Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 31:6 - ପବିତ୍ର ବାଇବଲ

6 ମୋଶା ସେହି 12,000 ଲୋକଙ୍କୁ, ଯୁଦ୍ଧ ଭୂମିକୁ ପଠାଇଲେ। ପୁଣି ଯାଜକ ଇଲିୟାସରର ପୁତ୍ର ପୀ‌ନ୍‌ହସର ହସ୍ତରେ ପବିତ୍ର ପାତ୍ର ଓ ରଣତୂରୀ ଦେଇ ତାହାକୁ ସେମାନଙ୍କ ସଙ୍ଗେ ଯୁଦ୍ଧ କ୍ଷେତ୍ରକୁ ପଠାଇଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ପୁଣି ମୋଶା ଏକ ଏକ ବଂଶରୁ ଏକ ଏକ ସହସ୍ର ଲୋକଙ୍କୁ ଯୁଦ୍ଧକୁ ପଠାଇଲେ ଓ ଇଲୀୟାସର ଯାଜକର ପୁତ୍ର ପୀନହସର ହସ୍ତରେ ପବିତ୍ର ସ୍ଥାନର ପାତ୍ର ଓ ରଣତୂରୀ ଦେଇ ତାହାକୁ ସେମାନଙ୍କ ସଙ୍ଗେ ଯୁଦ୍ଧକୁ ପଠାଇଲେ।

Gade chapit la Kopi

ଓଡିଆ ବାଇବେଲ

6 ପୁଣି, ମୋଶା ଏକ ଏକ ବଂଶରୁ ଏକ ଏକ ସହସ୍ର ଲୋକଙ୍କୁ ଯୁଦ୍ଧକୁ ପଠାଇଲେ ଓ ଇଲୀୟାସର ଯାଜକର ପୁତ୍ର ପୀନହସ୍‍ର ହସ୍ତରେ ପବିତ୍ର ସ୍ଥାନର ପାତ୍ର ଓ ରଣତୂରୀ ଦେଇ ତାହାକୁ ସେମାନଙ୍କ ସଙ୍ଗେ ଯୁଦ୍ଧକୁ ପଠାଇଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ପୁଣି, ମୋଶା ଏକ ଏକ ବଂଶରୁ ଏକ ଏକ ସହସ୍ର ଲୋକଙ୍କୁ ଯୁଦ୍ଧକୁ ପଠାଇଲେ ଓ ଇଲୀୟାସର ଯାଜକର ପୁତ୍ର ପୀନହସ୍‍ର ହସ୍ତରେ ପବିତ୍ର ସ୍ଥାନର ପାତ୍ର ଓ ରଣତୂରୀ ଦେଇ ତାହାକୁ ସେମାନଙ୍କ ସଙ୍ଗେ ଯୁଦ୍ଧକୁ ପଠାଇଲେ।

Gade chapit la Kopi




ଗଣନା ପୁସ୍ତକ 31:6
17 Referans Kwoze  

ତଥାପି ସେମାନେ ପର୍ବତ ଶୃଙ୍ଗ ଉପରକୁ ଯିବାକୁ ଦୁଃସାହସ କଲେ। ମାତ୍ର ସଦାପ୍ରଭୁଙ୍କ ନିୟମ ସିନ୍ଦୁକ ଓ ମୋଶା ସେମାନଙ୍କ ସହିତ ଗଲେ ନାହିଁ।


ଊରିୟ ଦାଉଦଙ୍କୁ କହିଲା, “ପବିତ୍ର ସିନ୍ଦୁକ, ଇସ୍ରାଏଲ ଓ ଯିହୁଦାର ସୈନ୍ୟବାହିନୀ ଏବଂ ମୋର ରାଜାଙ୍କର ଅଧିକାରୀଗଣ ଖୋଲା ପଦାରେ ତମ୍ବୁ କରିଛନ୍ତି। ତେଣୁ ମୁଁ କିପରି ଭୋଜନ କରିବାକୁ ଘରକୁ ଯିବି ଏବଂ ତା'ପରେ ମୋର ସ୍ତ୍ରୀଙ୍କ ସହିତ ଶୟନ କରିବି? ତୁମ୍ଭେ ଓ ମୁଁ ବଞ୍ଚିଥିବା ଯାଏ ସେପରି କରିବି ନାହିଁ।”


ଦାଉଦ ଜାଣି ପାରିଲେ ଶାଉଲ ତାଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଯୋଜନା କରିଛନ୍ତି। ତେଣୁ ଦାଉଦ ଯାଜକ ଅବିୟାଥରକୁ କହିଲେ, “ଏଠାକୁ ଏଫୋଦ ଆଣ।”


ତହୁଁ ଶାଉଲ ଅହୀୟକୁ କହିଲେ, “ଏଫୋଦକୁ ଏଠାକୁ ଆଣ।” କାରଣ ସେହି ସମୟରେ ଅହୀୟ ଏଫୋଦ ପିନ୍ଧି ଥିଲେ।


ତହୁଁ ସମାଗ୍ଭର ଆଣିଥିବା ଲୋକ ଉତ୍ତର ଦେଇ କହିଲା, “ଇସ୍ରାଏଲ ପଲେଷ୍ଟୀୟମାନଙ୍କ ସମ୍ମୁଖରୁ ଦୌଡ଼ି ପଳାଇଲେ। ଇସ୍ରାଏଲୀୟ ସୈନ୍ୟବାହିନୀ ତାଙ୍କର ବହୁତ ସୈନ୍ୟ ହରାଇଲେ। ତୁମ୍ଭର ଦୁଇ ପୁତ୍ର ହ‌ଫ୍‌ନି ଓ ପୀନହସ୍ ମଲେ ଓ ପଲେଷ୍ଟୀୟମାନେ ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ନେଇଗଲେ।”


ପବିତ୍ର ତମ୍ବୁର ଆକାର ଓ ତହିଁର ସମସ୍ତ ପାତ୍ରର ଆକାରାଦିର ଯେଉଁ ଆଦର୍ଶ ଆମ୍ଭେ ତୁମ୍ଭକୁ ଦେଖାଇବା ସେହି ଅନୁସାରେ ତୁମ୍ଭେମାନେ ସବୁ କରିବ।


ତେଣୁ ଇସ୍ରାଏଲ ବଂଶରୁ ସମୁଦାୟ ବାର ସହସ୍ର ଲୋକ ଏହି ଯୁଦ୍ଧ ପାଇଁ ସଜ୍ଜିତ ହେଲେ।”


ଏଣୁ ଇସ୍ରାଏଲର ଲୋକମାନେ କିଛି ଲୋକଙ୍କୁ ରୁବେନ୍, ଗାଦ୍ ଏବଂ ମନଃଶି ବଂଶର ଲୋକମାନଙ୍କ ସହିତ କଥାବାର୍ତ୍ତା କରିବାକୁ ପଠାଇଲେ। ସେମାନଙ୍କର ନେତୃତ୍ୱ ପୀନହସ୍ ନେଇଗଲେ, ଯେ କି ଥିଲେ ଇଲିୟାସର ଯାଜକର ପୁତ୍ର।


“ଯେତେବେଳେ ତୁମ୍ଭେମାନେ ଯୁଦ୍ଧକୁ ଯିବ, ସେ ସମୟରେ ଯାଜକମାନେ ସୈନ୍ୟମାନଙ୍କ ପାଖକୁ ଯାଇ କହିବେ,


ବୁ‌କ୍‌କି ଅବୀଶୂୟର ପୁତ୍ର ଥିଲା। ଅବୀଶୂୟ ପୀନହ‌ସ୍‌ର ପୁତ୍ର ଥିଲା। ପୀନହ‌ସ୍‌ ଇଲିୟାସର ପୁତ୍ର ଥିଲା। ଇଲିୟାସର ପ୍ରଧାନ ଯାଜକ ହାରୋଣଙ୍କର ପୁତ୍ର ଥିଲା। ଏଜ୍ରା ବାବିଲରୁ ଯିରୁଶାଲମକୁ ଆସିଲେ। ଏଜ୍ରା ଜଣେ ଶିକ୍ଷକ ଥିଲେ। ସେ ମୋଶାଙ୍କର ବ୍ୟବସ୍ଥା ଖୁବ୍ ଭଲ ରୂପେ ଜାଣିଥିଲେ। ମୋଶାଙ୍କର ବ୍ୟବସ୍ଥା ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱରଙ୍କ ଦ୍ୱାରା ଦିଆଯାଇଥିଲା। ରାଜା ଅର୍ତ୍ତକ୍ଷସ୍ତ ଏଜ୍ରାଙ୍କୁ ସବୁ ଦେଲେ ଯାହା ସେ ମାଗିଲେ। କାରଣ ସଦାପ୍ରଭୁ ଏଜ୍ରାଙ୍କ ସହିତ ଥିଲେ।


Swiv nou:

Piblisite


Piblisite