Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 3:9 - ପବିତ୍ର ବାଇବଲ

9 “ଆଉ ତୁମ୍ଭେ ହାରୋଣ ଓ ତା'ର ପୁତ୍ରଗଣ ହସ୍ତରେ ଲେବୀୟମାନଙ୍କୁ ଦେବ। ହାରୋଣ ଓ ତାଙ୍କର ପୁତ୍ରମାନଙ୍କୁ ଉପହାର ରୂପେ ଇସ୍ରାଏଲ ଲୋକମାନଙ୍କ ପକ୍ଷରୁ ସେମାନଙ୍କୁ ଦିଆଗଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ଆଉ ତୁମ୍ଭେ ହାରୋଣ ଓ ତାହର ପୁତ୍ରଗଣର ହସ୍ତରେ ଲେବୀୟମାନଙ୍କୁ ସମର୍ପଣ କରିବ; ସେମାନେ ଇସ୍ରାଏଲ-ସନ୍ତାନଗଣ ପକ୍ଷରେ ତାହା ପ୍ରତି ସମ୍ପୂର୍ଣ୍ଣ ରୂପେ ଦତ୍ତ ଲୋକ,

Gade chapit la Kopi

ଓଡିଆ ବାଇବେଲ

9 ଆଉ ତୁମ୍ଭେ ହାରୋଣ ଓ ତାହର ପୁତ୍ରଗଣର ହସ୍ତରେ ଲେବୀୟମାନଙ୍କୁ ସମର୍ପଣ କରିବ; ସେମାନେ ଇସ୍ରାଏଲ ସନ୍ତାନଗଣ ପକ୍ଷରେ ତାହା ପ୍ରତି ସମ୍ପୂର୍ଣ୍ଣ ରୂପେ ଦତ୍ତ ଲୋକ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ଆଉ ତୁମ୍ଭେ ହାରୋଣ ଓ ତାହାର ପୁତ୍ରଗଣର ହସ୍ତରେ ଲେବୀୟମାନଙ୍କୁ ସମର୍ପଣ କରିବ; ସେମାନେ ଇସ୍ରାଏଲ-ସନ୍ତାନଗଣ ପକ୍ଷରେ ତାହା ପ୍ରତି ସମ୍ପୂର୍ଣ୍ଣ ରୂପେ ଦତ୍ତ ଲୋକ,

Gade chapit la Kopi




ଗଣନା ପୁସ୍ତକ 3:9
15 Referans Kwoze  

ମୁଁ ଇସ୍ରାଏଲର ଲୋକମାନଙ୍କ ମଧ୍ୟରେ ଲେବୀୟମାନଙ୍କୁ ଦାନରୂପେ ହାରୋଣ ଓ ତା'ର ପୁତ୍ରଗଣଙ୍କୁ ଦେଲି। ସେମାନେ ସମାଗମ-ତମ୍ବୁ ନିକଟରେ ଇସ୍ରାଏଲୀୟ ଲୋକ ବଦଳରେ ସେବା ଓ ସେମାନଙ୍କ ପାଇଁ ପ୍ରାୟଶ୍ଚିତ କିରିବେ। ଏହି ପ୍ରକାରେ ଇସ୍ରାଏଲର ଲୋକମାନେ ପବିତ୍ର ସ୍ଥାନ ନିକଟକୁ ଆସିଲାବେଳେ କୌଣସି ମହାମାରୀ ଆସିବ ନାହିଁ।”


ଏବଂ ସେହି ଖ୍ରୀଷ୍ଟ ଲୋକମାନଙ୍କୁ ଦାନ ଦେଲ ଅର୍ଥାତ୍ କେତେକ ଲୋକଙ୍କୁ ସେ ପ୍ରେରିତ ହେବା ପାଇଁ, କେତେକଙ୍କୁ ଭବିଷ୍ୟ‌‌ଦ୍‌‌‌‌ବକ୍ତା ହେବା ପାଇଁ, କେତେକଙ୍କୁ ସୁସମାଗ୍ଭର କହିବା ପାଇଁ ଓ କେତେକଙ୍କୁ ପରମେଶ୍ୱରଙ୍କ ଲୋକମାନଙ୍କର ଯତ୍ନ ନେବା ପାଇଁ ଓ ଶିକ୍ଷା ଦେବା ପାଇଁ।


ପ୍ରତ୍ୟେକ ଲୋକ ଖ୍ରୀଷ୍ଟଙ୍କ ଇଚ୍ଛାନୁସାରେ ସେହି ଦାନ ପାଇଛନ୍ତି। ଏଥି ନିମନ୍ତେ ଶାସ୍ତ୍ର କୁହେ: “ସେ ଆକାଶର ଉଚ୍ଚକୁ ଗଲେ; ସେ ବନ୍ଦୀମାନଙ୍କୁ ନିଜ ସହିତ ନେଲେ, ଓ ସେ ଲୋକମାନଙ୍କୁ ଅନୁଗ୍ରହ ଦାନ ଦେଲ।’’


ପୁଣି ସେମାନେ ସମାଗମ-ତମ୍ବୁର ସେବାକାର୍ଯ୍ୟ କରିବା ସମୟରେ ସମାଗମ-ତମ୍ବୁର ସମସ୍ତ ଦ୍ରବ୍ୟର ରକ୍ଷା କରିବେ ଓ ଇସ୍ରାଏଲ ଲୋକମାନଙ୍କର ସେବା କରିବେ।


କାରଣ ସେମାନେ ଇସ୍ରାଏଲ ଲୋକମାନଙ୍କ ମଧ୍ୟରୁ ଆମ୍ଭ ଉଦ୍ଦେଶ୍ୟରେ ସମ୍ପୂର୍ଣ୍ଣ ରୂପେ ଦତ୍ତ ଲୋକ, ଆମ୍ଭେ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ସମସ୍ତ ପ୍ରଥମଜାତ ସନ୍ତାନ ବଦଳରେ ସେମାନଙ୍କୁ ଆପଣା ନିମନ୍ତେ ଗ୍ରହଣ କଲୁ।


ଇସ୍ରାଏଲର ପରମେଶ୍ୱର ତୁମ୍ଭମାନଙ୍କୁ ଇସ୍ରାଏଲ ମଣ୍ତଳୀରୁ ପୃଥକ୍ କରି ସଦାପ୍ରଭୁଙ୍କ ପବିତ୍ର ତମ୍ବୁ ନିମନ୍ତେ ନିୟୋଜିତ କରିଛନ୍ତି ଓ ତୁମ୍ଭମାନଙ୍କ ମଣ୍ତଳୀ ସମ୍ମୁଖରେ ଠିଆ ହୋଇ ସେବା କରିବା ପାଇଁ ଆପଣା ନିକଟବର୍ତ୍ତୀ କରିଛନ୍ତି। ଏହା ତୁମ୍ଭମାନଙ୍କ ପାଇଁ ଯଥେଷ୍ଟ ନୁହଁ କି?


ଏହିରୂପେ ତୁମ୍ଭେ ଲେବୀୟମାନଙ୍କୁ ଇସ୍ରାଏଲ ସନ୍ତାନମାନଙ୍କଠାରୁ ପୃଥକ୍ କରିବ। ସେମାନେ ମୋର ହେବେ।


ପୁଣି ଇସ୍ରାଏଲ ଲୋକମାନେ ସମସ୍ତ ପ୍ରଥମଜାତ ବଦଳରେ ଆମ୍ଭେ ଲେବୀୟମାନଙ୍କୁ ଗ୍ରହଣ କଲୁ।


ତୁମ୍ଭେ ଲେବୀୟମାନଙ୍କଠାରୁ ତୁମ୍ଭର ଅନ୍ୟ ଭ୍ରାତୃଗଣଙ୍କୁ ତୁମ୍ଭ ନିକଟକୁ ଆଣ। ସେମାନେ ତୁମ୍ଭ ସହିତ ଯୋଗ ଦେବେ ଓ ତୁମ୍ଭର ସାହାଯ୍ୟ କରିବେ। ଯେତେବେଳେ ତୁମ୍ଭେ ଓ ତୁମ୍ଭ ପୁତ୍ରଗଣ ସାକ୍ଷ୍ୟ ତମ୍ବୁ ସମ୍ମୁଖରେ ରହିବ।


ସଙ୍ଗୀତ ଦ୍ୱାରା ସେବାକାର୍ଯ୍ୟ କରୁଥିବା ବ୍ୟକ୍ତିଗଣ ଓ ସେମାନଙ୍କର ପୁତ୍ରଗଣ କହାତଙ୍କର ବଂଶଧର ଥିଲେ, ଗାୟକ ହେମନ୍। ହେମନ୍ ଯୋୟେଲଙ୍କ ପୁତ୍ର ଥିଲେ। ଯୋୟେଲ ଶାମୁୟେଲଙ୍କ ପୁତ୍ର ଥିଲେ।


ଏହା ପରେ ଦାଉଦ କହିଲେ, “କେବଳ ଲେବୀୟମାନେ ନିୟମସିନ୍ଦୁକକୁ ବହି ନେଇ ପାରିବେ। କାରଣ ସଦାପ୍ରଭୁ ସେମାନଙ୍କୁ ନିୟମସିନ୍ଦୁକ ବହିନେବା ନିମନ୍ତେ ଓ ଚିରକାଳ ତାଙ୍କର ସେବା କରିବା ନିମନ୍ତେ ମନୋନୀତ କରିଅଛନ୍ତି।”


ମନ୍ଦିରର ବିଶେଷ ଦାସମାନଙ୍କ ବଂଶଧରମାନେ ହେଲେ: ସୀହ, ହସୂଫା, ଟବ୍ବୟୋତ।


ସେମାନେ ମୋଶାଙ୍କ ପୁସ୍ତକର ଲିଖନ ପ୍ରମାଣେ ଯିରୁଶାଲମରେ ପରମେଶ୍ୱରଙ୍କ ମନ୍ଦିରର ସେବା ପାଇଁ ଯାଜକମାନଙ୍କୁ ସେମାନଙ୍କର ଦଳ ଅନୁସାରେ ଓ ଲେବୀୟମାନଙ୍କୁ ସେମାନଙ୍କ ଦଳ ଅନୁସାରେ ନିଯୁକ୍ତ କଲେ।


ଦାଉଦ ଓ ଅଧିପତିମାନେ ଯେଉଁ ଲୋକମାନଙ୍କୁ ଲେବୀୟମାନଙ୍କ ସେବାକାର୍ଯ୍ୟ ନିମନ୍ତେ ଦେଇଥିଲେ, ସେମାନଙ୍କ ମଧ୍ୟରୁ 220 ଜଣ ନଥୀନିୟ ମନ୍ଦିରର ଦାସ ଆଣିଲେ। ଏହି ସମସ୍ତଙ୍କ ନାମ ଲିଖିତ ହେଲା।


Swiv nou:

Piblisite


Piblisite