Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 30:13 - ପବିତ୍ର ବାଇବଲ

13 ତାହାର ସ୍ୱାମୀ ତାହାର ପ୍ରତ୍ୟେକ ମାନତ ଓ ପ୍ରାଣକୁ କ୍ଳେଶ ଦେବାର ପ୍ରତିଜ୍ଞାଯୁକ୍ତ ପ୍ରତ୍ୟେକ ଶପଥ ସ୍ଥିର କରିପାରେ, କିମ୍ବା ତାହା ସ୍ୱାମୀ ଭଙ୍ଗ କରିପାରେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ତାହାର ସ୍ଵାମୀ ତାହାର ପ୍ରତ୍ୟେକ ମାନତ ଓ ପ୍ରାଣକୁ କ୍ଳେଶ ଦେବାର ପ୍ରତିଜ୍ଞାଯୁକ୍ତ ପ୍ରତ୍ୟେକ ଶପଥ ସ୍ଥିର କରି ପାରେ, ଅବା ତାହାର ସ୍ଵାମୀ ବ୍ୟର୍ଥ କରି ପାରେ।

Gade chapit la Kopi

ଓଡିଆ ବାଇବେଲ

13 ତାହାର ସ୍ୱାମୀ ତାହାର ପ୍ରତ୍ୟେକ ମାନତ ଓ ପ୍ରାଣକୁ କ୍ଳେଶ ଦେବାର ପ୍ରତିଜ୍ଞାଯୁକ୍ତ ପ୍ରତ୍ୟେକ ଶପଥ ସ୍ଥିର କରି ପାରେ, ଅବା ତାହାର ସ୍ୱାମୀ ବ୍ୟର୍ଥ କରି ପାରେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ତାହାର ସ୍ୱାମୀ ତାହାର ପ୍ରତ୍ୟେକ ମାନତ ଓ ପ୍ରାଣକୁ କ୍ଳେଶ ଦେବାର ପ୍ରତିଜ୍ଞାଯୁକ୍ତ ପ୍ରତ୍ୟେକ ଶପଥ ସ୍ଥିର କରିପାରେ, ଅବା ତାହାର ସ୍ୱାମୀ ବ୍ୟର୍ଥ କରିପାରେ।

Gade chapit la Kopi




ଗଣନା ପୁସ୍ତକ 30:13
13 Referans Kwoze  

ମୁଁ ତୁମ୍ଭମାନଙ୍କୁ ଏହା ବୁଝାଇବା ପାଇଁ ଇଚ୍ଛା କରେ: ପ୍ରତ୍ୟେକ ପୁରୁଷଲୋକର ମସ୍ତକ ହେଉଛନ୍ତି ଖ୍ରୀଷ୍ଟ, ସ୍ତ୍ରୀଲୋକର ମସ୍ତକ ହେଉଛନ୍ତି ପୁରୁଷ ଓ ଖ୍ରୀଷ୍ଟଙ୍କର ମସ୍ତକ ହେଉଛନ୍ତି ପରମେଶ୍ୱର।


ପୁରୁଷ ସ୍ତ୍ରୀ ପାଇଁ ସୃଷ୍ଟି ହୋଇ ନ ଥିଲା; ବରଂ ସ୍ତ୍ରୀ ପୁରୁଷ ପାଇଁ ସୃଷ୍ଟି ହୋଇଥିଲା।


ମନୁଷ୍ୟ ଏହି ପ୍ରକାର ଉପବାସଦ୍ୱାରା ନିଜର ପ୍ରାଣକୁ କ୍ଳେଶ ଦେଉ, ଆମ୍ଭେ କ’ଣ ଏହି ପ୍ରକାର ଦିନ ମନୋନୀତ କରିଅଛୁ? ପୁଣି ନଳବୃକ୍ଷ ପରି ମୁଣ୍ଡ ନୁଆଁଇ, ଚଟବସ୍ତ୍ର ପରିଧାନ କରି ଓ ଭସ୍ମ ତଳେ ବିଛାଇ ତା'ଉପରେ ବସିଲେ ସଦାପ୍ରଭୁ ସେପ୍ରକାର ଉପବାସ ଦିନକୁ ଗ୍ରହଣ କରିବେ ବୋଲି ତୁମ୍ଭେ କହିବ?


ଯେତେବେଳେ ସେହି ଲୋକମାନେ ପୀଡ଼ିତ ଥିଲେ, ମୁଁ ସେମାନଙ୍କ ପାଇଁ ଦୁଃଖିତ ହୋଇଥିଲି। ମୁଁ କିଛି ନ ଖାଇ ମୋର ସମବେଦନା ଜଣାଇ ଥିଲି। ଏହା କ’ଣ ମୋ’ ପାଇଁ ସେମାନଙ୍କର ଉପଯୁକ୍ତ ପ୍ରତିଦାନ?


ଏହା ପରେ ଆମ୍ଭମାନଙ୍କ ନିମନ୍ତେ, ଆମ୍ଭମାନଙ୍କ ସନ୍ତାନମାନଙ୍କ ନିମନ୍ତେ, ଆମ୍ଭମାନଙ୍କର ସମସ୍ତ ସାମଗ୍ରୀ ନିମନ୍ତେ ଓ ସକଳ ସମ୍ପତ୍ତି ପାଇଁ ସରଳ ପଥ ପ୍ରାର୍ଥନା କରିବା ଅଭିପ୍ରାୟରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସାକ୍ଷାତରେ ଆପଣାମାନଙ୍କୁ ନମ୍ର କରିବା ପାଇଁ ମୁଁ ଅହିବା ନଦୀ ନିକଟରେ ଉପବାସ ଘୋଷଣା କଲି।


“ପୁଣି ସପ୍ତମ ମାସର ଦଶମ ଦିନରେ, ତୁମ୍ଭମାନଙ୍କର ଏକ ପବିତ୍ର ସଭା ହେବା ଉଚିତ୍। ସେ ଦିନରେ ତୁମ୍ଭେମାନେ ଆପଣା ଆପଣା ପ୍ରାଣକୁ ନମ୍ର କରିବା ଉଚିତ୍ ଏବଂ ସେହି ଦିନ କୌଣସି ପ୍ରକାର କାର୍ଯ୍ୟ କରିବା ଉଚିତ୍ ନୁହଁ।


ସେହି ଦିନ ତୁମ୍ଭମାନଙ୍କର ସ୍ୱତନ୍ତ୍ର ବିଶ୍ରାମ ଦିନ ହେବ। ତୁମ୍ଭେମାନେ କୌଣସି ଖାଦ୍ୟ ଖାଇବ ନାହିଁ। ମାସର ନବମ ଦିନର ସନ୍ଧ୍ୟାକାଳରେ, ଏକ ସନ୍ଧ୍ୟାଠାରୁ ଆର ସନ୍ଧ୍ୟା ପର୍ଯ୍ୟନ୍ତ ତୁମ୍ଭେମାନେ ନିଜ ନିଜର ବିଶ୍ରାମ ଦିନ ପାଳନ କରିବ।”


“ସେହି ସପ୍ତମ ମାସର ଦଶମ ଦିନ ଅବଶ୍ୟ ପାପରୁ ପ୍ରାୟଶ୍ଚିତ୍ତର ଦିନ ହେବ। ସେଦିନ ତୁମ୍ଭମାନଙ୍କର ଏକ ପବିତ୍ର ସଭା ହେବା ଉଚିତ୍। ତୁମ୍ଭେମାନେ କିଛି ଖାଦ୍ୟ ଖାଇବା ଉଚିତ୍ ନୁହେଁ ଓ ସଦାପ୍ରଭୁଙ୍କୁ ସୁବାସିତ ଉପହାର ଉତ୍ସର୍ଗ କରିବା ଉଚିତ୍।


“ତୁମ୍ଭମାନଙ୍କ ପାଇଁ ଏହା ଚିରନ୍ତନ ବିଧି ହେବ। ସପ୍ତମ ମାସର ଦଶମ ଦିନରେ ତୁମ୍ଭେମାନେ କିଛି ଖାଦ୍ୟ ଖାଇବା ଉଚିତ୍ ନୁହେଁ। ତୁମ୍ଭମାନଙ୍କ ମଧ୍ୟରେ ସ୍ୱଦେଶୀୟ ହେଉ ବା ବିଦେଶୀୟ ହେଉ ତୁମ୍ଭେମାନେ କୌଣସି ପ୍ରକାର କାମ କରିବା ଉଚିତ୍ ନୁହେଁ।


ନିଜର ଅଧିକାରରୁ ପରସ୍ପରକୁ ବଞ୍ଚିତ କର ନାହିଁ। କିନ୍ତୁ ତୁମ୍ଭେ ଦୁହେଁ ପ୍ରାର୍ଥନାରେ ନିଜକୁ ଉତ୍ସର୍ଗ କରିବା ପାଇଁ ଏକମତ ହୋଇ ଅଳ୍ପ ସମୟ ପାଇଁ ପୃଥକ ହୁଅ। ତା'ପରେ ପୁନର୍ବାର ଏକାଠି ହୁଅ, ଯଦ୍ଦ୍ୱାରା ଶୟତାନ ତୁମ୍ଭମାନଙ୍କ ଦୁର୍ବଳତାର ସୁଯୋଗ ନେଇ ତୁମ୍ଭମାନଙ୍କୁ ପ୍ରଲୋଭିତ କରି ପାରିବ ନାହିଁ।


ମାତ୍ର ତା'ର ସ୍ୱାମୀ ଯଦି ଶୁଣିବା ପରେ ତାକୁ ଅସ୍ୱୀକାର କରେ, ତେବେ ସେ କରିଥିବା ସମସ୍ତ ପ୍ରତିଜ୍ଞା ଓ ନେଇଥିବା ଶପଥସବୁ ବାତିଲ ହୋଇଯିବ। ତା'ର ସ୍ୱାମୀ ପ୍ରତିଜ୍ଞା ଭଙ୍ଗ କରାଇଲା। ତେଣୁ ସଦାପ୍ରଭୁ ତାକୁ କ୍ଷମା କରିବେ।


ଯଦି ତା'ର ସ୍ୱାମୀ ଶୁଣିବା ପରଠାରୁ ନୀରବ ହୋଇ ରହେ, ତେବେ ତା'ର ପ୍ରତିଜ୍ଞାଗୁଡ଼ିକ ପାଳନ କରାଯିବ କାରଣ ତା'ର ସ୍ୱାମୀ ନୀରବ ହୋଇ ରହିଲା, ଯେତେବେଳେ ସେ ଏବିଷୟରେ ଶୁଣିଲା।


Swiv nou:

Piblisite


Piblisite