ଗଣନା ପୁସ୍ତକ 30:3 - ପବିତ୍ର ବାଇବଲ3 “ଆଉ ମଧ୍ୟ କୌଣସି ଯୁବତୀ ନିଜ ପିତୃଗୃହରେ ଥିବା ସମୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯଦି ପ୍ରତିଜ୍ଞା କରେ ଓ ବ୍ରତଦ୍ୱାରା ନିଜକୁ ଆବଦ୍ଧ କରେ, Gade chapit laପବିତ୍ର ବାଇବଲ (Re-edited) - (BSI)3 ମଧ୍ୟ କୌଣସି ସ୍ତ୍ରୀ ଯେବେ ଯୌବନାବସ୍ଥାରେ ଆପଣା ପିତୃଗୃହରେ ଥିବା ସମୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମାନତ କରେ ଓ ବ୍ରତ ଦ୍ଵାରା ଆପଣାକୁ ଆବଦ୍ଧ କରେ, Gade chapit laଓଡିଆ ବାଇବେଲ3 ମଧ୍ୟ କୌଣସି ସ୍ତ୍ରୀ ଯଦି ଯୌବନାବସ୍ଥାରେ ଆପଣା ପିତୃଗୃହରେ ଥିବା ସମୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମାନତ କରେ ଓ ବ୍ରତ ଦ୍ୱାରା ଆପଣାକୁ ଆବଦ୍ଧ କରେ, Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT3 ମଧ୍ୟ କୌଣସି ସ୍ତ୍ରୀ ଯଦି ଯୌବନାବସ୍ଥାରେ ଆପଣା ପିତୃଗୃହରେ ଥିବା ସମୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମାନତ କରେ ଓ ବ୍ରତ ଦ୍ୱାରା ଆପଣାକୁ ଆବଦ୍ଧ କରେ, Gade chapit la |
ସେ ଏହା କହି ପରମେଶ୍ୱରଙ୍କ ନିକଟରେ ପ୍ରତିଜ୍ଞା କଲା, “ସର୍ବଶକ୍ତିମାନ ସଦାପ୍ରଭୁ ଯଦି ତୁମ୍ଭେ ଦେଖୁଥାଅ ମୁଁ କେତେ ଦୁଃଖୀ, ଯଦି ତୁମ୍ଭେ ତୁମ୍ଭର ଦାସୀକୁ ମନେ ରଖିଥାଅ, ତେବେ ମୋତେ ଏକ ପୁତ୍ର ଦିଅ। ତା'ହେଲେ ମୁଁ ସେହି ପୁତ୍ରଟିକୁ ତୁମ୍ଭଠାରେ ଉତ୍ସର୍ଗ କରିବି। ସେ ତା'ର ଜୀବନସାରା ତୁମ୍ଭର ସେବା କରିବ। ସେ ଦ୍ରାକ୍ଷାରସ ଏବଂ ସୁରା ନାସରୀୟ ତୁଲ୍ୟ ପିଇବ ନାହିଁ ଏବଂ ତା'ର ବାଳ କାଟିବା ପାଇଁ କୌଣସି କ୍ଷୁର ତା'ର ମୁଣ୍ଡରେ ସ୍ପର୍ଶ କରିବ ନାହିଁ।”
ସିଦିକିୟ ରାଜା ନବୂଖଦ୍ନିତ୍ସରର ବିରୁଦ୍ଧରେ ବିଦ୍ରୋହ କଲେ। ଅତୀତରେ ନବୂଖଦ୍ନିତ୍ସର ସିଦିକିୟଙ୍କୁ ଏକ ଶପଥ କରାଇଥିଲେ ଯେ, ସେ ନବୂଖଦ୍ନିତ୍ସର ନିକଟରେ ବିଶ୍ୱସ୍ତ ରହିବେ। ସିଦିକିୟ ପରମେଶ୍ୱରଙ୍କ ନାମ ନେଇ ଶପଥ କରିଥିଲେ ଯେ, ସେ ନବୂଖଦ୍ନିତ୍ସରଙ୍କ ନିକଟରେ ବିଶ୍ୱସ୍ତ ରହିବେ। କିନ୍ତୁ ସିଦିକିୟ ବଡ଼ ଦାମ୍ଭିକ ଥିଲେ ଓ ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କ ନିକଟକୁ ଫେରି ଆସିବାକୁ ଓ ମାନିବା ନିମନ୍ତେ ଅଗ୍ରାହ୍ୟ କଲେ।