Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 30:9 - ପବିତ୍ର ବାଇବଲ

9 “ମାତ୍ର ବିଧବା କି ସ୍ୱାମୀ ପରିତ୍ୟକ୍ତା ସ୍ତ୍ରୀ ମାନତ କଲେ, ସେ ଯେକୌଣସି ବିଷୟରେ ଆପଣା ପ୍ରାଣକୁ ଆବଦ୍ଧ କରିଅଛି ସେ ତାହା କରିବା ଅନୁସାରେ ପୂରଣ କରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ମାତ୍ର ବିଧବା କି ସ୍ଵାମୀତ୍ୟକ୍ତା ସ୍ତ୍ରୀର ମାନତ ଓ ଯେକୌଣସି ବିଷୟରେ ସେ ଆପଣା ପ୍ରାଣକୁ ଆବଦ୍ଧ କରିଅଛି; ସେହିସବୁ ତାହା ନିମନ୍ତେ ସ୍ଥିର ହେବ।

Gade chapit la Kopi

ଓଡିଆ ବାଇବେଲ

9 ମାତ୍ର ବିଧବା କିମ୍ବା ସ୍ୱାମୀତ୍ୟକ୍ତା ସ୍ତ୍ରୀର ମାନତ ଓ ଯେକୌଣସି ବିଷୟରେ ସେ ଆପଣା ପ୍ରାଣକୁ ଆବଦ୍ଧ କରିଅଛି; ସେହିସବୁ ତାହା ନିମନ୍ତେ ସ୍ଥିର ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ମାତ୍ର ବିଧବା କିମ୍ବା ସ୍ୱାମୀତ୍ୟକ୍ତା ସ୍ତ୍ରୀର ମାନତ ଓ ଯେକୌଣସି ବିଷୟରେ ସେ ଆପଣା ପ୍ରାଣକୁ ଆବଦ୍ଧ କରିଅଛି; ସେହି ସବୁ ତାହା ନିମନ୍ତେ ସ୍ଥିର ହେବ।

Gade chapit la Kopi




ଗଣନା ପୁସ୍ତକ 30:9
6 Referans Kwoze  

ମୁଁ ତୁମ୍ଭମାନଙ୍କୁ ଗୋଟିଏ ଉଦାହରଣ ଦେଉଛି। ଜଣେ ବିବାହିତା ସ୍ତ୍ରୀଲୋକ ତାହାର ସ୍ୱାମୀ ଜୀବିତ ଥିବା ସମୟ ପର୍ଯ୍ୟନ୍ତ ତା’ ସହିତ ଆବଦ୍ଧ ହୋଇ ରହିଥାଏ। କିନ୍ତୁ ଯେତେବେଳେ ତାହାର ସ୍ୱାମୀ ମରି ଯାଏ ସେ ବିବାହର ନିୟମରୁ ମୁକ୍ତ ହୋଇ ଯାଏ।


ତା'ପରେ ତାହାଙ୍କର ସ୍ୱାମୀ ମରିଗଲେ ଓ ସେ ବିଧବା ହୋଇ ଏକୁଟିଆ ରହିବାକୁ ଲାଗିଲେ। ଏବେ ତାହାଙ୍କୁ ଚଉରାଅଶୀ ବର୍ଷ ବୟସ ହୋଇଥିଲା। ହାନ୍ନା ସବୁବେଳେ ମନ୍ଦିରରେ ରହୁଥିଲେ। କେବେ ହେଲେ ସେ ମନ୍ଦିର ଛାଡ଼ି ଯାଇ ନ ଥିଲେ। ସେ ଉପବାସ କରି ଓ ସେ ଦିନରାତି ପ୍ରାର୍ଥନା କରି ପରମେଶ୍ୱରଙ୍କ ଉପାସନା କରୁଥିଲେ।


“ଜଣେ ଯାଜକ ତା'ର ପରମେଶ୍ୱରଙ୍କର ପବିତ୍ର ସେବକ। ତେଣୁ ସେ କୌଣସି ବେଶ୍ୟାକୁ, କଳିଙ୍କିନୀକୁ କିମ୍ବା ସ୍ୱାମୀ ପରିତ୍ୟକ୍ତା ନାରୀକୁ ବିବାହ କରିବା ଉଚିତ୍ ନୁହଁ।


ମାତ୍ର ଯଦି ତା'ର ସ୍ୱାମୀ ଏ ବିଷୟରେ ଶୁଣେ ଓ ତାହାକୁ ତା'ର ପ୍ରତିଜ୍ଞା ତାକୁ ପାଳନ କରିବାକୁ ବାରଣ କରେ, ତେବେ କରାଯାଇଥିବା ପ୍ରତିଜ୍ଞା ବାତିଲ ହୁଏ ଓ ସଦାପ୍ରଭୁ ଏଥିପାଇଁ ତାକୁ କ୍ଷମା କରନ୍ତି।


“କିନ୍ତୁ ଜଣେ ବିବାହିତ ସ୍ତ୍ରୀ ହୁଏତ ପ୍ରତିଜ୍ଞା କରିପାରେ କିମ୍ବା କିଛି ଶପଥରେ ନିଜକୁ ବାନ୍ଧି ପାରେ।


ସେ ସ୍ତ୍ରୀ ତା'ର ଗୃହରୁ ବାହାରି ଗଲାପରେ ଅନ୍ୟ ପୁରୁଷର ସ୍ତ୍ରୀ ହୋଇ ପାରିବ।


Swiv nou:

Piblisite


Piblisite