Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 3:41 - ପବିତ୍ର ବାଇବଲ

41 ମୁଁ ସଦାପ୍ରଭୁ, ମୁଁ ଇସ୍ରାଏଲ ଲୋକମାନଙ୍କର ସମସ୍ତ ପ୍ରଥମଜାତ ଲୋକ ବଦଳରେ ଲେବୀୟମାନଙ୍କୁ ଗ୍ରହଣ କରିବି। ପୁଣି ଇସ୍ରାଏଲ ଲୋକମାନଙ୍କର ସମସ୍ତ ପ୍ରଥମଜାତ ପଶୁ ବଦଳରେ ଲେବୀୟମାନଙ୍କର ପଶୁ ଗ୍ରହଣ କରିବି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

41 ଆମ୍ଭେ ସଦାପ୍ରଭୁ, ଆମ୍ଭ ନିମନ୍ତେ ଇସ୍ରାଏଲ-ସନ୍ତାନଗଣର ସମସ୍ତ ପ୍ରଥମଜାତ ଲୋକ ବଦଳେ ଲେବୀୟ-ମାନଙ୍କୁ ଗ୍ରହଣ କରିବ; ପୁଣି ଇସ୍ରାଏଲ-ସନ୍ତାନଗଣର ସମସ୍ତ ପ୍ରଥମଜାତ ପଶୁ ବଦଳେ ଲେବୀୟମାନଙ୍କର ପଶୁ ଗ୍ରହଣ କରିବ।

Gade chapit la Kopi

ଓଡିଆ ବାଇବେଲ

41 ଆମ୍ଭେ ସଦାପ୍ରଭୁ; ଆମ୍ଭ ନିମନ୍ତେ ଇସ୍ରାଏଲ ସନ୍ତାନଗଣର ସମସ୍ତ ପ୍ରଥମଜାତ ଲୋକ ବଦଳେ ଲେବୀୟମାନଙ୍କୁ ଗ୍ରହଣ କରିବ; ପୁଣି, ଇସ୍ରାଏଲ ସନ୍ତାନଗଣର ସମସ୍ତ ପ୍ରଥମଜାତ ପଶୁ ବଦଳେ ଲେବୀୟମାନଙ୍କର ପଶୁ ଗ୍ରହଣ କରିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

41 ଆମ୍ଭେ ସଦାପ୍ରଭୁ; ଆମ୍ଭ ନିମନ୍ତେ ଇସ୍ରାଏଲ-ସନ୍ତାନଗଣର ସମସ୍ତ ପ୍ରଥମଜାତ ଲୋକ ବଦଳେ ଲେବୀୟମାନଙ୍କୁ ଗ୍ରହଣ କରିବ; ପୁଣି, ଇସ୍ରାଏଲ-ସନ୍ତାନଗଣର ସମସ୍ତ ପ୍ରଥମଜାତ ପଶୁ ବଦଳେ ଲେବୀୟମାନଙ୍କର ପଶୁ ଗ୍ରହଣ କରିବ।”

Gade chapit la Kopi




ଗଣନା ପୁସ୍ତକ 3:41
10 Referans Kwoze  

“ମୁଁ ତୁମ୍ଭକୁ କହିଥିଲି ଇସ୍ରାଏଲର ପ୍ରତ୍ୟେକ ବଂଶର ପ୍ରଥମଜାତ ମୋର ସେବକ ହେବ। ବର୍ତ୍ତମାନ ଲେବୀୟମାନେ ମୋର ଅଧିକୃତ, ତେଣୁ ଇସ୍ରାଏଲୀୟମାନଙ୍କ ପ୍ରଥମଜାତ ପରିବର୍ତ୍ତେ ଲେବୀୟମାନେ ମୋର ହେବେ।


“ତୁମ୍ଭେ ସମସ୍ତ ଲେବୀୟ ଏବଂ ତାଙ୍କର ସମସ୍ତ ପଶୁ ଇସ୍ରାଏଲର ପ୍ରଥମଜାତ ଏବଂ ଇସ୍ରାଏଲର ପଶୁମାନଙ୍କ ପ୍ରଥମଜାତ ବଦଳରେ ଗ୍ରହଣ କର। ଆଉ ଲେବୀୟମାନେ ମୋର ହେବେ, ମୁଁ ସଦାପ୍ରଭୁ ଅଟେ।


ଯୀଶୁ ସବୁ ଲୋକଙ୍କ ପାପ ଲାଗି ନିଜକୁ ଦାନ କରିଦେଇଥିଲେ। ଯୀଶୁ ନିଜେ ହେଉଛନ୍ତି ଏହାର ପ୍ରମାଣ ଯେ, ପରମେଶ୍ୱର ସମସ୍ତ ଲୋକଙ୍କର ଉଦ୍ଧାର ଗ୍ଭହାନ୍ତି।


ମନୁଷ୍ୟପୁତ୍ରଙ୍କ କ୍ଷେତ୍ରରେ ତାହା ଏକା ଭଳି। ମନୁଷ୍ୟପୁତ୍ର ଅନ୍ୟମାନଙ୍କଠାରୁ ସେବା ପାଇବେ ବୋଲି ଆସିନାହାନ୍ତି। ସେ ଅନ୍ୟମାନଙ୍କର ସେବା କରିବା ପାଇଁ ଆସିଅଛନ୍ତି। ମନୁଷ୍ୟପୁତ୍ର ଅନେକ ଲୋକଙ୍କ ମୁକ୍ତିର ମୂଲ୍ୟଭାବେ ନିଜ ଜୀବନଦାନ କରିବା ପାଇଁ ଆସିଛନ୍ତି।”


ସେମାନେ ମନୁଷ୍ୟ ଓ ପଶୁମାନଙ୍କର ପ୍ରଥମଜାତ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବେ। ସେମାନେ ସମସ୍ତ ତୁମ୍ଭର, ତୁମ୍ଭେ ମନୁଷ୍ୟର ପ୍ରଥମଜାତକୁ ଓ ଅଶୁଚି ପଶୁକୁ ମୁକ୍ତ କରିବା ଉଚିତ୍।


କାରଣ ସେମାନେ ଇସ୍ରାଏଲ ଲୋକମାନଙ୍କ ମଧ୍ୟରୁ ଆମ୍ଭ ଉଦ୍ଦେଶ୍ୟରେ ସମ୍ପୂର୍ଣ୍ଣ ରୂପେ ଦତ୍ତ ଲୋକ, ଆମ୍ଭେ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ସମସ୍ତ ପ୍ରଥମଜାତ ସନ୍ତାନ ବଦଳରେ ସେମାନଙ୍କୁ ଆପଣା ନିମନ୍ତେ ଗ୍ରହଣ କଲୁ।


ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା ଇସ୍ରାଏଲର ଲୋକ ମଧ୍ୟରେ ସମସ୍ତ ପ୍ରଥମଜାତ ଲୋକର ଗଣନା କଲେ।


“ଯେତେବେଳେ ତୁମ୍ଭେମାନେ ମିଶରରେ ଥିଲ, ସେତେବେଳେ ମୁଁ ମିଶରୀୟମାନଙ୍କର ପ୍ରଥମଜାତ ସନ୍ତାନଙ୍କୁ ହତ୍ୟା କରିଥିଲି। ଇସ୍ରାଏଲରେ ସମସ୍ତ ମନୁଷ୍ୟ ଓ ପଶୁର ପ୍ରଥମଜାତକୁ ମୋ’ ପାଇଁ ପବିତ୍ର କଲି। ସେମାନେ ସମସ୍ତେ ମୋର ଅଧିକୃତ। ମୁଁ ସଦାପ୍ରଭୁ ଅଟେ।”


Swiv nou:

Piblisite


Piblisite