିତ୍ର ବାଇବଲ

11 ‘ମୁଁ ସଦାପ୍ରଭୁ ଅବ୍ରହାମକୁ ଓ ଇ‌ସ୍‌ହାକକୁ ଓ ଯାକୁବକୁ ଯେଉଁ ଦେଶ ଦେବାକୁ ପ୍ରତିଜ୍ଞା କରିଅଛି, ମିଶରରୁ ଆଗତ ଲୋକମାନଙ୍କ ମଧ୍ୟରୁ କୋଡ଼ିଏ ବର୍ଷ ଓ ତତ୍ତୋଧିକ ବର୍ଷ ବୟସ୍କ କେହି ସେହି ଦେଶ ଦେଖି ପାରିବେ ନାହିଁ, କାରଣ ସେମାନେ ମୋତେ ଅନୁସରଣ କଲେ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ଆମ୍ଭେ ଅବ୍ରହାମକୁ ଓ ଇସହାକ୍କୁ ଓ ଯାକୁବକୁ ଯେଉଁ ଦେଶ ଦେବା ପାଇଁ ଶପଥ କରିଅଛୁ, ମିସରରୁ ଆଗତ ଲୋକମାନଙ୍କ ମଧ୍ୟରୁ କୋଡ଼ିଏ ବର୍ଷ ଓ ତତୋଧିକ ବର୍ଷ ବୟସ୍କ କେହି ସେହି ଦେଶ ଦେଖି ପାରିବ ନାହିଁ, ଏହା ନିଶ୍ଚିତ; କାରଣ ସେମାନେ ସମ୍ପୂର୍ଣ୍ଣ ରୂପେ ଆମ୍ଭର ଅନୁଗତ ହୋଇ ନାହାନ୍ତି।

Gade chapit la Kopi

ଓଡିଆ ବାଇବେଲ

11 “ଆମ୍ଭେ ଅବ୍ରହାମକୁ, ଇସ୍‍ହାକକୁ ଓ ଯାକୁବକୁ ଯେଉଁ ଦେଶ ଦେବା ପାଇଁ ଶପଥ କରିଅଛୁ, ମିସରରୁ ଆଗତ ଲୋକମାନଙ୍କ ମଧ୍ୟରୁ କୋଡ଼ିଏ ବର୍ଷ ଓ ତତୋଧିକ ବର୍ଷ ବୟସ୍କ କେହି ସେହି ଦେଶ ଦେଖି ପାରିବ ନାହିଁ, ଏହା ନିଶ୍ଚିତ; କାରଣ ସେମାନେ ସମ୍ପୂର୍ଣ୍ଣ ରୂପେ ଆମ୍ଭର ଅନୁଗତ ହୋଇ ନାହାନ୍ତି।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ‘ଆମ୍ଭେ ଅବ୍ରହାମଙ୍କୁ, ଇସ୍‌ହାକକୁ ଓ ଯାକୁବକୁ ଯେଉଁ ଦେଶ ଦେବା ପାଇଁ ଶପଥ କରିଅଛୁ, ମିସରରୁ ଆଗତ ଲୋକମାନଙ୍କ ମଧ୍ୟରୁ କୋଡ଼ିଏ ବର୍ଷ ଓ ତତୋଧିକ ବର୍ଷ ବୟସ୍କ କେହି ସେହି ଦେଶ ଦେଖି ପାରିବ ନାହିଁ, ଏହା ନିଶ୍ଚିତ; କାରଣ ସେମାନେ ସମ୍ପୂର୍ଣ୍ଣ ରୂପେ ଆମ୍ଭର ଅନୁଗତ ହୋଇ ନାହାନ୍ତି।

Gade chapit la Kopi




ଗଣନା ପୁସ୍ତକ 32:11
9 Referans Kwoze  

ମାତ୍ର ଆମ୍ଭର ସେବକ କାଲେବ ସେମାନଙ୍କଠାରୁ ଭିନ୍ନ। ସେ ସମ୍ପୂର୍ଣ୍ଣ ରୂପେ ଆମ୍ଭର ଅନୁଗତ ହୋଇଅଛି। ଏଣୁ ସେ ଯେଉଁ ଦେଶକୁ ଯାଇଥିଲା, ସେହି ଦେଶରେ ଆମ୍ଭେ ତାହାକୁ ପ୍ରବେଶ କରାଇବା ଓ ତାହାର ବଂଶ ତାହା ଅଧିକାର କରିବେ।


“ଇସ୍ରାଏଲର ପୁରୁଷ ଲୋକମାନଙ୍କ ମଧ୍ୟରୁ ନିଜ ନିଜ ପିତୃଗୃହାନୁସାରେ କୋଡ଼ିଏ ବର୍ଷରୁ ଊର୍ଦ୍ଧ୍ୱ ଲୋକମାନଙ୍କୁ ସୈନ୍ୟଶ୍ରେଣୀରେ ଭୁକ୍ତ କରିବାକୁ ଗଣନା କର।”


‘ମୁଁ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ଯେଉଁ ଉତ୍ତମ ଦେଶ ଦେବାକୁ ଶପଥ କରିଥିଲି, ଏହା ସେହି ଦେଶ। ଏହି ପିଢ଼ିର ଦୁଷ୍ଟ ଲୋକମାନେ କେବେ ସେହି ଦେଶ ଦେଖିବେ ନାହିଁ।


ସେମାନଙ୍କ ପୂର୍ବପୁରୁଷମାନଙ୍କ ପ୍ରତି ଆମ୍ଭେ ଯେଉଁ ଦେଶ ବିଷୟରେ ଶପଥ କରିଅଛୁ, ଏମାନଙ୍କ ମଧ୍ୟରୁ କେହି ସେ ଦେଶ ଦେଖି ପାରିବେ ନାହିଁ। କାରଣ ସେମାନେ ମୋତେ ଅବଜ୍ଞା କରିଛନ୍ତି, ତେଣୁ ସେମାନଙ୍କ ମଧ୍ୟରୁ କେହି ତାହା ଦେଖିବେ ନାହିଁ।


ଦେଖ, ଆମ୍ଭେ ତୁମ୍ଭମାନଙ୍କୁ ଏହି ଦେଶ ଦେଇଅଛୁ, ଏହାସବୁ ତୁମ୍ଭମାନଙ୍କର, ଯାଅ ଏବଂ ଏହାକୁ ଅଧିକାର କର। ଆମ୍ଭେ ତୁମ୍ଭର ପୂର୍ବପୁରୁଷ ଯଥା: ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବକୁ ଏହା ଦେବା ପାଇଁ ଶପଥ କରିଥିଲୁ, ଆମ୍ଭେ ସେମାନଙ୍କୁ ଓ ସେମାନଙ୍କର ବଂଶଧରମାନଙ୍କୁ ଏହି ଦେଶମାନ ଦେବା ପାଇଁ ଶପଥ କରିଥିଲୁ।‌’”


Swiv nou:

Piblisite


Piblisite