Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 3:8 - ପବିତ୍ର ବାଇବଲ

8 ପୁଣି ସେମାନେ ସମାଗମ-ତମ୍ବୁର ସେବାକାର୍ଯ୍ୟ କରିବା ସମୟରେ ସମାଗମ-ତମ୍ବୁର ସମସ୍ତ ଦ୍ରବ୍ୟର ରକ୍ଷା କରିବେ ଓ ଇସ୍ରାଏଲ ଲୋକମାନଙ୍କର ସେବା କରିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ପୁଣି ସେମାନେ ଆବାସର ସେବାକର୍ମ କରିବା ନିମନ୍ତେ ସମାଗମ-ତମ୍ଵୁର ସମସ୍ତ ଦ୍ରବ୍ୟ ଓ ଇସ୍ରାଏଲ-ସନ୍ତାନଗଣ ରକ୍ଷଣୀୟ ରକ୍ଷା କରିବେ।

Gade chapit la Kopi

ଓଡିଆ ବାଇବେଲ

8 ପୁଣି, ସେମାନେ ଆବାସର ସେବାକର୍ମ କରିବା ନିମନ୍ତେ ସମାଗମ-ତମ୍ବୁର ସମସ୍ତ ଦ୍ରବ୍ୟ ଓ ଇସ୍ରାଏଲ ସନ୍ତାନଗଣ ରକ୍ଷଣୀୟ ରକ୍ଷା କରିବେ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ପୁଣି, ସେମାନେ ଆବାସର ସେବାକର୍ମ କରିବା ନିମନ୍ତେ ସମାଗମ-ତମ୍ବୁର ସମସ୍ତ ଦ୍ରବ୍ୟ ଓ ଇସ୍ରାଏଲ-ସନ୍ତାନଗଣ ରକ୍ଷଣୀୟ ରକ୍ଷା କରିବେ।

Gade chapit la Kopi




ଗଣନା ପୁସ୍ତକ 3:8
13 Referans Kwoze  

ତୁମ୍ଭେମାନେ ପ୍ରସ୍ଥାନ କର, ପ୍ରସ୍ଥାନ କର। ବାବିଲରୁ ବାହାରି ଯାଅ, ଅଶୁଚି ବସ୍ତୁ ଛୁଅ ନାହିଁ। ତୁମ୍ଭେମାନେ ତା'ମଧ୍ୟରୁ ଗ୍ଭଲିଯାଅ। ହେ ସଦାପ୍ରଭୁଙ୍କ ଯାଜକଗଣ, ତୁମ୍ଭେମାନେ ଶୁଚି ହୁଅ।


ତା'ପରେ କହାତୀୟଙ୍କ ପରିବାର ପବିତ୍ର ସ୍ଥାନର ଭାର ବହନକରି ସେହି ପବିତ୍ର ତମ୍ବୁ ସ୍ଥାପନ କରିଥିଲେ। କହାତୀୟ ପହଞ୍ଚିବା ପୂର୍ବରୁ ଅନ୍ୟମାନେ ପବିତ୍ର ତମ୍ବୁ ସ୍ଥାପନ କରିଥିଲେ।


ପବିତ୍ର ତମ୍ବୁ ତଳକୁ ନିଆଗଲା। ଗେର୍ଶୋନର ସନ୍ତାନଗଣ ଓ ମରାରିର ସନ୍ତାନଗଣ ବହନ କରି ଅଗ୍ରସର ହେଲେ।


ସମାଗମ-ତମ୍ବୁରେ ମରାରି ସନ୍ତାନମାନଙ୍କ ବଂଶର ସମସ୍ତ ସେବା ସମ୍ବନ୍ଧୀୟ ଏହି କାର୍ଯ୍ୟ; ଏସବୁ ହାରୋଣ ଯାଜକର ପୁତ୍ର ଈଥାମରର ଦେଖା ରେଖା କରିବାର ଦାୟିତ୍ୱ ହେବ।”


ସମାଗମ-ତମ୍ବୁରେ ଗେର୍ଶୋନୀୟ ପରିବାରବର୍ଗଙ୍କୁ ଏହି ସେବା ଦିଆଯାଏ। ଈଥାମର ଯାଜକ ହାରୋଣଙ୍କ ପୁତ୍ର ସେମାନଙ୍କ ଉପରେ ପର୍ଯ୍ୟବେକ୍ଷଣ କରିବେ।”


“ଏହିରୂପେ ଯେତେବେଳେ ଛାଉଣି ଅଗ୍ରସର ହେବା ବେଳେ ହାରୋଣ ଓ ତାଙ୍କର ପୁତ୍ରଗଣ ପବିତ୍ର ସ୍ଥାନ ଓ ପବିତ୍ର ସମସ୍ତ ଆସବାବ ଦ୍ରବ୍ୟ ଢାଙ୍କି ଦେବେ। ତାହାପରେ କହାତ ପୁତ୍ରଗଣ ତାହା ବହନ କରିବା ପାଇଁ ଆସିବା ଉଚିତ୍। ସେଥିପାଇଁ ସେମାନେ ନିଶ୍ଚୟ କୌଣସି ପବିତ୍ର ବସ୍ତ୍ର ସ୍ପର୍ଶ କରିବେ ନାହିଁ, ନ ହେଲେ ସମାନେ ମୃତ୍ୟୁବରଣ କରିବେ। ପବିତ୍ର ତମ୍ବୁରେ ଏହା ହିଁ କହାତ ପୁତ୍ରଗଣର କର୍ତ୍ତବ୍ୟ ହେବ।


ସେମାନଙ୍କର ସମାଗମ-ତମ୍ବୁ ନିକଟରେ ରକ୍ଷକ ହେବେ। ସମଗ୍ର ଇସ୍ରାଏଲ ସମାଜ ପାଇଁ ସେମାନେ ମଧ୍ୟ ପବିତ୍ର ଛାଉଣିରେ କାର୍ଯ୍ୟ କରିବେ।


“ଆଉ ତୁମ୍ଭେ ହାରୋଣ ଓ ତା'ର ପୁତ୍ରଗଣ ହସ୍ତରେ ଲେବୀୟମାନଙ୍କୁ ଦେବ। ହାରୋଣ ଓ ତାଙ୍କର ପୁତ୍ରମାନଙ୍କୁ ଉପହାର ରୂପେ ଇସ୍ରାଏଲ ଲୋକମାନଙ୍କ ପକ୍ଷରୁ ସେମାନଙ୍କୁ ଦିଆଗଲା।


ପୁଣି ଇସ୍ରାଏଲୀୟ ଲୋକମାନଙ୍କ ପ୍ରାପ୍ତ ଅର୍ଦ୍ଧାଂଶରୁ ତୁମ୍ଭେ ମନୁଷ୍ୟ, ଗୋରୁ, ଗର୍ଦ୍ଦଭ ଓ ମେଷାଦି ସମସ୍ତ ପଶୁ ମଧ୍ୟରୁ ପ୍ରତି ପଗ୍ଭଶ୍‌ରୁ ଗୋଟିଏ ଲେଖାଏଁ ନେଇ ଲେବୀୟମାନଙ୍କୁ ଦିଅ। କାରଣ ସେମାନେ ସଦାପ୍ରଭୁଙ୍କର ପବିତ୍ର ତମ୍ବୁର ରକ୍ଷକ ଅଟନ୍ତି।”


ଇସ୍ରାଏଲୀୟମାନଙ୍କୁ ଦାଉଦଙ୍କର ଶେଷ ଆଦେଶ ଥିଲା ଲେବୀୟ ଗୋଷ୍ଠୀର ବଂଶଧରମାନଙ୍କୁ ଗଣିବାକୁ କହିବା। ଯେଉଁ ଲେବୀୟ ବ୍ୟକ୍ତି 20 ବର୍ଷ ବା ତତୁର୍ଦ୍ଧ୍ୱ ବୟସର ଥିଲେ, ସେମାନେ ସେମାନଙ୍କୁ ଗଣନା କଲେ।


ତେଣୁ ହେ ମୋର ପୁତ୍ରଗଣ, ଆଉ ପରିଚର୍ଯ୍ୟା କର ନାହିଁ କି ଆଉ ସମୟ ନଷ୍ଟ କର ନାହିଁ। ସଦାପ୍ରଭୁ ତୁମ୍ଭମାନଙ୍କୁ ତାଙ୍କର ସେବାକାର୍ଯ୍ୟ ନିମନ୍ତେ ମନୋନୀତ କରିଅଛନ୍ତି। ସେ ତୁମ୍ଭମାନଙ୍କୁ ତାଙ୍କର ମନ୍ଦିରରେ ସେବାକାର୍ଯ୍ୟ କରିବା ଓ ସୁଗନ୍ଧିଧୂପ ଜଳାଇବା ନିମନ୍ତେ ମନୋନୀତ କରିଛନ୍ତି।”


Swiv nou:

Piblisite


Piblisite